ETV Bharat / state

ଡିମିରିମୁଣ୍ଡା ଗାଁର ଚେତାବନୀ, ଦାବି ପୂରଣ କର ନଚେତ୍‌ ଭୋଟ ବର୍ଜନ

author img

By

Published : Dec 4, 2021, 8:32 PM IST

ସରକାର ସମସ୍ତଙ୍କ ବାସଗୃହ ପାଇଁ ଆବାସ ଯୋଜନା କରିଛନ୍ତି ହେଲେ ପ୍ରକୃତ ହିତାଧିକାରୀଙ୍କୁ ମିଳୁନାହିଁ ପକ୍କାଘର । ଗ୍ରାମର ଗୋଟିଏ ପରିବାରକୁ ମଧ୍ୟ ଦୀର୍ଘ ଏଗାର ବର୍ଷ ହେଲା ମିଳିନାହିଁ ସରକାରୀ ପକ୍କାଘର ।

Dimirimunda villagers protest
ଡିମିରିମୁଣ୍ଡା ଗ୍ରାମବାସୀଙ୍କ ବିଭିନ୍ନ ଦାବି ପୂରଣ ନହେଲେ ଭୋଟ ବର୍ଜନ

ବୌଦ୍ଧ: ଗ୍ରାମବାସୀଙ୍କୁ ଦୀର୍ଘ ଏଗାର ବର୍ଷ ହେଲା ମିଳୁନାହିଁ ପକ୍କାଘର । ଏନେଇ ବିଭିନ୍ନ ସ୍ତରରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଆଗାମୀ ପଞ୍ଚାୟତ ଭୋଟ ବର୍ଜନ ପାଇଁ ଦେଲେ ଚେତାବନୀ ଦେଇଛନ୍ତି।

ସରକାର ସମସ୍ତଙ୍କ ବାସଗୃହ ପାଇଁ ଆବାସ ଯୋଜନା କରିଛନ୍ତି ହେଲେ ପ୍ରକୃତ ହିତାଧୀକାରୀଙ୍କୁ ମିଳୁନାହିଁ ପକ୍କାଘର । ଗ୍ରାମର ଗୋଟିଏ ପରିବାରକୁ ମଧ୍ୟ ଦୀର୍ଘ ଏଗାର ବର୍ଷ ହେଲା ମିଳିନାହିଁ ସରକାରୀ ପକ୍କାଘର । ଏନେଇ ଯେତେ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଯୋଗୀନ୍ଦ୍ରପୁର ପଞ୍ଚାୟତର ଡିମିରିମୁଣ୍ଡା ଗ୍ରାମରେ ଗତ ଦଶ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା କୌଣସି ପରିବାରକୁ ଖଣ୍ଡେ ପକ୍କାଘର ମିଳିନାହିଁ ।

ଏନେଇ ଗ୍ରାମବାସୀ ପଞ୍ଚାୟତ ଠାରୁ ନେଇ ବ୍ଲକ ତଥା କଣ୍ଟାମାଳ ବିଧାୟକଙ୍କ ନିକଟରେ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏହାଛଡା ଡିମିରିମୁଣ୍ଡା ନିକଟରେ ଥିବା ତେଲନଦୀରୁ ଅଞ୍ଚଳର ସମସ୍ତ ଗ୍ରାମକୁ ମେଗା ଜଳସେଚନ ମାଧ୍ୟମରେ ଜଳସେଚନର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଡିମିରିମୁଣ୍ଡା ଗ୍ରାମକୁ ଏଥିରୁ ବାଦ ଦିଆଯାଇଛି ।

ସମସ୍ୟା ଘେରରେ ଥିବା ଏହି ଗ୍ରାମକୁ ବାରମ୍ବାର ଉପେକ୍ଷା କରାଯାଉଥିବା ଅଭିଯୋଗ କରି ଗ୍ରାମବାସୀ ମାନେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯଦି ଏନେଇ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରେ ତେବେ ଆଗାମୀ ପଞ୍ଚାୟତ ଭୋଟକୁ ଡିମିରିମୁଣ୍ଡା ଗ୍ରାମବାସୀ ସମ୍ପୂର୍ଣ୍ଣ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.