ETV Bharat / state

କୋରୋନା ଭୟରେ 15 ଘଣ୍ଟା ପଡିରହିଲା ଶିକ୍ଷକଙ୍କ ମୃତଦେହ - ବୌଦ୍ଧ ଜିଲ୍ଲା ପ୍ରଶାସନ

କୋରୋନା ଜନିତ ମୃତ୍ୟୁ ହୋଇଥିବା ଆଶଙ୍କାରେ ଦୀର୍ଘ 15 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପଡିରହିଲା ଶିକ୍ଷକଙ୍କ ମୃତଦେହ । ଅଧିକ ପଢନ୍ତୁ ....

କୋରୋନା ଭୟରେ 15 ଘଣ୍ଟା ଧରି ପଡିରହିଲା ମୃତଦେହକୋରୋନା ଭୟରେ 15 ଘଣ୍ଟା ଧରି ପଡିରହିଲା ମୃତଦେହ
କୋରୋନା ଭୟରେ 15 ଘଣ୍ଟା ଧରି ପଡିରହିଲା ମୃତଦେହ
author img

By

Published : Apr 25, 2021, 9:25 PM IST

ବୌଦ୍ଧ: କୋରୋନା ଜନିତ ମୃତ୍ୟୁ ଆଶଙ୍କାରେ ଦୀର୍ଘ 15 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପଡିରହିଲା ଶିକ୍ଷକଙ୍କ ମୃତଦେହ । ଶେଷରେ ବ୍ଲକ ପ୍ରଶାସନର ହସ୍ତକ୍ଷେପ ପରେ ନିକଟ ସମ୍ପର୍କୀୟଙ୍କୁ ବୁଝାସୁଝା ପରେ ମୃତଦେହ ସତ୍କାର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ଧଳପୁରରେ ।

କୋରୋନା ଭୟରେ 15 ଘଣ୍ଟା ଧରି ପଡିରହିଲା ମୃତଦେହକୋରୋନା ଭୟରେ 15 ଘଣ୍ଟା ଧରି ପଡିରହିଲା ମୃତଦେହ

ଘଟଣାଅନୁସାରେ ଧଳପୁର ଡାକ୍ତରଖାନା ନିକଟରେ ବାସ କରୁଥିବା ଜଣେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଗତ କିଛି ଦିନ ପୂର୍ବରୁ କୁମ୍ଭମେଳାରୁ ବ୍ରହ୍ମପୁର ଦେଇ ଫେରିବା ପରେ ଅସୁସ୍ଥ ଥିଲେ । ପରେ ତାଙ୍କ ସ୍ବାବ ଟେଷ୍ଟ ପାଇଁ ପଠାଯାଇଥିଲା । ତେବେ ରିପୋର୍ଟ ଆସିବା ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ଖବର ମିଳିବା ପରେ ମୃତ୍ଯୁ କୋରୋନା ସଂକ୍ରମଣ ଜନିତ ସନ୍ଦେହ କରି କୌଣସି ନିକଟ ସମ୍ପର୍କୀୟ କିମ୍ବା ସାହି ପଡିଶା ଲୋକେ ଆସିଲେ ନାହିଁ । ଫଳରେ ମୃତଦେହ ନିକଟରେ ଏକାକୀ ପତ୍ନୀ କେବଳ ଅସହାୟ ଅବସ୍ଥାରେ ଦୀର୍ଘ ସମୟ ଧରି କାନ୍ଦୁଥିବା ଦେଖିବାକୁ ମିଳିଥିଲା । ଶେଷରେ ହରଭଙ୍ଗା ବିଡ଼ିଓ ଘଟଣା ସ୍ଥଳରେ ପହଞ୍ଚି ନିକଟ ସମ୍ପର୍କୀୟଙ୍କୁ ବୁଝାଶୁଝା ପରେ ବୌଦ୍ଧରୁ ଏକ ଆମ୍ବୁଲାନ୍ସ ମଗାଯାଇ ସେଥିରେ ପିପିଇ କିଟ ପିନ୍ଧି ସମ୍ପର୍କୀୟମାନେ ଧଳପୁର ମହାନଦୀ ଘାଟରେ ମୃତଦେହ ସତ୍କାର କରିଥିବା ଜଣାପଡିଛି । ସେପଟେ ଆଜି ବୌଦ୍ଧ କୋଭିଡ ସେଣ୍ଟରରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ଯ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.