ବୌଦ୍ଧ: ଶୀତୁଆ ସକାଳର ପ୍ରବେଶ ମାତ୍ରକେ ବୌଦ୍ଧ ଜିଲ୍ଲାର କୋଣ ଅନୁକୋଣରେ ପ୍ରକୃତି ରାଣୀ ଅପରୂପ ସୌନ୍ଦର୍ଯ୍ୟ ରେ ନିଜକୁ ସଜାଇ ନେଇଛି । ମହାନଦୀ ଠାରୁ ଆରମ୍ଭ କରି ତରୁଲତା ପର୍ଯ୍ୟନ୍ତ ସବୁଆଡେ କୁହୁଡି ଓ କାକରର ଜଳବିନ୍ଦୁ ପ୍ରକୃତି ପ୍ରେମୀ ଙ୍କୁ ଭାବ ବିହ୍ବଳ କରିଛି ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ସବୁଜିମା ପୂର୍ଣ୍ଣ ସ୍ଥାନ ଏବେ କବିପ୍ରାଣକୁ ଆନମନା କରିଛି । ଯୋଗ,ବ୍ୟାୟାମ, ଓ୍ବାର୍ମ ଅପ ପରେ ଲୋକଙ୍କ ଭିଡ ଜମୁଛି ଚା ଖଟିରେ । ଶୀତ ବୌଦ୍ଧ ଜିଲ୍ଲାରେ ଦୁଃଖ ନଦେଇ ସୁଖର ଅନୁଭୂତି ଦେଉଥିବା ପ୍ରକୃତି ପ୍ରେମୀ କହନ୍ତି । ଜିଲ୍ଲାପାଳ ବୌଦ୍ଧ ଜିଲ୍ଲାର ପ୍ରକୃତି ପର୍ଯ୍ୟଟନ ସମଗ୍ର ଭାରତ ବର୍ଷରେ ବିରଳ ବୋଲି କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ