ETV Bharat / state

ମହାନଦୀ ସେତୁ ଛକ ଅଞ୍ଚଳରେ କାମ କରୁନି ଷ୍ଟ୍ରିଟ ଲାଇଟ, ସନ୍ଧ୍ୟା ହେଲେ ରାଜୁତି କରୁଛି ଅନ୍ଧକାର

ସନ୍ଧ୍ୟା ହେଲେ ବୌଦ୍ଧ ସଦର ମହକୁମାର ଜାତୀୟ ରାଜପଥରେ ରାଜୁତି କରୁଛି ଅନ୍ଧକାର । ଏନେଇ ଖୁଣ୍ଟବନ୍ଧ, ମଧୁପୁରରେ ବିଜୁଳି ଆଲୋକ ବ୍ୟବହାର କରିନଥିବା ଦଶରୁ ଊର୍ଦ୍ଧ୍ବ ପରିବାରର ମହିଳା ବୌଦ୍ଧ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ଅଧିକ ପଢନ୍ତୁ...

electric issue in boudh, madhupur area
ମହାନଦୀ ସେତୁ ଛକ ଅଞ୍ଚଳରେ ସନ୍ଧ୍ୟା ହେଲେ ଅନ୍ଧକାରର ରାଜୁତି
author img

By

Published : Nov 12, 2020, 7:17 AM IST

ବୌଦ୍ଧ: ସନ୍ଧ୍ୟା ହେଲେ ବୌଦ୍ଧ ସଦର ମହକୁମାର ଜାତୀୟ ରାଜପଥରେ ରାଜୁତି କରୁଛି ଅନ୍ଧକାର । ବର୍ଷ ବର୍ଷ ଧରି ଷ୍ଟ୍ରିଟ ଲାଇଟ କିମ୍ବା ହାଇମାକ୍ସ ଲାଇଟ ଜଳୁ ନଥିବାରୁ ସହରରେ ଅପରାଧିକ କାର୍ଯ୍ୟ ବଢୁଥିବା ଅଭିଯୋଗ ହୋଇଛି । ତେବେ ସହରର ପ୍ରବେଶ ପଥର ମୁଖ୍ୟ ଛକର ଯଦି ଏଭଳି ଅବସ୍ଥା ତେବେ ଗାଁ ପରିମଳ ଧୋବା ତୁଠରୁ ଭଳି ଅନୁମାନ କରାଯାଇପାରେ ।

ମହାନଦୀ ସେତୁ ଛକ ଅଞ୍ଚଳରେ ସନ୍ଧ୍ୟା ହେଲେ ଅନ୍ଧକାରର ରାଜୁତି

ସୂଚନାମୁତାବକ, ୫୭ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ଯୋଗୁଁ ବୌଦ୍ଧ ଜିଲ୍ଲା ସଦର ମହକୁମାର ମହାନଦୀ ସେତୁ ଛକ ଠାରୁ ପୁରୁଣା ବ୍ଲକ ଛକ ପର୍ଯ୍ୟନ୍ତ ଦିନ କିମ୍ବା ମାସ ନୁହେଁ, ବର୍ଷ ବର୍ଷ ଧରି ଷ୍ଟ୍ରିଟ ଲାଇଟ କିମ୍ବା ହାଇମାକ୍ସ ଲାଇଟ ଜଳୁ ନାହିଁ । ଫଳରେ ପ୍ରତ୍ୟେକ ଦିନ ଛୋଟ ବଡ ସଡକ ଦୁର୍ଘଟଣା ଘଟୁଥିବା ସହ ସହରରେ ଚୋରି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ରାତିରେ ଏକ ବିରାଟକାୟ ଅଜଗର ସାପ ରାଜପଥ ଉପରକୁ ଉଠି ଆସିବାରୁ କିଛି ସମୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ସେପଟେ ଦୁଇ ଦିନ ପୂର୍ବରୁ ବୌଦ୍ଧ ପୌରାଞ୍ଚଳର ମର୍ଜାକୁଦବାସୀ ଅନ୍ଧାରରେ ରହୁଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିବା ବେଳେ ବୁଧବାର ପୁଣି ଖୁଣ୍ଟବନ୍ଧ ପଞ୍ଚାୟତ ମଧୁପୁରରେ ବିଜୁଳି ଆଲୋକ ବ୍ୟବହାର କରିନଥିବା ଦଶରୁ ଊର୍ଦ୍ଧ୍ବ ପରିବାରର ମହିଳା, ବିଦ୍ୟୁତ ସଂଯୋଗ ପାଇଁ ବୌଦ୍ଧ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.