ETV Bharat / state

ଅବହେଳିତ ଅବସ୍ଥାରେ ବରଗାଁ ପଞ୍ଚାୟତ, ପହଞ୍ଚି ପାରୁନାହିଁ ବିକାଶ - ବୌଦ୍ଧ ଖବର

ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ଅନେକ ସ୍ଥାନକୁ ଆଜି ମଧ୍ୟ ପହଞ୍ଚି ପାରୁନାହିଁ ବିକାଶମୂଳକ କାର୍ଯ୍ୟ । ଆଜି ମଧ୍ୟ ଲୋକେ ବିଦ୍ୟୁତ ପାନୀୟଜଳ ସାମାଜିକ ସୁରକ୍ଷା ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନାହଁ । ଅଧିକ ପଢନ୍ତୁ...

development work not reach in bargaon panchayat of boudh

author img

By

Published : Jun 13, 2021, 6:15 AM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ପଞ୍ଚାୟତର ଅନେକ ସ୍ଥାନକୁ ସବୁଦିନିଆ ରାସ୍ତା ନଥିବାରୁ ସରକାରଙ୍କ ଉନ୍ନୟନ ମୂଳକ ଯୋଜନା ପହଞ୍ଚି ପାରୁନି। ବିଦ୍ୟୁତ, ପାନୀୟଜଳ, ଆବାସ, ସାମାଜିକ ସୁରକ୍ଷା ଯୋଜନା ସବୁଥିରେ ପଛେଇ ଯାଉଥିବା ଅଭିଯୋଗ ହୋଇଛି । କଣ୍ଟାମାଳ ବ୍ଲକର ଅବହେଳିତ ବରଗାଁ ପଞ୍ଚାୟତରେ ବିକାଶ ପହଞ୍ଚି ପାରୁନାହିଁ ।

ଅବହେଳିତ ଅବସ୍ଥାରେ ବରଗାଁ ପଞ୍ଚାୟତ, ପହଞ୍ଚି ପାରୁନାହିଁ ବିକାଶ

ବୌଦ୍ଧ ଜିଲ୍ଲାରେ ବିଭିନ୍ନ ପଞ୍ଚାୟତରେ ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ। ଫଳରେ ସରକାରଙ୍କ ବିକାଶର ଗାଡି ଉକ୍ତ ଅଞ୍ଚଳରେ ପହଞ୍ଚି ପାରୁନାହିଁ। ବୌଦ୍ଧ ଜିଲ୍ଲାର ଚବିଶ ଗୋଟି ପଞ୍ଚାୟତକୁ ନେଇ ଗଠିତ କଣ୍ଟାମାଳ ବ୍ଲକ। ତନ୍ମଧ୍ୟରୁ ବରଗାଁ ପଞ୍ଚାୟତ ଅନ୍ୟତମ। ବରଗାଁ ପଞ୍ଚାୟତର ଅନେକ ଗାଁକୁ ଆଜି ମଧ୍ୟ ସବୁଦିନିଆ ରାସ୍ତା ନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପଞ୍ଚାୟତବାସୀ । କିନ୍ତୁ ବର୍ଷା ଦିନ ଆସିଲେ ଏସବୁ ଗାଁକୁ ଯାତାୟାତ କଷ୍ଟକର ହୋଇପଡେ। ଏଣୁ ବର୍ଷା ଦିନରେ ଏସବୁ ଅଞ୍ଚଳକୁ ଆମ୍ବୁଲାନ୍ସ ସେବା ସାତସପନ ଭଳି ମନେହୁଏ ।

ଗମନାଗମନର ଅସୁବିଧା ହେତୁ ପଞ୍ଚାୟତର ସୌରୀବେଙ୍ଗସ ଭଳି ଅନେକ ଗାଁ ଅଛି ଯେଉଁଠି ବିଦ୍ୟୁତ, ପାନୀୟଜଳ,ଆବାସ, ସ୍ବାସ୍ଥ୍ୟ ସେବା, ସାମାଜିକ ସୁରକ୍ଷା ଯୋଜନା ଅପହଞ୍ଚ ହୋଇପଡୁଛି । ତୁରନ୍ତ ଜିଲ୍ଲା ପ୍ରଶାସନ ବରଗାଁ ପଞ୍ଚାୟତର ଏଭଳି ଗ୍ରାମ ମାନଙ୍କୁ ଚିହ୍ନଟ କରି ରାସ୍ତା ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.