ETV Bharat / state

ବିପର୍ଯ୍ୟସ୍ତ ବିଦ୍ୟୁତ ସେବାରେ ହନ୍ତସନ୍ତ ବୌଦ୍ଧ

author img

By

Published : Aug 23, 2019, 8:12 PM IST

ଅଘୋଷିତ ବିଦ୍ୟୁତ କାଟ ଓ ନିରବଚ୍ଛିନ୍ନ ବିଦ୍ୟୁତ ସେବା ସମସ୍ୟା ଯୋଗୁ ହନ୍ତସନ୍ତ ବୌଦ୍ଧ ଜିଲ୍ଲାବାସୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ବିଦ୍ୟୁତ ସମସ୍ୟାକୁ ନେଇ ହନ୍ତସନ୍ତ ବୌଦ୍ଧ ଜିଲ୍ଲାବାସୀ । ଏହି ସମସ୍ୟା ନେଇ ବହୁବାର ଜିଲ୍ଲାବାସୀ ଅଭିଯୋଗ କରିବା ସତ୍ତ୍ବେ ଫଳ ଏବେବି ଶୂନ । ତେବେ ସମସ୍ୟାର ଶୀଘ୍ର ସମାଧାନ ନହେଲେ ଜନ ଆନ୍ଦୋଳନ ସୃଷ୍ଟି ହେବା ଆଶଙ୍କା ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
ବୌଦ୍ଧ ଜିଲ୍ଲା ଗଠନର ପଚିଶ ବର୍ଷ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ ଓ ପାନୀୟ ଜଳ ସମସ୍ୟା ପୂର୍ବ ଭଳି ଲାଗିରହିଛି । ଜିଲ୍ଲାର ମନମୁଣ୍ଡା, ବାଉଁଶୁଣୀ, ବୌଦ୍ଧ ଓ ପୁରୁଣା କଟକ ଆଦି ଚାରିଟି ସ୍ଥାନରେ ସେକ୍ସନ ରହିଥିବା ବେଳେ ବୌଦ୍ଧ ଓ ମନମୁଣ୍ଡାରେ ସବଡିଭିଜନ ପ୍ରତିଷ୍ଠା ହୋଇଛି ।

କିନ୍ତୁ ଏବେ ଅଘୋଷିତ ବିଦ୍ୟୁତ କାଟ ଓ ନିରବଚ୍ଛିନ୍ନ ବିଦ୍ୟୁତ ସେବା ସମ୍ପର୍କରେ ଆମ ଈଟିଭି ଭାରତ ଅନୁସନ୍ଧାନ କରିଥିଲେ । ଆଉ ଯେଉଁ ସବୁ ତଥ୍ୟ ସାମନାକୁ ଆସିଲା ତାହା ସରକାରଙ୍କ ବିଚିତ୍ର ବ୍ୟବସ୍ଥାର ଅସଲ ଚିତ୍ରକୁ ପଦାରେ ପକାଇଛି ।

ଗତ ଏଗାର ବର୍ଷ ତଳେ ଅର୍ଥାତ ୨୦୦୮ ମସିହାରେ ବୌଦ୍ଧ ବିଦ୍ୟୁତ ଡିଭିଜନରେ ପ୍ରାୟ ୧୫୦ ଜଣ ଷ୍ଟାଫ ଜିଲ୍ଲାର 22 ହଜାର ଉପଭୋକ୍ତାଙ୍କୁ ସେବା ଦେଉଥିଲେ । କିନ୍ତୁ ସରକାରଙ୍କ ବିଭିନ୍ନ ଯୋଜନା (ସୌଭାଗ୍ୟ, ବିଜୁଜ୍ୟୋତି, ଇନ୍ଦିରା ଜ୍ୟୋତି, ବିପିଏଲ,ଏଲଆଇ,ମେଗା) ମାଧ୍ୟମରେ ଏବେ ଜିଲ୍ଲାର ଦେଢ ଲକ୍ଷରୁ ଉର୍ଦ୍ଧ୍ବ ଉପଭୋକ୍ତା ରହିଛନ୍ତି ।

ଆଉ ସେମାନଙ୍କୁ ସେବା ଯୋଗାଇବାକୁ ଅଛନ୍ତି 40 ସ୍ଥାୟୀ କର୍ମଚାରୀଙ୍କ ସହିତ 93 ଜଣ ଚୁକ୍ତି ଭିତ୍ତିକ ଠିକା ଶ୍ରମିକ । ଉକ୍ତ ଶ୍ରମିକଙ୍କ ମଧ୍ୟରୁ ପୁଣି 72 ଜଣ 9ଗୋଟି ଷ୍ଟ୍ରକଚରରେ କାର୍ଯ୍ୟରତ । ଫଳରେ ଜିଲ୍ଲାରେ ପାଞ୍ଚ ହଜାର କିଲୋମିଟରରୁ ଉର୍ଦ୍ଧ୍ବ ବିଦ୍ୟୁତସେବା କିଭଳି ମିଳିପାରୁଥିବ ତାହା ସହଜରେ ଅନୁମେୟ ।

ସରକାରଙ୍କ ପ୍ରଦତ୍ତ ଅନେକ ବିଦ୍ୟୁତ ଯନ୍ତ୍ରାଂଶ ଜିଲ୍ଲାକୁ ଆସୁଛି ସତ, କିନ୍ତୁ ତାକୁ ଉପଯୁକ୍ତ ରକ୍ଷଣାବେକ୍ଷଣ କରିବାକୁ ପର୍ଯ୍ୟାପ୍ତ କର୍ମଚାରୀ ନଥିବାରୁ ପାଓ୍ବାର କଟ୍ ଠାରୁ ଆରମ୍ଭ କରି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜିଲ୍ଲାବାସୀ ।

ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ଅନବରତ ବିଦ୍ୟୁତ ସେବା ଯୋଗାଇବା ଲକ୍ଷ୍ୟରେ ପ୍ରାୟ 50 ଲକ୍ଷ ଟଙ୍କାର ସ୍ବତନ୍ତ୍ର ବିଦ୍ୟୁତ ସଂଯୋଗ ସ୍ଥାପନ କରାଗଲା । କିନ୍ତୁ ଏହାର ନିର୍ମାଣ ଠିକରେ ହୋଇ ନଥିବାରୁ ଏବେବି ଅଧିକାଂଶ ସମୟରେ ଡାକ୍ତରଖାନାରେ ଅନ୍ଧକାର ରାଜୁତି କରିଥାଏ ।

ଏହାଛଡା ଆହୁରି ଅନେକ ପରିବାରକୁ ଆଜିଯାଏ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ । ତେବେ ଏସମ୍ପର୍କରେ ଆମ ଇଟିଭି ଭାରତ ପ୍ରତିନିଧି ଉଚ୍ଚ ପଦାଧିକାରୀଙ୍କୁ ପଚାରିବାରୁ ଅତିଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ସେ ଉତ୍ତରରେ କହିଛନ୍ତି ।

ଏପଟେ ତୁରନ୍ତ ସମସ୍ୟାର ସମାଧାନ ନହେଲେ ଜନ ଆନ୍ଦୋଳନ ସୃଷ୍ଟି ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:ବିଦ୍ୟୁତ ସମସ୍ୟା କୁନେଇ ଅତିଷ୍ଠ ହୋଇ ପଡିଲେଣି ଜିଲ୍ଲାବାସୀ । ସରକାରଙ୍କ ବିଚିତ୍ର ଦୋମୁହା ନୀତି ଯୋଗୁଁ ଜିଲ୍ଲାର ପ୍ରାୟ ପାଞ୍ଚ ହଜାର କିଲୋମିଟର ବିଦ୍ୟୁତ ସେବାକୁ ସମ୍ଭାଳୁଛନ୍ତି ମାତ୍ର ଚାଳିଶ ଜଣ ଷ୍ଟାଫ ।ଏପଟ ସମସ୍ୟା ର ଶୀଘ୍ର ସମାଧାନ ନହେଲେ ଜନ ଆନ୍ଦୋଳନ ସୃଷ୍ଟି ହେବା ଆଶଙ୍କା ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ ।
ବୌଦ୍ଧ ଜିଲ୍ଲା ଗଠନର ପଚିଶ ବର୍ଷ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ ଓ ପାନୀୟ ଜଳ ସମସ୍ୟା ପୂର୍ବବତ ଲାଗିରହିଛି ।ଜିଲ୍ଲାର ମନମୁଣ୍ଡା, ବାଉଁଶୁଣୀ,ବୌଦ୍ଧ ଓ ପୁରୁଣାକଟକ ଆଦି ଚାରିଟି ସ୍ଥାନରେ ସେକ୍ସନ ରହିଥିବା ବେଳେ ବୌଦ୍ଧ ଓ ମନମୁଣ୍ଡା ରେ ସବଡିଭିଜନ ପ୍ରତିଷ୍ଠା ହୋଇଛି ।କିନ୍ତୁ ଏବେ ଅଘୋଷିତ ବିଦ୍ୟୁତ କାଟ ଓ ନିରବଚ୍ଛିନ୍ନ ବିଦ୍ୟୁତ ସେବା ସମ୍ପର୍କରେ ଆମ ଈଟିଭି ଭାରତ ଅନୁସନ୍ଧାନ କରିଥିଲା ।ଆଉ ଯେଉଁ ସବୁ ତଥ୍ୟ ସାମନାକୁ ଆସିଲା ତାହା ସରକାରଙ୍କ ବିଚିତ୍ର ବ୍ୟବସ୍ଥା ର ଅସଲ ଚିତ୍ର କୁ ପଦାକୁ ଆସିଛି ।
ଗତ ଏଗାର ବର୍ଷ ତଳେ ଅର୍ଥାତ୨୦୦୮ ମସିହାରେ ବୌଦ୍ଧ ବିଦ୍ୟୁତ ଡିଭିଜନରେ ପ୍ରାୟ ୧୫୦ ଜଣ ଷ୍ଟାଫ ଜିଲ୍ଲାର ବାଇଶ ହଜାର ଉପଭୋକ୍ତାଙ୍କୁ ସେବା ଦେଉଥିଲେ ।କିନ୍ତୁ ସରକାରଙ୍କ ବିଭିନ୍ନ ଯୋଜନା (ସୌଭାଗ୍ୟ, ବିଜୁଜ୍ୟୋତି,ଇନ୍ଦିରା ଜ୍ୟୋତି, ବିପିଏଲ,ଏଲ ଆଇ,ମେଗା) ମାଧ୍ୟମରେ ଏବେ ଜିଲ୍ଲାର ଦେଢ ଲକ୍ଷ ରୁ ଉର୍ଦ୍ଧ୍ବ ଉପଭୋକ୍ତା ରହିଛନ୍ତି ।ଆଉ ସେମାନଙ୍କୁ ସେବା ଯୋଗାଇବାକୁ ଅଛନ୍ତି ଚାଳିଶ ସ୍ଥାୟୀ କର୍ମଚାରୀଙ୍କ ସହିତ ତେୟାନବେ ଜଣ ଚୁକ୍ତି ଭିତ୍ତିକ ଠିକା ଶ୍ରମିକ ।ଉକ୍ତ ଶ୍ରମିକଙ୍କ ମଧ୍ୟରୁ ପୁଣି ବାସ୍ତୋରି ଜଣ ନ ଗୋଟି ଷ୍ଟକଚରରେ କାର୍ଯ୍ୟରତ ।ଫଳରେ ଜିଲ୍ଲାରେ ପାଞ୍ଚ ହଜାର କିଲୋମିଟର ରୁ ଉର୍ଦ୍ଧ୍ବ ବିଦ୍ୟୁତ ସେବା କିଭଳି ମିଳିପାରୁଥିବ ତାହା ସହଜରେ ଅନୁମେୟ ।
ସରକାରଙ୍କ ପ୍ରଦତ୍ତ ଅନେକ ବିଦ୍ୟୁତ ଯନ୍ତ୍ରାଂଶ ଜିଲ୍ଲାକୁ ଆସୁଛି ସତ, କିନ୍ତୁ ତାକୁ ଉପଯୁକ୍ତ ରକ୍ଷଣାବେକ୍ଷଣ କରିବାକୁ ପର୍ଯ୍ୟାପ୍ତ କର୍ମଚାରୀ ନଥିବାରୁ ପାଓ୍ବାର କଟ ଠାରୁ ଆରମ୍ଭ କରି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜିଲ୍ଲାବାସୀ ।ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ଅନବରତ ବିଦ୍ୟୁତ ସେବା ଯୋଗାଇବା ଲକ୍ଷ୍ୟ ରେ ପ୍ରାୟ ପଚାଶ ଲକ୍ଷ ଟଙ୍କାର ସ୍ବତନ୍ତ୍ର ବିଦ୍ୟୁତ ସଂଯୋଗ ସ୍ଥାପନ କରାଗଲା ।କିନ୍ତୁ ଏହାର ନିର୍ମାଣ ଠିକରେ ହୋଇ ନଥିବାରୁ ଏବେବି ଅଧିକାଂଶ ସମୟରେ ଡାକ୍ତରଖାନାରେ ଅନ୍ଧକାର ରାଜୁତି କରିଥାଏ ।ଏହାଛଡା ଆହୁରି ଅନେକ ପରିବାରକୁ ଆଜିଯାଏ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ ।ଏସମ୍ପର୍କରେ ଉଚ୍ଚ ପଦାଧିକାରୀଙ୍କ ଉତ୍ତର ଅତିଶୀଘ୍ର ସମସ୍ୟା ର ସମାଧାନ ହୋଇଯିବ । ତୁରନ୍ତ ବୌଦ୍ଧ ଜିଲ୍ଲାର ବିଦ୍ୟୁତ ସେବା ସହଜ ଦିଗରେ ସରକାର ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାବାସୀ ଦାବୀ କରିଛନ୍ତି ।

Body:ବୌଦ୍ଧ ଜିଲ୍ଲାରେ ବିପର୍ଯ୍ୟସ୍ତ ବିଦ୍ୟୁତ ସେବା ।

Conclusion:ବାଇଟ-୧-କେତନକୁମାର ଅଗ୍ରୱାଲ, ଆଇନଜୀବୀ, ଉଚ୍ଚ ନ୍ୟାୟାଳୟ
ବାଇଟ-୨-ନୃସିଂହ ନାରାୟଣ ପଣ୍ଡା,ଦକ୍ଷିଣାଞ୍ଚଳ ମୁଖ୍ୟ ଯନ୍ତ୍ରୀ,ସାଉଥକୋ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.