ETV Bharat / state

ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହାୟତା

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଫନି ବିପନ୍ନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି ଆର୍ଥିକ ସହାୟତା। ବୁଧବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସରୋଜ କୁମାର ନାୟକଙ୍କ ନେତୃତ୍ବରେ ସ୍ବାସ୍ଥ୍ୟ କର୍ମଚାରୀ ଏହି ଅର୍ଥ ପ୍ରଦାନ କରିଛନ୍ତି ।

author img

By

Published : May 22, 2019, 11:47 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି ଆର୍ଥିକ ସହାୟତା। ବୁଧବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସରୋଜ କୁମାର ନାୟକଙ୍କ ନେତୃତ୍ବରେ ସ୍ବାସ୍ଥ୍ୟ କର୍ମଚାରୀ ଏହି ଅର୍ଥ ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଫନି ବିପନ୍ନଙ୍କ ପାଇଁ 4,14,414 ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଚେକ ଆକାରରେ ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଜିଲ୍ଲାପାଳ ଦୈବୀ ଦୁର୍ବିପାକ ପରବର୍ତ୍ତି ପରିସ୍ଥିତିର ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ମାନବିକତାପୂର୍ଣ୍ଣ ସେବା ଓ ଚିକିତ୍ସା ପାଇଁ ସବୁ ସମୟରେ ସ୍ବାସ୍ଥ୍ୟ କର୍ମଚାରୀମାନେ ସମାଜ ପ୍ରତି ଯତ୍ନଶୀଳ ବୋଲି ଜିଲ୍ଲାପାଳ ପ୍ରଶଂସା କରିଥିଲେ ।

ତରଭା ବ୍ଳକର କର୍ମଚାରୀ ବି ଗୋଟିଏ ଦିନର ଦରମା ପ୍ରଦାନ କରିଥିବା ବେଳେ ସୁବର୍ଣ୍ଣପୁର ସହରର ପଟାଭାଡିର ବସ୍ତି ସୁରକ୍ଷା ମଞ୍ଚର ସ୍ବେଛାସେବୀ ମହିଳା ଫନି ପୀଡିତଙ୍କୁ ଦୈନନ୍ଦିନ ଜୀବନ ଯାପନ ପାଇଁ ଆବଶ୍ୟକ ଖାଦ୍ୟ ଓ ବସ୍ତ୍ର ସହିତ ସହାୟତା ରାଶି ପ୍ରଦାନ କରିଥିଲେ ।

ସେହିପରି ସହରର ସ୍ବେଛାସେବୀ ଅନୁଷ୍ଠାନ 'ପଢାଘର' ପକ୍ଷରୁ ବି ଫନି ପୀଡିତ ଛାତ୍ରଛାତ୍ରୀଙ୍କୁ 500 ସ୍କୁଲ କିଟ୍ ପ୍ରଦାନ କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.