ETV Bharat / state

ପୁଣି 9 ନକଲି OTET ସାର୍ଟିଫିକେଟଧାରୀ ଶିକ୍ଷକଙ୍କୁ ନୋଟିସ - OTET certified teachers

ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗରେ ଜାଲ ଓଟିଇଟି ସାର୍ଟିଫିକେଟକୁ ନେଇ ଇଟିଭି ଭାରତରେ ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶିକ୍ଷା ବିଭାଗ । ଅଧିକ ପଢନ୍ତୁ...

ନକଲି ଓଟିଇଟି ସାର୍ଟିଫିକେଟଧାରୀ ଶିକ୍ଷକଙ୍କୁ ନୋଟିସ

author img

By

Published : Apr 13, 2021, 7:56 AM IST

Updated : Apr 13, 2021, 8:50 AM IST

ବୌଦ୍ଧ: ଶିକ୍ଷା ବିଭାଗରେ ଦୁର୍ନୀତି ଓ ଜାଲ ଓଟିଇଟି ସାର୍ଟିଫିକେଟକୁ ନେଇ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଆକ୍ସନ ମୁଡରେ ଶିକ୍ଷା ବିଭାଗ । 40 ଜଣ ନକଲି ଶିକ୍ଷକଙ୍କୁ ବହିଷ୍କାର ପରେ ବର୍ତ୍ତମାନ ଆଉ 9 ଜଣ ଶିକ୍ଷକଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

ନକଲି ଓଟିଇଟି ସାର୍ଟିଫିକେଟଧାରୀ ଶିକ୍ଷକଙ୍କୁ ନୋଟିସ

ଶିକ୍ଷା ବିଭାଗରେ ଦୁର୍ନୀତିର ଛିଟା । ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗରେ ହେଉଥିବା ବ୍ୟାପକ ଦୁର୍ନୀତିକୁ ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ତେବେ ଜିଲ୍ଲାର ଗଣଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ଶିକ୍ଷକମାନେ ନକଲି ଓଟିଇଟି ସାର୍ଟିଫିକେଟ ଘଟଣାକୁ ନେଇ ଇଟିଭି ଭାରତରେ ଲଗାତାର ଖବର ପ୍ରସାରିତ ହେବାପରେ ସମୁଦାୟ 49 ଜଣ ନକଲି ଶିକ୍ଷକଙ୍କ ମଧ୍ୟରୁ 40 ଜଣ ଶିକ୍ଷକଙ୍କୁ ପ୍ରଶାସନ ବହିଷ୍କାର କରିଥିଲା ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ବହିଷ୍କାର ହୋଇଥିବା ନକଲି ଶିକ୍ଷକମାନେ ପୁଣିଥରେ କିଭଳି ଓଟିଇଟି ପରୀକ୍ଷା ଦେଉଛନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ନକଲି ଓଟିଇଟି ସାର୍ଟିଫିକେଟ ମାମଲାରେ ଆଉ 9 ଜଣ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।

ସେପଟେ ଜହ୍ନାପଙ୍ଗ ହାଇସ୍କୁଲରେ ଜନୈକ କ୍ରୀଡା ଶିକ୍ଷକଙ୍କ କାର୍ଯ୍ୟଶୈଳୀକୁ ନେଇ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିବା ସହ ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Apr 13, 2021, 8:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.