ETV Bharat / state

ବୌଦ୍ଧରେ ଶୀତଳୀକରଣ ଭଣ୍ଡାର ପ୍ରତିଷ୍ଠା ପାଇଁ ଦାବି - ଶୀତଳୀକରଣ ଭଣ୍ଡାର

କୃଷି ପ୍ରଧାନ ବୌଦ୍ଧ ଜିଲ୍ଲାରେ ଶୀତଳୀକରଣ ଭଣ୍ଡାର ଅଭାବରୁ ଚାଷୀ ଅଧିକାଂଶ ସମୟରେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଏନେଇ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ସରକାର ଜିଲ୍ଲାରେ ଶୀତଳୀକରଣ ଭଣ୍ଡାର ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି । ଅଧିକ ପଢନ୍ତୁ...

Demands for the establishment of cold storage facilities in Boudh
ବୌଦ୍ଧରେ ଶୀତଳୀକରଣ ଭଣ୍ଡାର ପ୍ରତିଷ୍ଠା ପାଇଁ ଦାବି
author img

By

Published : Nov 16, 2020, 12:44 PM IST

Updated : Nov 16, 2020, 1:43 PM IST

ବୌଦ୍ଧ: ରାଜ୍ୟରେ ଶୀତଳୀକରଣ ଭଣ୍ଡାର ନ ଥିବାରୁ ବହୁ ଚାଷୀଙ୍କ ପନିପରିବା ନଷ୍ଟ ହେଉଛି । ଏନେଇ ବୌଦ୍ଧ ଜିଲ୍ଲାରେ ଶୀତଳୀକରଣ ଭଣ୍ଡାର ପ୍ରତିଷ୍ଠା ପାଇଁ ଦାବି ହୋଇଛି । ଜିଲ୍ଲାରେ ପିଆଜ ଚାଷକୁ ନେଇ ବିରାଟ ସମ୍ଭାବନା ରହିଥିଲେ ମଧ୍ୟ ଶୀତଳୀକରଣ ଭଣ୍ଡାର ନଥିବାରୁ ଚାଷୀ ଏନେଇ ଆଗ୍ରହ ପ୍ରକାଶ କରୁନାହାନ୍ତି । କୃଷି ପ୍ରଧାନ ବୌଦ୍ଧ ଜିଲ୍ଲାରେ ଶୀତଳୀକରଣ ଭଣ୍ଡାର ଅଭାବରୁ ଚାଷୀ ଅଧିକାଂଶ ସମୟରେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।

ବୌଦ୍ଧରେ ଶୀତଳୀକରଣ ଭଣ୍ଡାର ପ୍ରତିଷ୍ଠା ପାଇଁ ଦାବି

ତେବେ ଅଶୀ ଦଶକରେ ଏକ ଶୀତଳୀକରଣ ଭଣ୍ଡାର ଜଣେ ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ଖୁଣ୍ଟବନ୍ଧ ଠାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାହା ବନ୍ଦ ହୋଇଯାଇଥିଲା । ଜିଲ୍ଲାରେ ଧାନ ଓ ପନିପରିବା ଚାଷ ସହିତ ପିଆଜ ଚାଷର ଏକ ବିରାଟ ସମ୍ଭାବନା ରହିଛି ।ଏହାକୁ ଦୃଷ୍ଟିରେ ରଖି ସରକାର ବୌଦ୍ଧର ପାଲଝାର ଠାରେ ଓଡ଼ିଶାର ଏକମାତ୍ର ପିଆଜ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଥିଲେ ।

ଜିଲ୍ଲାରେ ଶୀତଳୀକରଣ ଭଣ୍ଡାର ନଥିବାରୁ ପିଆଜ ଚାଷୀ ଏନେଇ ଆଗ୍ରହ ପ୍ରକାଶ କରୁନଥିବା ଜଣାପଡିଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଓ ସରକାର ଜିଲ୍ଲାରେ ଶୀତଳୀକରଣ ଭଣ୍ଡାର ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Nov 16, 2020, 1:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.