ETV Bharat / state

ବୌଦ୍ଧରେ ଥମୁନି ହାତୀ ମୃତ୍ୟୁ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଆଖି ବୁଜିଲା ଦନ୍ତା

author img

By

Published : Jun 15, 2023, 7:18 AM IST

ପୁଣିଥରେ ଆଖି ବୁଜିଲା ଆଉ ଏକ ଦନ୍ତା ହାତୀ । 11 କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ । ଅଧିକ ପଢ଼ନ୍ତୁ

elephant death in boudh
ବୌଦ୍ଧରେ ଆଉ ଏକ ଦନ୍ତାହାତୀର ମୃତ୍ୟୁ

ବୌଦ୍ଧରେ ଆଉ ଏକ ଦନ୍ତାହାତୀର ମୃତ୍ୟୁ

ବୌଦ୍ଧ: ଜିଲ୍ଲାରେ ଥମୁନି ହାତୀ ମୃତ୍ୟୁ । ବନ ବିଭାଗର ଅପାରଗତା ଓ ବିଦ୍ୟୁତ ବିଭାଗର ଖାମଖିଆଲ ନୀତି ଯୋଗୁଁ ପୁଣି ଏକ ଦନ୍ତାହାତୀ ମୃତ୍ୟୁବରଣ କରିଛି । 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାହାତୀ ଘଟିଛି । ବର୍ତ୍ତମାନ ଉଭୟ ବିଭାଗ ପରସ୍ପରକୁ ଦୋଷ ଲଦାଲଦି ହେବାରେ ବ୍ୟସ୍ତ ଥିବା ବେଳେ ଏନେଇ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି ।

ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲା ବୌଦ୍ଧ ଜିଲ୍ଲାରେ ଅସୁରକ୍ଷିତ ବନ୍ୟପ୍ରାଣୀ । ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ପ୍ରତ୍ୟେକ ଦିନ ଅବାଧରେ ଚାଲିଛି ବନ୍ୟଜନ୍ତୁଙ୍କ ଶିକାର । ଆଉ ନୀରବଦ୍ରଷ୍ଟା ସାଜିଛି ବନ ବିଭାଗ । କେବଳ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କ ଦ୍ବାହି ଦେଇ ନିଜକୁ ଦୋଷମୁକ୍ତ ପାଇଁ ସର୍ବଦା ଚେଷ୍ଟା କରି ଆସିଛି । ବୁଧବାର ସକାଳୁ ବୌଦ୍ଧ ବନଖଣ୍ଡର କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଘୁଚାଙ୍ଗୀ ଜଙ୍ଗଲରେ ଏକ ଦନ୍ତାହାତୀ 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ସୂଚନା ମିଳିବା ପରେ ଉଭୟ ବନ ବିଭାଗ ଓ ଟାଟା ପାଓ୍ବାରର ଅପାରଗତା ପଦାକୁ ଆସିଛି ।

ବୌଦ୍ଧର ବିଭିନ୍ନ ଜଙ୍ଗଲରୁ ଅବାଧରେ ଗଛକଟା ସାଙ୍ଗକୁ ବେଆଇନ ଗଞ୍ଜେଇ ଚାଷ ଯୋଗୁଁ ଜଙ୍ଗଲ ସମ୍ପଦ ଗଭୀର ଭାବରେ ପ୍ରଭାବିତ ହେବାସହ ଦ୍ରୁତ ଗତିରେ ଜଙ୍ଗଲ ଅବକ୍ଷୟ ହେବାରେ ଲାଗିଛି । ଫଳରେ ଅଧିକାଂଶ ସମୟରେ ବନ୍ୟପ୍ରାଣୀ ଏପରିକି ଜାତୀୟ ଐତିହ୍ୟ ପ୍ରାଣୀ ହାତୀମାନେ ମୃତ୍ୟୁ ମୁଖରେ ପଡୁଛନ୍ତି । ଆଉ ସେମାନଙ୍କୁ ସୁରକ୍ଷା ଦେବାରେ ଜଙ୍ଗଲ ବିଭାଗ ସମ୍ପୂର୍ଣ୍ଣ ଫେଲ ମାରିଛି । ପୂର୍ବରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଅନେକ ଥର ହାତୀ ଶିକାରୀଙ୍କ ଦ୍ବାରା ନଚେତ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛି । କିନ୍ତୁ ବାରମ୍ବାର ଏଭଳି ସମ୍ବେଦନଶୀଳ ଘଟଣା ଘଟୁଥିଲେ ମଧ୍ୟ ଜଙ୍ଗଲ ବିଭାଗର ଚେତା ପଶୁ ନାହିଁ । ହାତୀ ମୃତ୍ୟୁ ପାଇଁ ବିଭିନ୍ନ ମହଲରୁ ଜଙ୍ଗଲ ବିଭାଗର ଅପାରଗତାକୁ ଦାୟୀ କରାଯାଇଛି ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରୁ ବାଘଛାଲ, ହାତୀ ଦାନ୍ତ, ବଜ୍ରକାପ୍ତା, ହରିଣ ଚମଡା ଭଳି ବନ୍ୟପ୍ରାଣୀଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଚୋରା ଚାଲାଣର ଏକ ବଡ ରାକେଟ ରହିଥିବା ବେଳେ ବନ ବିଭାଗର ଅପାରଗତା ଯୋଗୁଁ ପ୍ରାୟ ସମସ୍ତ ଚୋରା ଚାଲାଣକୁ ଏସଟିଏଫ ଧରିବାରେ ସକ୍ଷମ ହେଉଛି । ତେବେ ଦନ୍ତାହାତୀ ମୃତ୍ୟୁ ଘଟଣା ଏକାଧିକ ବାର ବୌଦ୍ଧର ବିଭିନ୍ନ ଜଙ୍ଗଲରେ ହୋଇଥିଲେ ମଧ୍ୟ ଏହାର ତଦନ୍ତ ଦିଗରେ ବନ ବିଭାଗ କୁ ସେଭଳି କୌଣସି ସଫଳତା ମିଳିପାରି ନାହିଁ । ବୁଧବାର ଘୁଚାଙ୍ଗୀ ଜଙ୍ଗଲରେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀ ଘଟଣାରେ ବନ ବିଭାଗ, ବିଦ୍ୟୁତ ବିଭାଗ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ବିଦ୍ୟୁତ ବିଭାଗ କିନ୍ତୁ ବନ ବିଭାଗ ଆଡକୁ ଆଙ୍ଗୁଳି ଉଠାଇଛି ।

ବୌଦ୍ଧ ଜିଲ୍ଲାରେ ବିଦ୍ୟୁତ ବିଭାଗର ଦାୟିତ୍ୱ ଟାଟା ପାଓ୍ବାରକୁ ନ୍ୟସ୍ତ ହେବାପରେ ତାର କାର୍ଯ୍ୟ ଶୈଳୀ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୁଧବାର ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଟାଟା ପାଓ୍ବାର କାର୍ଯ୍ୟାଳୟ ସମ୍ମୁଖରେ ବିଭାଗର ଅଘୋଷିତ ବିଦ୍ୟୁତ କାଟ ଓ ବିଭିନ୍ନ ସମସ୍ୟା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏପରିକି ଦନ୍ତାହାତୀ ମୃତ୍ୟୁ ଘଟଣା ପାଇଁ ଜିଲ୍ଲା ବିଜେପି ଉଭୟ ଜଙ୍ଗଲ ବିଭାଗ ଓ ବିଦ୍ୟୁତ ବିଭାଗକୁ ଦାୟୀ କରିବା ସହିତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.