ETV Bharat / state

ପଞ୍ଚକରେ ଅନ୍ଧକାରରେ ବୁଡିଛି ଦୁଇ ବିଶ୍ବ ପ୍ରସିଦ୍ଧ ଶୈବ ପୀଠ

author img

By

Published : Nov 7, 2022, 9:46 AM IST

ଧର୍ମ ମାସ କାର୍ତ୍ତିକରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ । ବିଶ୍ବ ପ୍ରସିଦ୍ଧ ଶୈବ ପୀଠ ଅନ୍ଧାରରେ ଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ପଞ୍ଚକରେ ଅନ୍ଧକାରରେ ବୁଡିଛି ଦୁଇ ବିଶ୍ବ ପ୍ରସିଦ୍ଧ ଶୈବ ପୀଠ
ପଞ୍ଚକରେ ଅନ୍ଧକାରରେ ବୁଡିଛି ଦୁଇ ବିଶ୍ବ ପ୍ରସିଦ୍ଧ ଶୈବ ପୀଠ

ବୌଦ୍ଧ: ଚାଲିଛି ଧର୍ମ ମାସ କାର୍ତ୍ତିକ । ଏ ନେଇ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବ ପୀଠ । ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି । କାର୍ତ୍ତିକ ପଞ୍ଚକ ସମୟରେ ବୌଦ୍ଧ ଜିଲ୍ଲାର ଦୁଇ ପତ୍ନତ୍ତାତ୍ବିକ ମନ୍ଦିର ଅନ୍ଧକାରରେ ବୁଡି ରହିଛି । ପବିତ୍ର ମାସ କାର୍ତ୍ତିକ ମାସ ସରିବା ପାଇଁ ଆଉ ଦିଏଟିଏ ବାକି ଥିବାବେଳେ ଉଭୟ ଧବଳେଶ୍ବର ପୂଜା ଓ ଶେଷ ସୋମବାର ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ସମୟରେ ଦୁଇ ଶୈବ ପୀଠର ଏଭଳି ଅବସ୍ଥା କୁନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ପବିତ୍ର ମାସ କାର୍ତ୍ତିକ ପଞ୍ଚକ ଉପଲକ୍ଷେ ଚଳଚଞ୍ଚଳ ଜିଲ୍ଲାର ବିଭିନ୍ନ ଦେବାଦେବୀଙ୍କ ପୀଠ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାମାୟଣ ପାରାୟଣ ଠାରୁ ନେଇ ଗୀତା ଜ୍ଞାନ ଯଜ୍ଞ ଓ ଠାରୁ ନେଇ ଶନିଶ୍ଚରଙ୍କ ଦଣ୍ଡ ଖେଳ ପର୍ଯ୍ୟନ୍ତ ପାଳନ କରାଯାଇଛି । ତେବେ ବୌଦ୍ଧ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ଥିବା ଦୁଇ ବିଶ୍ୱ ପ୍ରସିଦ୍ଧ ଶୈବପୀଠ ଅନ୍ଧକାରରେ ବୁଡି ରହିଛି । ବୌଦ୍ଧ ସହରର ରାମେଶ୍ୱର ମନ୍ଦିର ତ୍ରୟ ଓ ଗନ୍ଧରାଡିର ଚାରିଶମ୍ଭୁ ମନ୍ଦିର ନିଜର ଐତିହ୍ୟ ପୂର୍ଣ୍ଣ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବାବେଳେ ଉଭୟ ମନ୍ଦିର କେନ୍ଦ୍ର ପତ୍ନତ୍ତତ୍ବ ବିଭାଗ ଅଧିନରେ ସଂରକ୍ଷିତ ହୋଇ ରହିଛି ।

ଏହା ବି ପଢନ୍ତ...ବୌଦ୍ଧରେ ଧୁମଧାମରେ ଶେଷହେଲା ପାରମ୍ପରିକ କୈଳାସୀ ଯାତ୍ରା

ବର୍ତ୍ତମାନ ପବିତ୍ର ମାସରେ ମଧ୍ୟ ଉଭୟ ମନ୍ଦିର ଅନ୍ଧକାରରେ ବୁଡି ରହିଥିବାରୁ ଏନେଇ ଭକ୍ତ ଶ୍ରଦ୍ଧାଳୁମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ରବିବାର ରାତିରେ ବଡ ଓଷା ପୂଜା ଓ ଶେଷ ସୋମବାର ପାଇଁ ଉଭୟ ମନ୍ଦିରରେ ଭକ୍ତଶ୍ରଦ୍ଧାଳୁ ମାନେ ଦୀପ ଜାଳି ମନ୍ଦିର ଆଲୋକ କରୁଥିବା ବେଳେ ବିଭାଗୀୟ ଉଦାସୀନତା ସମସ୍ତଙ୍କୁ ଦୁଃଖିତ କରିଥିଲା ।

ସରକାର ଉଭୟ ମନ୍ଦିରର ବିକାଶ ପାଇଁ ଗତ ଚାରି ବର୍ଷ ତଳେ ଦୁଇ କୋଟି ଟଙ୍କା ଘୋଷଣା କରିଥିଲେ ମଧ୍ୟ ତାହାର କୌଣସି ଅଗ୍ରଗତି ଘଟିପାରି ନାହିଁ । ପୂର୍ବରୁ ଉଭୟ ମନ୍ଦିରର ଉନ୍ନତି ପାଇଁ ଯେଉଁ ସବୁ କାର୍ଯ୍ୟ ହୋଇଥିଲା ସେସବୁ ଅକାମୀ ହୋଇ ପଡି ରହିଛି । ଏନେଇ ଶ୍ରଦ୍ଧାଳୁ ମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ଏ ଦିଗରେ କାର୍ଯ୍ୟ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.