ବୌଦ୍ଧ: ଜିଲ୍ଲାରେ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଆୟୋଜିତ ହୋଇଛି । ଜିଲ୍ଲାରେ କିଛି ସ୍ବାସ୍ଥ୍ୟ କର୍ମୀଙ୍କ ଲୋକଙ୍କୁ ଭଲ ସେବା ପ୍ରଦାନ ପାଇଁ ପୁରସ୍କୃତ କରାଯିବା ସହିତ ସ୍ବଚ୍ଛ ପଞ୍ଚାୟତକୁ ସମ୍ମାନିତ କରାଯାଇଛି ।
ଆଶା ଓ ଗାଁ କଲ୍ୟାଣ ସମିତିର ସମ୍ମିଳନୀରେ ଉପାନ୍ତ ଅଞ୍ଚଳରୁ ଆସିଥିବା ଆଶା ଓ ଅଙ୍ଗନବାଡି ଦିଦିଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଛି । ଜିଲ୍ଲାର ସବୁଠୁ ତିନୋଟି ସ୍ବଚ୍ଛ ପଞ୍ଚାୟତକୁ ପୁରସ୍କୃତ କରାଯାଇଛି । କୋରୋନା ମହାମାରୀ ସମୟରେ ଆଶା ଓ ଅଙ୍ଗନବାଡି ଦିଦିଙ୍କ ଭୂମିକାକୁ ପ୍ରଶଂସା କରାଯାଇଛି । ଏହାଛଡା ଜିଲ୍ଲାରେ ଏବେ ବି ଅନେକ ଉପାନ୍ତ ଅଞ୍ଚଳରେ ପରିମଳ ବ୍ୟବସ୍ଥା ଓ ସ୍ବାସ୍ଥ୍ୟସେବା ସୁଧୁରିନି । ତଳଗାଁ ଭଳି ପଞ୍ଚାୟତରେ ମୋବାଇଲ ନେଟୱାର୍କ ସମସ୍ୟା ସହ ଡାକ୍ତର ଅଭାବ ଭଳି ସମସ୍ୟାକୁ ଆହୁରି ବଢାଇ ଦେଇଛି । ଏ ନେଇ ଗଭୀର ଉଦବେଗ ପ୍ରକାଶ ପାଇଛି । ଖୁବ ଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ।
ଆୟୋଜିତ ଗାଁ କଲ୍ୟାଣ ସମିତି ସମ୍ମିଳନୀରେ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଜିଲ୍ଲାପାଳ, ପିଡି ଓ ସ୍ବାସ୍ଥ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ । ଜିଲ୍ଲାରେ ବିଭିନ୍ନ ପଞ୍ଚାୟତରେ ରହିଥିବା ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଅରମ୍ଭ ହେବ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ