ETV Bharat / state

ଘରୋଇ ସ୍କୁଲ ମୁହାଁ ଅଭିଭାବକ, ସମସ୍ୟା ସମୀକ୍ଷା କଲା ଶିକ୍ଷା ବିଭାଗ

author img

By

Published : Mar 10, 2021, 9:50 PM IST

ଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ଗଭୀର ଉଦବେଗ ପ୍ରକାଶ । ଅଧିକ ପଢନ୍ତୁ...

ଘରୋଇ ସ୍କୁଲ ମୁହାଁ ଅଭିଭାବକ, ସମସ୍ୟା ସମୀକ୍ଷା କଲା ଶିକ୍ଷା ବିଭାଗ
ଘରୋଇ ସ୍କୁଲ ମୁହାଁ ଅଭିଭାବକ, ସମସ୍ୟା ସମୀକ୍ଷା କଲା ଶିକ୍ଷା ବିଭାଗ

ବୌଦ୍ଧ: ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଛି । ସରକାରୀ ବିଦ୍ୟାଳୟରେ ରହିଥିବା ସମସ୍ୟାକୁ ନେଇ ବୈଠକରେ ଗଭୀର ଉଦବେଗ ପ୍ରକାଶ ପାଇଛି । ସରକାରୀ ବିଦ୍ୟାଳୟ ଅପେକ୍ଷା ଅଭିଭାବକ ଘରୋଇ ସ୍କୁଲ ମୁହାଁ ହେଉଛନ୍ତି । ଯାହା ବର୍ତ୍ତମାନ ସମୟରେ ଗମ୍ଭୀର ବିଷୟ ।

ସରକାରୀ ବିଦ୍ୟାଳୟ ପାଇଁ ସରକାର ସମସ୍ତ ସୁବିଧା କରିଥିଲେ ମଧ୍ୟ ଆନ୍ତରିକତା ଅଭାବରୁ ଅନେକ ସ୍ଥାନରେ ବିଦ୍ୟାଳୟରେ ଉପସ୍ଥାନ କମିବା ଯୋଗୁଁ ସ୍କୁଲ ବନ୍ଦ ହୋଇଯାଉଛି । ଏହି ଧାରାରେ ବୌଦ୍ଧର ପ୍ରଥମ ବାଳିକା ବିଦ୍ୟାଳୟ ଓ ପ୍ରଥମ ମଡେଲ ବିଦ୍ୟାଳୟ ବନ୍ଦ ହୋଇସାରିଛି । ଆଜିର କାର୍ଯ୍ୟକ୍ରମରେ ଅତିଥି ରୂପେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା, ଇକୋ କ୍ଲବ, ସ୍ବଛତା, ମୋ ସ୍କୁଲ ଅଭିଯାନ ସହ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟକୁ ପୁରସ୍କୃତ କରାଯାଇଥିଲା ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.