ETV Bharat / state

ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ସରକାରୀ ଯୋଜନା

ଗମନାଗମନଠୁ ଆରମ୍ଭ କରି ଆବାସ ଯୋଜନା, ପାନୀୟ ଜଳ ଅନ୍ୟାନ୍ୟ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି ବୌଦ୍ଧ ଜିଲ୍ଲାର ଅନେକ ଉପାନ୍ତ ଅଞ୍ଚଳ । ଏହି ଅଞ୍ଚଳରେ ବିକାଶ ଏବେବି ଅପହଞ୍ଚ । ଅଧିକ ପଢନ୍ତୁ

ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ସରକାରୀ ଯୋଜନା
ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ସରକାରୀ ଯୋଜନା
author img

By

Published : Oct 11, 2022, 9:35 AM IST

ବୌଦ୍ଧ: ଗାଁକୁ ଯିବାପାଇଁ ନାହିଁ ଭଲ ରାସ୍ତା । ସରକାରୀ ଯୋଜନାର ବାଟ ଓଗାଳିଛି ପାହାଡି ଝରଣା । ବୌଦ୍ଧ ଉପାନ୍ତ ଅଞ୍ଚଳର ପଞ୍ଚାୟତ ମଧ୍ୟରୁ ଅନେକ ଗ୍ରାମକୁ ନାହିଁ ସବୁଦିନିଆ ରାସ୍ତା । ଫଳରେ ସେସବୁ ଅଞ୍ଚଳରେ ସରକାରଙ୍କ ବିକାଶ ମୂଳକ ଯୋଜନା ଠିକରେ ପହଞ୍ଚି ପାରୁନଥିବା ଯୋଗୁଁ ଏନେଇ ଗଭୀର ଉଦବେଗ ପ୍ରକାଶ ପାଇଛି । ବଣ ପାହାଡ ଘେରା ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରୁନି ସରକାରଙ୍କ ବିକାଶର ଗାଡି ।

ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ସରକାରୀ ଯୋଜନା

ବୌଦ୍ଧ ଜିଲ୍ଲାର 22ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି ହରଭଙ୍ଗା ବ୍ଲକ । ସରସରା ଠାରୁ ନେଇ ତଳଗାଁ ପଞ୍ଚାୟତ ପର୍ଯ୍ୟନ୍ତ ଅନେକ ପଞ୍ଚାୟତ ମହାନଦୀ କୂଳରେ ଥିବା ସତ୍ତ୍ବେ ଉଭୟ ଜଳସେଚନ ଓ ପାନୀୟଜଳ ପାଇଁ ଶତାଧିକ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ବିଶେଷ ଭାବରେ କୁଶଙ୍ଗ, ମହାଲିକପଡା, ତଳଗାଁ, ଆଢେଣୀଗଡ, ଛତରଙ୍ଗ ଭଳି ପଞ୍ଚାୟତର ଅଧିକାଂଶ ଗ୍ରାମକୁ ସବୁଦିନିଆ ରାସ୍ତା ଅଭାବରୁ ଏସବୁ ଅଞ୍ଚଳରେ ସାମାଜିକ ସୁରକ୍ଷା, ଆବାସ, ବିଦ୍ୟୁତ, ରାସନ ଭଳି ଯୋଜନାରେ ବ୍ୟାପକ ସମସ୍ୟା ରହିଥିବାରୁ ଏନେଇ ଖୋଦ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Cyclone Preparedness Meeting: ବାତ୍ୟା ଋତୁ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଖାସ ବ୍ଲକ ସଦର ମହକୁମା ବାଣୀଭୁଷଣପୁର ପଞ୍ଚାୟତର ଚତୁର୍ପାଶ୍ବରେ ଥିବା ବାହାଲି, ଦିଗସିରା, ଘୋଡାଡିଆଁ, ପିଚୁକୁଡି ଭଳି ଅନେକ ଗ୍ରାମବାସୀ ପାହାଡି ଝରଣା ଯୋଗୁଁ ଏକ ପ୍ରକାର ବିଛିନ୍ନ ହୋଇ ରହିଥାନ୍ତି । ତୁରନ୍ତ ଏନେଇ ପ୍ରଶାସନିକ ସ୍ତରରେ ଏସବୁ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ହରଭଙ୍ଗା ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ଦାବି କରାଯାଇଛି ।

ଏନେଇ କରଞ୍ଜକଟାର ସରପଞ୍ଚ କହିଛନ୍ତି ଯେ, "ଆମର ହରଭଙ୍ଗା ବ୍ଲକରେ ଅନେକ ସମସ୍ୟା ରହିଛି । କିନ୍ତୁ ଅନେକ ସମସ୍ୟାର ସମାଧାନ ମଧେୟ ହୋଇଛି । କିଛି ଉପାନ୍ତ ଅନେକ ସରକାରୀ ସୁବିଧା ପହଞ୍ଚିପାରୁନାହିଁ । ରାସ୍ତାଘାଟ, ପାନୀୟ ଜଳ ଭଳି ଅନେକ ସମସ୍ୟା ରହିଛି । ଯାହାଫଳରେ ସ୍କୁଲ ଛାତ୍ରଛାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଇନ୍ଦିରା ଆବାସ ସହ ଚାଉଳ ମଧ୍ୟ ପାଇପାରୁନାହାନ୍ତି ଲୋକେ । ଅନେକ ବୃଦ୍ଧ,ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ନପାଇ ଆମ ପାଖକୁ ଆସୁଛନ୍ତି । ଏଭଳି ଅନେକ ସମସ୍ୟା ରହିଛି । ତୁରନ୍ତ ଏନେଇ ପ୍ରଶାସନିକସ୍ତରରେ ଏସବୁ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.