ETV Bharat / state

ସ୍ବାସ୍ଥ୍ୟସେବା ଦେଖି ଖପ୍ପା ମୁଖ୍ୟ ନିର୍ବାଚନ କମିଶନ

author img

By

Published : Nov 7, 2019, 10:18 PM IST

ବୌଦ୍ଧ ଡାକ୍ତରଖାନାରେ ଅବହେଳା । ବାହାରୁ କିଣିବାକୁ ପଡୁଛି ଔଷଧ । ଏପରିକି ସମୟରେ ନର୍ସ ସେବା ମଧ୍ୟ ମିଳୁନି । ରୋଗୀଙ୍କ ଠାରୁ ଏଭଳି ଅଭିଯୋଗ ଶୁଣି ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନଙ୍କ ଉଦବେଗ ।

ବୌଦ୍ଧର ସ୍ବାସ୍ଥ୍ୟସେବା ଦେଖି ଖପ୍ପା ମୁଖ୍ୟ ନିର୍ବାଚନ କମିଶନ

ବୌଦ୍ଧ: ସ୍ବାସ୍ଥ୍ୟସେବାର ପୋଲ୍ ଖୋଲିଲେ ଖୋଦ ରୋଗୀ । ଆଶ୍ଚର୍ଯ୍ୟ ହୋଇଗଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଓ ପ୍ରଶାସନିକ ଅଧିକାରୀ । ଜିଲ୍ଲାରେ କିପରି ‘5T’ କାର୍ଯ୍ୟକ୍ରମ ଚାଲିଛି ତାହା ଆଜି ସର୍ବସମ୍ମୁଖରେ ଖୁଲାସା ହୋଇଛି ।

ବୌଦ୍ଧର ସ୍ବାସ୍ଥ୍ୟସେବା ଦେଖି ଖପ୍ପା ମୁଖ୍ୟ ନିର୍ବାଚନ କମିଶନ

ଗୁରୁବାର ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଶୁଶୀଲ କୁମାର ଲୋହାନୀଙ୍କ ବୌଦ୍ଧ ଗସ୍ତ ବେଳେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଥିଲେ । ଏହି ସମୟରେ ହଠାତ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । କମିଶନ ରୋଗୀଙ୍କ ନିକଟକୁ ଯାଇ ହାନିଲାଭ ପଚାରିଥିଲେ । ଉତ୍ତରେ ରୋଗୀ ଡାକ୍ତରଖାନାରେ ଅବ୍ୟବସ୍ଥାକୁ ବଖାଣିଥିଲେ ।

ଔଷଧ ବାହାରୁ କିଣି ଆଣିବାକୁ ପଡୁଥିବା ବେଳେ ନର୍ସ ସେବା ମଧ୍ୟ ସମୟରେ ମିଳୁନଥିବା ନେଇ କମିଶନ ଙ୍କ ସାମ୍ନାରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ । ପଡୋଶୀ ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନାରେ ‘5T’ ସଚିବ ସ୍ବଚ୍ଛତାକୁ ନେଇ ପରିଦର୍ଶନ କରୁଥିବା ବେଳେ ବୌଦ୍ଧରେ ଏଭଳି ଅବସ୍ଥା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପଟେ ମୁଖ୍ୟ ଚିକିତ୍ସା ଅଧିକାରୀ ଏପରି ଘଟଣାକୁ ସ୍ବୀକାର କରି ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ସ୍ବଛ ସ୍ବାସ୍ଥ୍ୟସେବା ର ଗୁମର ଖୋଲିଲେ ଖୋଦ ରୋଗୀ ।ଆଶ୍ଚର୍ଯ୍ୟ ହୋଇଗଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଓ ପ୍ରଶାସନିକ ଅଧିକାରୀ
ବୌଦ୍ଧ ଜିଲ୍ଲାରେ କିଭଳି ଚାଲିଛି ୫ଟି କାର୍ଯ୍ୟକ୍ରମ, ତାର ଆଜି ସର୍ବସମ୍ମୁଖରେ ଖୁଲାସା ହୋଇଛି ।ଗୁରୁବାର ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଶୁଶୀଲ କୁମାର ଲୋହାନୀଙ୍କ ବୌଦ୍ଧ ଗସ୍ତ ଅବସରରେ ବୌଦ୍ଧ ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରୁଥିବା ବେଳେ ହଠାତ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।କମିଶନ ରୋଗୀଙ୍କ ନିକଟକୁ ଯାଇ ବୁଲି ବୁଲି ପଚାରୁଥିବା ବେଳେ ହଠାତ ଡାକ୍ତରଖାନାରେ ମିଳୁଥିଲା ଔଷଧ ବାହାରୁ କିଣି ଆଣିବାକୁ ପଡୁଥିବା ସହିତ ନର୍ସସେବା ଠିକରେ ମିଳୁନଥିବା ଘଟଣା କମିଶନ ଙ୍କ ସାମନାରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ ।ପଡୋଶୀ ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନାରେ ୫ଟି ସଚିବ ସ୍ବଛତାକୁ ନେଇ ପରିଦର୍ଶନ କରୁଥିବା ବେଳେ ବୌଦ୍ଧ ଡାକ୍ତରଖାନାରେ ଗରିବ ରୋଗୀଙ୍କୁ ମାଗଣାରେ ମିଳୁଥିବା ଔଷଧ ବଦଳରେ କାହିଁକି ବାହାରୁ କିଣି ଆଣିବାକୁ କୁହାଗଲା ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ମୁଖ୍ୟ ଚିକିତ୍ସା ଅଧିକାରୀ ଏପରି ଘଟଣା ଭୁଲରେ ହୋଇଥିବା ସ୍ବୀକାର କରି ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ।

Body:ବୌଦ୍ଧ ଡାକ୍ତରଖାନାରେ ସ୍ବଛତାକୁ ନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ଉଦବେଗ ।

Conclusion:ବାଇଟ-୧-ସତିଶ ମହାକୁଡ, ରୋଗୀଙ୍କ ସମ୍ପର୍କୀୟ
ବାଇଟ-୨-ବିଶିକେଶନ ମେହେର, ରୋଗୀ
ବାଇଟ-୩-ମାଧବ ପ୍ରଧାନ, ରୋଗୀ
ବାଇଟ-୪-ଡ଼ ଲକ୍ଷ୍ମୀଧର ସାହୁ, ସିଡିଏମଓ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.