ETV Bharat / state

ଶୈବ-ଶାକ୍ତ ଉପାସନାର ପ୍ରତିଛବି ଦଣ୍ଡ ନାଚ - danda jatra

ପ୍ରାଚୀନ ଲୋକନୃତ୍ୟ ଦଣ୍ଡ ଯାତ୍ରା ଏଯାଏଁ ବୌଦ୍ଧ ଜିଲ୍ଲାରେ ପ୍ରଚଳିତ ରହିଛି । ଚୈତ୍ରମାସ ପଣାସଂକ୍ରାନ୍ତି ଆରମ୍ଭ ହେବାର 13 କିମ୍ବା 21ଦିନ ପୂର୍ବରୁ ଦଣ୍ଡ ଯାତ୍ରା ଆରମ୍ଭ ହୋଇଥାଏ । ବଡ ଧୁମ୍‌ଧାମ୍‌ରେ ଏହି ଯାତ୍ରା ପାଳି ଥାଆନ୍ତି ବୌଦ୍ଧ ବାସୀ ।

ଫଟୋ ସୌଜନ୍ଯ:ପ୍ରିତିନିଧି, ବୌଦ୍ଧ
author img

By

Published : Apr 14, 2019, 10:57 PM IST

ବୌଦ୍ଧ: ପଣାସଂକ୍ରାନ୍ତିରୁ 13 କିମ୍ବା 21ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଦଣ୍ଡ ଯାତ୍ରା ରବିବାର ଦିନ ଉଦ୍‌ଯାପିତ ହୋଇଛି । ଦଣ୍ଡ ଯାତ୍ରାରେ ଷୋଳ ଖାଡି ବାଦ୍ୟର ବ୍ୟବହାର ଓ ଷୋଳ ସୁଆଙ୍ଗ ନୃତ୍ୟ ପରିବେଶିତ ହୋଇଥାଏ । ଦଣ୍ଡ ଯାତ୍ରାକୁ ସ୍ଥାନୀୟ ଅଞ୍ଚଳରେ ମେରୁ ଯାତ୍ରା ବୋଲି ମଧ୍ୟ କୁହାଯାଏ ।

ଭିଡିଓ ସୌଜନ୍ଯ:ପ୍ରିତିନିଧି, ବୌଦ୍ଧ

ସୂଚନାମୁତାବକ, ପ୍ରାଚୀନ ଲୋକନୃତ୍ୟ ଦଣ୍ଡ ଯାତ୍ରାରେ ଉଭୟ ଲୋକନୃତ୍ୟ ସହ ଶୈବ-ଶାକ୍ତ ଉପାସନାର ପ୍ରତିଛବି ଦେଖିବାକୁ ମିଳିଥାଏ । ବୌଦ୍ଧ ଅଞ୍ଚଳରେ ଅଷ୍ଟମ ଶତାବ୍ଦୀ ବେଳକୁ ବୌଦ୍ଧ ଧର୍ମର ବ୍ୟାପକତାକୁ କମାଇବା ନିମନ୍ତେ ସୋମବଂଶୀ ଶାସକ ମାନେ ଶୈବ ଧର୍ମର ପ୍ରସାର ଉଦ୍ଦେଶ୍ୟରେ ଦଣ୍ଡ ନୃତ୍ୟ ର ପ୍ରଚଳନ ଆରମ୍ଭ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାର ଦଣ୍ଡ ଯାତ୍ରା ହେଉଛି ଏକ ଅନନ୍ୟ ସାଂସ୍କୃତିକ ପରମ୍ପରା । ଏଠାକାର ଦଣ୍ଡ ଯାତ୍ରାରେ ଷୋଳ ଖାଡି ବାଦ୍ୟ ର ବ୍ୟବହାର ହେଉ କିମ୍ବା ଷୋଳ ସୁଆଙ୍ଗ ନୃତ୍ୟର ପ୍ରଚଳନ ଜିଲ୍ଲା କୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ । ବିଶେଷତଃ ଷୋଳ ସୁଆଙ୍ଗ ନୃତ୍ୟରେ ଝାଲିଆ ଶବର ଓ ପତର ଶଉରା ସ୍ଥାନୀୟ ଲୋକସଂସ୍କୃତି ସହ ପ୍ରାଚୀନ ତନ୍ତ୍ର ବିଦ୍ୟାକୁ ଉଦଜୀବିତ କରିଥାଏ ।

Body:ରବିବାର ଉଦଯାପିତ ହୋଇଛି ପ୍ରାଚୀନ ଲୋକନୃତ୍ୟ ଦଣ୍ଡ ଯାତ୍ରା । ଏହି ଯାତ୍ରାରେ ଉଭୟ ଲୋକନୃତ୍ୟ ସହ ଶୈବ ଶାକ୍ତ ଉପାସନାର ପ୍ରତିଛବି ଦେଖିବାକୁ ମିଳିଥାଏ ।ଇତିହାସ ପୃଷ୍ଠା ଅନୁସାରେ ବୌଦ୍ଧ ଅଞ୍ଚଳରେ ଅଷ୍ଟମ ଶତାବ୍ଦୀ ବେଳକୁ ବୌଦ୍ଧ ଧର୍ମର ବ୍ୟାପକତାକୁ ପରାହତ କରିବା ନିମନ୍ତେ ସୋମବଂଶୀ ଶାସକ ମାନେ ଏହି ଖିଞିଳିମଣ୍ଡଳରେ ଶୈବ ଧର୍ମ କୁ ପ୍ରସାର ଉଦ୍ଦେଶ୍ୟରେ ଦଣ୍ଡ ନୃତ୍ୟ ର ପ୍ରଚଳନ ଆରମ୍ଭ କରିଥିଲେ । ବିଧି ଅନୁସାରେ ୧୩ କିମ୍ବା ୨୧ ଦିନକୁ ଧାର୍ଯ୍ୟ କରାଯାଇ ପଣାସଂକ୍ରାନ୍ତି ଦିନ ଏହି ଦଣ୍ଡ ନୃତ୍ୟର ପରିସମାପ୍ତି ଘଟିଥାଏ ।ଏହାକୁ ସ୍ଥାନୀୟ ଭାଷାରେ ମେରୁ ଯାତ୍ରା ବୋଲି ମଧ୍ୟ କୁହାଯାଏ ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.