ବୌଦ୍ଧ: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଟ୍ରାନ୍ସଫରମର ଚୋରି । ଫଳରେ, ଅନେକ ଗ୍ରାମର ଅଧିବାସୀ ବର୍ତ୍ତମାନ ଅନ୍ଧକାରରେ ରହିଛନ୍ତି । ଗତ ପ୍ରାୟ ୬ ମାସ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରୁ ସରକାରଙ୍କ ପ୍ରଦତ୍ତ ବିଜୁ ଜ୍ୟୋତି ଓ ରାଜୀବ ଗାନ୍ଧୀ ବିଦ୍ୟୁତ ଯୋଜନାରେ ଲାଗିଥିବା ଟ୍ରାନ୍ସଫରମର ଗୁଡିକ ମଧ୍ୟରୁ ଅନେକ ସ୍ଥାନରେ ଏଭଳି ଚୋରି ହେଉଥିବା ନେଇ ସମ୍ପୃକ୍ତ ଥାନା ଗୁଡିକରେ ଅଭିଯୋଗ ହୋଇଛି ।
ବୌଦ୍ଧ ସଦର ଥାନା ଅନ୍ତର୍ଗତ ଯୋଗୀଭୋଗରା ଗ୍ରାମରୁ ଗତ ଦୁଇ ମାସ ହେଲା ଟ୍ରାନ୍ସଫରମର ଚୋରି ହୋଇଥିବା ବେଳେ ଏଭଳି ପଚାଶରୁ ଉର୍ଦ୍ଧ୍ବ ସ୍ଥାନରୁ ଟ୍ରାନ୍ସଫରମର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ତେବେ ଗତ କିଛିଦିନ ପୂର୍ବରୁ ମନମୁଣ୍ଡା ଥାନା ଅଞ୍ଚଳରୁ ତିନି ଜଣ ଟ୍ରାନ୍ସଫରମର ଚୋର ଗ୍ୟାଙ୍ଗକୁ ପୋଲିସ ଧରିବାରେ ସଫଳ ହୋଇଛି । ଏସବୁ ଟ୍ରାନ୍ସଫରମର ଗୁଡିକ ଗ୍ରାମ ନିକଟସ୍ଥ ନିକାଞ୍ଚନ ସ୍ଥାନରେ ରହୁଥିବା ତଥା ସେଥିରୁ ତମ୍ଭା ତାର ସଂଗ୍ରହ ଲକ୍ଷ୍ୟରେ ଏଭଳି ଚୋରି ହେଉଥିବା ନେଇ ବିଦ୍ୟୁତ ବିଭାଗର ଅଧିକାରୀ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ବୌଦ୍ଧ