ବୌଦ୍ଧ: ଅବହେଳିତ ଗୁଡଭେଲିପଦର ଗ୍ରାମ । ବାନ୍ଧକଳା, ପିତଳ ଓ ତମ୍ବା ନାଗ କାରିଗରୀକୁ ନେଇ ରାଜ୍ୟରେ ପରିଚିତ ଥିବାରୁ ଏହାକୁ କଳାଗ୍ରାମ ମଧ୍ୟ କୁହାଯାଏ । କିନ୍ତୁ ଲାଗୁଛି ଯେମିତି ସରକାରଙ୍କ ନଜର ଆଢୁଆଳରେ ରହିଛି ଗୁଡଭେଲିପଦର ଗ୍ରାମ । ଏଠାରେ ଥିବା କଳାକାରଙ୍କୁ ସହାୟତା ପ୍ରଦାନ କରାଯାଉନଥିବା ବେଳେ ରାସ୍ତା ଠାରୁ ଆରମ୍ଭ କରି ବିଦ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ ଓ ଗୋଦାମ ଗୃହକୁ ନେଇ ନାନା ସମସ୍ୟା ଲାଗିରହିଛି ଏହି ଗ୍ରାମରେ ।
ଅନ୍ୟପଟେ ସରକାରୀ ଯୋଜନାରେ ଆବାସ ଗୃହ ଓ ରାସନରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ଏନେଇ ସ୍ଥାନୀୟ ସରପଞ୍ଚ କ୍ଷୋଭ ପ୍ରକାଶ କରିଛନ୍ତି । ସୋମବାର ବୌଦ୍ଧ ଜିଲ୍ଲାପାଳ ଗୁଡଭେଲିପଦର ଠାରେ ଅଭିଯୋଗ ଶୁଣାଣୀ ପାଇଁ ପହଞ୍ଚି ଥିବାବେଳେ ଏଭଳି ଅନେକ ସମସ୍ୟା ସହ ଜଡିତ ହିତାଧିକାରୀ ପହଞ୍ଚି ଅସୁବିଧା ସମ୍ପର୍କରେ ଜଣାଇଥିଲେ । ଖାଲି ଦେଖିବାକୁ ବାକି ରହିଲାଏନେଇ କଣ ପଦକ୍ଷପ ନେଉଛନ୍ତି ଜିଲ୍ଲା ପ୍ରଶାସନ ।