ବୌଦ୍ଧ: ଶ୍ରମିକଙ୍କ ବହୁବିଧ ସମସ୍ୟା କୁନେଇ ଶ୍ରମ ଅଧିକାରୀଙ୍କ ସହ ଜିଲ୍ଲାର ମିଳିତ ଶ୍ରମିକ ସଙ୍ଗଠନର ଆଲୋଚନା । ବୌଦ୍ଧ ଜିଲ୍ଲାରେ ପଚାଶ ହଜାରରୁ ଊର୍ଦ୍ଧ୍ବ ନିର୍ମାଣ ଶ୍ରମିକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ମାତ୍ର ଜିଲ୍ଲା ଶ୍ରମ ବିଭାଗର ଟାଳଟୁଳ ନୀତି ଯୋଗୁଁ ଅନେକ ହିତାଧିକାରୀ ଶ୍ରମିକ ଠିକ ସମୟରେ ସହାୟତା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଆସୁଛି ।
ଏହାକୁ ବିରୋଧ କରି ଆସନ୍ତା ତିନି ତାରିଖରେ ବୌଦ୍ଧ ଜିଲ୍ଲାର ଶ୍ରମିକ ସଙ୍ଗଠନ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଛି । ତେବେ ଆଜି(ଶୁକ୍ରବାର) ଜିଲ୍ଲା ଶ୍ରମ ଅଧିକାରୀ ମିଳିତ ଶ୍ରମିକ ସଙ୍ଗଠନ ସହିତ ଆଲୋଚନା ପରେ ଶ୍ରମିକଙ୍କୁ ସହାୟତା ଯୋଗାଇ ଦିଆଯିବାକୁ ସ୍ଥିର କରାଯାଇଥିବା ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ