ETV Bharat / state

ରୋଜଗାରିଆ ମଣିଷକୁ ରୋଗ କଲା ଶର୍ଯ୍ୟାଶାୟୀ, ଆଶା ଦେଇ ନିରାଶ କଲା ପ୍ରଶାସନ - helpless family

ପରିବାରର ଏକମାତ୍ର ରୋଜଗାରିଆ ମଣିଷ ଦୀର୍ଘ ଆଠମାସ ହେବ ପକ୍ଷାଘାତ ରୋଗରେ ପୀଡିତ । ଏନେଇ ବହୁ ଆଶା ନେଇ ଦମ୍ପତି ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚିଥିଲେ। ହେଲେ ସେଠାରୁ ବି ନିରାଶ ହୋଇ ଆସିବାକୁ ପଡିଛି । ଅଧିକ ଖବର ପଢନ୍ତୁ...

earnings-made-sick-people-bedridden
ରୋଜଗାରିଆ ମଣିଷକୁ ରୋଗ କଲା ଶର୍ଯ୍ୟାଶାୟୀ, ଆଶା ଦେଇ ନିରାଶ କଲା ପ୍ରଶାସନ
author img

By

Published : Mar 5, 2020, 11:05 AM IST

ବୌଦ୍ଧ: ପ୍ରଶାସନ ନିକଟରୁ ସହାୟତା ନପାଇ ନିରାଶ ହୋଇ ଫେରିଗଲେ ଅସହାୟ ଦମ୍ପତି । ପରିବାରର ଏକମାତ୍ର ରୋଜଗାରିଆ ମଣିଷ ଦୀର୍ଘ ଆଠମାସ ହେବ ପକ୍ଷାଘାତ ରୋଗରେ ପୀଡିତ ହୋଇ କିଛି ସହାୟତା ଆଶାରେ ପ୍ରଶାସନ ପାଖକୁ ଦୌଡି ଯାଇଥିଲେ । କିନ୍ତୁ ନିରାଶ ହୋଇ ଫେରିଆସିଛନ୍ତି ଏହି ଅସହାୟ ଦମ୍ପତି।

ରୋଜଗାରିଆ ମଣିଷକୁ ରୋଗ କଲା ଶର୍ଯ୍ୟାଶାୟୀ, ଆଶା ଦେଇ ନିରାଶ କଲା ପ୍ରଶାସନ

ସୂଚନା ମୁତାବକ, ବାଉଁଶୁଣୀ ଗଡ ଭିତରର ଏକ ଅତ୍ୟନ୍ତ ଗରିବ ଆଦିବାସୀ ପରିବାରର ମୁଖ୍ୟ ତଥା ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଗୌର ପେରା । ପାଞ୍ଚ ପ୍ରାଣୀ କୁଟୁମ୍ବକୁ ନେଇ ମୂଲଲାଗି ଯାହାକି ହେଉ ଦୁଃଖ ସୁଖରେ ଚଳିଯାଉଥିଲେ । କିନ୍ତୁ ପ୍ରାୟ ଆଠମାସ ତଳେ ହଠାତ ଗୌର ପକ୍ଷାଘାତରେ ଆକ୍ରାନ୍ତ ହୋଇ ଘରେ ପଡି ରହିଲେ ।

ଘରୁ ବାହାରି ପାରିଲେ ନାହିଁ କିମ୍ବା କୌଣସି କାମ କରି ପାରିଲେ ନାହିଁ । ଫଳରେ ନିଜ ଛୋଟ ଛୋଟ ପିଲାମାନଙ୍କୁ ଚଳାଇବା କଷ୍ଟକର ହୋଇପଡିଲା । ଗୋଟିଏ ପଟରେ ଚିକିତ୍ସା ପାଇଁ ଅର୍ଥର ଅଭାବ ଅନ୍ୟ ପଟରେ ସକାଳ ହେଲେ ପେଟ ଚିନ୍ତା ।

ଏପରି ପରିସ୍ଥତିରେ ଜିଲ୍ଲା ପ୍ରଶାସନ ବାଉଁଶୁଣୀ ଠାରେ ଅଭିଯୋଗ ଶୁଣାଣୀ କରୁଥିବା ଖବର ପାଇ କିଛି ସହାୟତା ପାଇବା ଆଶାରେ ଗୌର ଓ ତାଙ୍କ ପତ୍ନୀ ବହୁ କଷ୍ଟରେ ପହଞ୍ଚିଥିଲେ। କିନ୍ତୁ ଗୌରଙ୍କ ଆବଶ୍ୟକ କାଗଜପତ୍ର ନଥିବାରୁ ତାଙ୍କୁ ନିରାଶ ହେବାକୁ ପଡିଥିଲା। ଅବସ୍ଥା ଏପରିଥିଲା ଯେ ଫେରିବା ପାଇଁ ଅଟୋର ଭଡା ଦେବା ମଧ୍ୟ ତାଙ୍କ ପାଇଁ ଅସମର୍ଥ ହୋଇପଡିଥିଲା। ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.