ETV Bharat / state

ଅତି ଦୁର୍ଲଭ ନାଗାର୍ଜୁନ ବେଶ: ବୌଦ୍ଧରୁ ସ୍ବତନ୍ତ୍ର ରଥରେ ଫୁଲ-ତୁଳସୀ ପଠାଇଲେ ଶ୍ରଦ୍ଧାଳୁ - ନାଗାର୍ଜୁନ ବେଶ

ଘଣ୍ଟ ଘଣ୍ଟା, ହରିବୋଲ ହୁଳହୁଳି ମଧ୍ୟରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ପାଇଁ ତୁଳସୀ ଫୁଲ ରଥକୁ ଭବ୍ୟ ସ୍ବାଗତ କରିଛନ୍ତି ଶ୍ରଦ୍ଧାଳୁ । ଗୁରୁବାର ସୁବର୍ଣ୍ଣପୁର ବିନିକା ଶ୍ରୀଜଗନ୍ନାଥ ମନ୍ଦିର ରୁ ଏକ ସ୍ବତନ୍ତ୍ର ରଥ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଅଧିକ ପଢନ୍ତୁ..

ବିରଳ ନାଗାର୍ଜୁନ ବେଶ ପାଇଁ  ବୌଦ୍ଧରୁ ସ୍ବତନ୍ତ୍ର ରଥରେ ଫୁଲ-ତୁଳସୀ ପଠାଇଲେ ଶ୍ରଦ୍ଧାଳୁ

author img

By

Published : Nov 26, 2020, 7:36 PM IST

Updated : Nov 26, 2020, 10:11 PM IST

ବୌଦ୍ଧ: ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ପାଇଁ ସ୍ବତନ୍ତ୍ର ଫୁଲ ତୁଳସୀର ରଥକୁ ବିଭିନ୍ନ ସ୍ଥାନରେ ଭବ୍ୟ ସ୍ବାଗତ । ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ମାନେ ବିଶ୍ବ ନିୟନ୍ତାଙ୍କ ଉଦ୍ଦେଶ୍ୟରେ ଫୁଲ ତୁଳସୀ ଅର୍ପଣ କରିଛନ୍ତି ।

ଅତି ଦୁର୍ଲଭ ନାଗାର୍ଜୁନ ବେଶ: ବୌଦ୍ଧରୁ ସ୍ବତନ୍ତ୍ର ରଥରେ ଫୁଲ-ତୁଳସୀ ପଠାଇଲେ ଶ୍ରଦ୍ଧାଳୁ

ଘଣ୍ଟ ଘଣ୍ଟା, ହରିବୋଲ ହୁଳହୁଳି ମଧ୍ୟରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ପାଇଁ ତୁଳସୀ ଫୁଲ ରଥକୁ ଭବ୍ୟ ସ୍ବାଗତ କରିଛନ୍ତି ଶ୍ରଦ୍ଧାଳୁ । ଗୁରୁବାର ସୁବର୍ଣ୍ଣପୁର ଜିଲ୍ଲା ବିନିକା ଶ୍ରୀଜଗନ୍ନାଥ ମନ୍ଦିର ରୁ ଏକ ସ୍ବତନ୍ତ୍ର ରଥ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । କୋରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁ ମାନେ ପୁରୀ ଯାଇ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ବାରଣ ଥିବା ହେତୁ ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ରଥରେ ଶ୍ରଦ୍ଧାଳୁ ଙ୍କ ଦ୍ଵାରା ଅର୍ପଣ ଫୁଲ ଓ ତୁଳସୀ କୁ ଆସନ୍ତାକାଲି ହେବାକୁ ଥିବା ଠାକୁରଙ୍କ ନାଗାର୍ଜୁନ ବେଶରେ ମାଳ ଆକାରରେ ଲାଗି ହେବ । ଆଜି ଅପରାହ୍ନରେ ଏହି ପବିତ୍ର ରଥ ବୌଦ୍ଧ ମହାନଦୀ ସେତୁ ଛକ ନିକଟରେ ପହଞ୍ଚିବା ପରେ ଶ୍ରଦ୍ଧାଳୁ ମାନେ ଭବ୍ୟ ସ୍ବାଗତ ସହ ସହର ପରିକ୍ରମା କରିଥିଲେ । ପରେ ଏହି ରଥ ଖଲିଆବଗିଚା, ସରସରା, ରାଧାନଗର, ବୀରନରସିଂପୁର ପୁରୁଣାକଟକ ଓ ଚାରିଛକ ପ୍ରମୁଖ ସ୍ଥାନରେ ଶ୍ରଦ୍ଧାଳୁ ଙ୍କ ଦ୍ଵାରା ସ୍ବାଗତ କରାଯାଇ ଫୁଲ ଓ ତୁଳସୀ ଅର୍ପଣ କରାଯାଇଛି ।

ବିରଳ ନାଗାର୍ଜୁନ ବେଶ ପାଇଁ  ବୌଦ୍ଧରୁ ସ୍ବତନ୍ତ୍ର ରଥରେ ଫୁଲ-ତୁଳସୀ ପଠାଇଲେ ଶ୍ରଦ୍ଧାଳୁ
ବିରଳ ନାଗାର୍ଜୁନ ବେଶ ପାଇଁ ବୌଦ୍ଧରୁ ସ୍ବତନ୍ତ୍ର ରଥରେ ଫୁଲ-ତୁଳସୀ ପଠାଇଲେ ଶ୍ରଦ୍ଧାଳୁ

ରାତି ପାହିଲେ ଜଗନ୍ନାଥଙ୍କ ବିରଳ ନାଗାର୍ଜୁନ ବେଶ । ହେଲେ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଭକ୍ତ ଏହି ଦୁର୍ଲଭ ଦର୍ଶନରୁ ବଞ୍ଚିତ ରହିବ । ହେଲେ ଏହି ନିରାଶ ଅବକାଶ ମଧ୍ୟରେ ଭକ୍ତ ବିଭିନ୍ନ ମାଧ୍ୟମରେ ଠାକୁରଙ୍କ ଆରଧନା କରୁଥିବା ଦେଖିବାକୁ ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Nov 26, 2020, 10:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.