ETV Bharat / state

ଥମୁନି ଦାଦନ ଦୁଃଖ: ତାମିଲନାଡୁରେ ଆଖି ବୁଜିଲା ବୌଦ୍ଧର ପୁଅ - ସରୁନି ଦାଦନ ଦୁଃଖ

ଥମୁନି ଦାଦନ ଶ୍ରମିକଙ୍କ ଦୁଃଖ କାହାଣୀ । କେଉଁଠି ଦାଦନ ନିଜ ପରିବାର ସହ ବନ୍ଧା ପଡିଛି ତ ଆଉ କେଉଁଠି ନିର୍ଯ୍ୟାତନାର ଶିକାର ହୋଇ କଲବଲ ହେଉଛି । ପୁଣି କେଉଁଠି କାମ କରିବାକୁ ଯାଇ ଅନ୍ୟ ରାଜ୍ୟରେ ପ୍ରାଣ ହରାଉଛି । ବୌଦ୍ଧ ଜିଲ୍ଲାର ଜଣେ ଦାଦନଙ୍କ ତାମିଲନାଡୁରେ ମୃତ୍ୟୁ ପରେ ପୁଣି କଳଙ୍କିତ ହୋଇଛି ରାଜ୍ୟ ଯୋଜନା ଓ ବ୍ୟବସ୍ଥା । ଦାଦନ ଶ୍ରମିକଙ୍କ ମୃତ୍ୟୁ ପୁଣି ସାଧାରଣ ଭାବରେ ନୁହେଁ । କାମ ପାଇଁ ଯାଇଥିବା ପାଞ୍ଚ ଜଣ ଶ୍ରମିକ ଭାଇଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବାକୁ ଯାଇ ନିଜେ ଶବ ହୋଇ ଫେରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Apr 4, 2019, 5:20 AM IST

ବୌଦ୍ଧ: ଦାଦନ ଦୁଃଖରେ ଆଉଟୁପାଉଟୁ ବୌଦ୍ଧ ଜିଲ୍ଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାମନୁପାଲି ପଞ୍ଚାୟତର ଜମଟାଙ୍ଗି ଗ୍ରାମରେ । ମିଳିଥିବା ସୂଚନା ମୁତାବକ ଗ୍ରାମର ସାହେବ ବିଶିଙ୍କ ଦୁଇ ପୁଅ ମଧ୍ୟରୁ ସାନ ପୁଅ ସୁରଥ ବିଶି କାମ ସନ୍ଧାନରେ ତାମିଲନାଡୁଶ୍ରୀପେରେମ୍ବୁଦୁରରମନୁର ଠାରେ ଡିଏସସି ନାମକ କମ୍ପାନୀରେ କାମ କରୁଥିଲେ । ଗତ ମାର୍ଚ୍ଚ ୨୬ରେ ଏକ ସେପ୍ଟିକ ଟାଙ୍କି ସଫା କରୁଥିବା ବେଳେ ନିଜ ପାଞ୍ଚ ଜଣ ସହଯୋଗୀ ବିଷାକ୍ତ ଗ୍ୟାସ ଯୋଗୁଁ ଫସି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ସୁରଥ ମୃତ୍ୟୁ ବରଣ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଏତେ ସବୁ ସରକାରୀ ଯୋଜନା ସତ୍ତ୍ବେସୁରଥଙ୍କ ଭଳି ବୌଦ୍ଧ ଜିଲ୍ଲାର ଶହ ଶହ ଦାଦନଙ୍କ ଭାଗ୍ୟ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ରହିବା ସହ ପ୍ରତିଦିନ ବାହାର ରାଜ୍ୟରେ ମୃତ୍ୟୁ ସହ ଲଢେ଼ଇ କରୁଛନ୍ତି । ଯୋଜନା କଥା ତ ଦୂରରେ, ଜିଲ୍ଲାର କେତେ ଦାଦନ ଶ୍ରମିକ ବାହାର ରାଜ୍ୟରେ କାର୍ଯ୍ୟ କରୁଛନ୍ତି ତାର ହିସାବ ମଧ୍ୟ ପ୍ରଶାସନ ପାଖରେ ନାହିଁ ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:ଥମୁନାହିଁ ଦାଦନ ଶ୍ରମିକଙ୍କ ଦୁଃଖ ର କାହାଣୀ । କେଉଁଠି ଦାଦନ ନିଜ ପରିବାର ସହ ବନ୍ଧା ପଡିଛି ତ ଆଉ କେଉଁଠି ନିର୍ଯ୍ୟାତନାର ଶିକାର ହୋଇ କଲବଲ ହେଉଛି । ପୁଣି କେଉଁଠି କାର୍ଯ୍ୟ ସ୍ଥଳରେ କାମକରୁ କରୁ ମୃତ୍ୟୁମୁଖକୁ ଠେଲିହୋଇ ଯାଉଛି ।ଏବେ ବୌଦ୍ଧ ଜିଲ୍ଲାର ଜଣେ ଦାଦନଙ୍କ ତାମିଲନାଡୁ ରେ ମୃତ୍ୟୁ ପରେ ପୁଣି କଳଙ୍କିତ ହୋଇଛି ଆମ ଯୋଜନା ଓ ବ୍ୟବସ୍ଥା । ଦାଦନ ଶ୍ରମିକଙ୍କ ମୃତ୍ୟୁ ପୁଣି ସାଧାରଣ ଭାବରେ ନୁହେଁ, ପାଞ୍ଚ ଜଣ ନିଜ ଶ୍ରମିକ ଭାଇଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବାକୁ ଯାଇ ନିଜେ ଶବ ହୋଇ ଫେରିଲେ ।

Body:ଦାଦନ ଦୁଃଖରେ ଆଉଟୁପାଉଟୁ ବୌଦ୍ଧ ଜିଲ୍ଲା । କାମଧନ୍ଦାର ଅଭାବ ସାଙ୍ଗକୁ ପରିବାରର ପେଟ ଭୋକ ମେଣ୍ଟାଇବା ଉଦ୍ଦେଶ୍ୟରେ ଦାଦନ ସାଜୁଥିବା ନୀରିହ ମଣିଷ ବାହାର ରାଜ୍ୟରେ କେତେବେଳେ ନିର୍ଯ୍ୟାତନାର ଶିକାର ହୋଇ କଲବଲ ହେଉଛି ତ ପୁଣି କେତେ ବେଳେ ଶବ ହୋଇ ଗାଁ କୁ ଫେରୁଛି ।ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ମନୁପାଲି ପଞ୍ଚାୟତ ର ଜମଟାଙ୍ଗି ଗ୍ରାମରେ । ମିଳିଥିବା ସୂଚନା ମୁତାବକ ଗ୍ରାମର ସାହେବ ବିଶିଙ୍କ ଦୁଇ ପୁଅ ମଧ୍ୟରୁ ସାନ ପୁଅ ସୁରଥ ବିଶି କାମ ସନ୍ଧାନରେ ତାମିଲନାଡୁ ର ଶ୍ରୀପେରେମ୍ବୁଦୁର ର ମନୁର ଠାରେ ଡିଏସସି ନାମକ କମ୍ପାନୀରେ କାମ କରୁଥିଲେ ।ଗତ ମାର୍ଚ୍ଚ ୨୬ ତାରିଖରେ ଦିନ୧୨ ଟା ବେଳେ ଏକ ସେପ୍ଟିକ ଟ୍ୟାଙ୍କି ସଫା କରୁଥିବା ବେଳେ ନିଜ ପାଞ୍ଚ ଜଣ ସହଯୋଗୀ ବିଶାକ୍ତ ଗ୍ୟାସ ଯୋଗୁଁ ଫସି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ସୁରଥ ମୃତ୍ୟୁ ବରଣ କରିଥିଲେ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଏତେ ସବୁ ସରକାରୀ ଯୋଜନା ସତ୍ବେ ସୁରଥଙ୍କ ଭଳି ବୌଦ୍ଧ ଜିଲ୍ଲାର ଶହ ଶହ ଦାଦନଙ୍କ ଭାଗ୍ୟ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ରହିବା ସହ ପ୍ରତ୍ୟେକ ଦିନ ବାହାର ରାଜ୍ୟରେ ମୃତ୍ୟୁ ସହ ଲଢେ଼ଇ କରୁଛନ୍ତି । ଏମାନଙ୍କ ନିମନ୍ତେ ଯୋଜନା କଥା ଛାଡନ୍ତୁ, ଜିଲ୍ଲା ର କେତେ ଦାଦନ ଶ୍ରମିକ ବାହାର ରାଜ୍ୟରେ କାର୍ଯ୍ୟ କରୁଛନ୍ତି ତାର ହିସାବ ମଧ୍ୟ ପ୍ରଶାସନ ପାଖରେ ନାହିଁ ।

Conclusion:ବାଇଟ-୧- ମୃତ ସୁରଥର ବଡ ଭାଇ,ଜମଟାଙ୍ଗି
ବାଇଟ-୨- ନରେନ୍ଦ୍ର ରାଇକା, ଜିଲ୍ଲା ଶ୍ରମ ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.