ETV Bharat / state

ଭତ୍ତା ଅପେକ୍ଷାରେ ଦିବ୍ୟାଙ୍ଗ ନାବାଳିକା, ପ୍ରଶାସନ ସ୍ଥାଣୁ

author img

By

Published : Dec 11, 2019, 1:03 PM IST

ବୌଦ୍ଧ ଜିଲ୍ଲାର ବନ୍ଧପଡାର ଦିବ୍ୟାଙ୍ଗ ନାବାଳିକା ଗୁରୁବାରୀ ପ୍ରଧାନଙ୍କୁ ମିଳୁନି ସରକାରୀ ଭତ୍ତା । ସରକାରଙ୍କ ପ୍ରଦତ୍ତ ଦିବ୍ୟାଙ୍ଗ ସାର୍ଟିଫିକେଟ ଖଣ୍ଡିକ ଧରି ବର୍ଷ ବର୍ଷ ହେଲା ପଞ୍ଚାୟତ କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହୋଇ ପଡିଛନ୍ତି ଗୁରୁବାରୀ ।

disable girl of bandhapada
ଦିବ୍ୟାଙ୍ଗ ନାବାଳିକାଙ୍କୁ ସରକାରୀ ସହାୟତା ଅପେକ୍ଷା

ବୌଦ୍ଧ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ମଧ୍ୟ ବେଖାତିର କରୁଛନ୍ତି ପଞ୍ଚାୟତ ନିର୍ଵାହୀ ଅଧିକାରୀ । ଦିବ୍ୟାଙ୍ଗ ନାବାଳିକା ଭତ୍ତା ପାଇଁ ଯେତେ ଗୁହାରୀ କଲେ ମଧ୍ୟ ପଞ୍ଚାୟତର ବାବୁମାନେ ଶୁଣୁ ନାହାଁନ୍ତି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା ଗୁନ୍ଦୁଳିଆ ପଞ୍ଚାୟତ ଅନ୍ତର୍ଗତ ବନ୍ଧପଡାରୁ ।

ଦିବ୍ୟାଙ୍ଗ ନାବାଳିକାଙ୍କୁ ସରକାରୀ ସହାୟତା ଅପେକ୍ଷା

ବନ୍ଧପଡାର ଦିବ୍ୟାଙ୍ଗ ନାବାଳିକା ଗୁରୁବାରୀ ପ୍ରଧାନଙ୍କ ବାପା ଓ ମାଆ ଉଭୟେ ବୃଦ୍ଧ । ସେମାନଙ୍କୁ ମଧ୍ୟ ସାମାଜିକ ସୁରକ୍ଷାରେ ସାମିଲ କରାଯାଇ ନାହିଁ । ସପେଟେ ଝିଅଟି କଥା କହିପାରୁନଥିବା ବେଳେ ଶୁଣି ପାରୁନାହାଁନ୍ତି । ଗୁରୁବାରୀ ସରକାରଙ୍କ ପ୍ରଦତ୍ତ ଦିବ୍ୟାଙ୍ଗ ସାର୍ଟିଫିକେଟ ଖଣ୍ଡିକ ଧରି ବର୍ଷ ବର୍ଷ ହେଲା ପଞ୍ଚାୟତ କାର୍ଯ୍ୟାଳୟ ଦୌଡି ନୟାନ୍ତ ହୋଇ ପଡିଛନ୍ତି ।

ଏସମ୍ପର୍କରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜାଣିବା ପରେ ନିର୍ବାହୀ ଅଧିକାରୀଙ୍କୁ ଗୁରୁବାରୀଙ୍କୁ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏଯାବତ ତାହା କାର୍ଯ୍ୟକାରୀ ହୋଇନଥିବାରୁ ଆଶ୍ଚର୍ଯ୍ୟ ସୃଷ୍ଟି ହୋଇଛି । ତୁରନ୍ତ ଏହି ଦିବ୍ୟାଙ୍ଗ ନାବାଳିକାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କୁ ମଧ୍ୟ ବେଖାତିର କରୁଛନ୍ତି ପଞ୍ଚାୟତ ନିର୍ଵାହୀ ଅଧିକାରୀ ।ଭିନ୍ନକ୍ଷମ ନାବାଳିକା ର ଭତ୍ତା ପାଇଁ ଯେତେ ଗୁହାରୀ କଲେ ମଧ୍ୟ ପଞ୍ଚାୟତ ର ବାବୁ ମାନେ ଶୁଣୁ ନାହାନ୍ତି ।
ବୌଦ୍ଧ ଜିଲ୍ଲା ଗୁନ୍ଦୁଳିଆ ପଞ୍ଚାୟତ ଅନ୍ତର୍ଗତ ବନ୍ଧପଡାର ଭିନ୍ନକ୍ଷମ ନାବାଳିକା ଝିଅ ଗୁରୁବାରୀ ପ୍ରଧାନ ।ବାପା ଓ ମା ଉଭୟେ ବୃଦ୍ଧ ହୋଇସାରିଥିଲେ ମଧ୍ୟ ସେମାନଙ୍କୁ ସାମାଜିକ ସୁରକ୍ଷା ରେ ସାମିଲ କରାଯାଇ ନଥିବା ବେଳେ ମୁକ ଓ ବଧିର ଝିଅ ଗୁରୁବାରୀ ସରକାରଙ୍କ ପ୍ରଦତ୍ତ ଭିନ୍ନକ୍ଷମ ସାର୍ଟିଫିକେଟ ଖଣ୍ଡିକ ଧରି ବର୍ଷ ବର୍ଷ ହେଲା ପଞ୍ଚାୟତ କାର୍ଯ୍ୟାଳୟ ଦୌଡି ନୟାନ୍ତ ହୋଇ ପଡିଛନ୍ତି ।ଏସମ୍ପର୍କରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜାଣିବା ପରେ ନିର୍ବାହୀ ଅଧିକାରୀ ଙ୍କୁ ଏହି ଭିନ୍ନକ୍ଷମ ଝିଅ କୁ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏଯାବତ ତାହା କାର୍ଯ୍ୟ କାରୀ ହୋଇନଥିବାରୁ ଆଶ୍ଚର୍ଯ୍ୟ ସୃଷ୍ଟି ହୋଇଛି ।ତୁରନ୍ତ ଏହି ଭିନ୍ନକ୍ଷମ ନାବାଳିକା ଝିଅ କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବୀ ହୋଇଛି ।

Body:ଭିନ୍ନକ୍ଷମ ନାବାଳିକା ଗୁରୁବାରୀ କୁ ସରକାରୀ ସହାୟତା ମିଳିବ କେବେ

Conclusion:ବାଇଟ-୧-ଉର୍ମିଳା ପ୍ରଧାନ,ଗୁରୁବାରୀ ଙ୍କ ମା
ବାଇଟ-୨-ନବଦୀପ ପ୍ରଧାନ, ବନ୍ଧପଡାବାସୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.