ETV Bharat / state

National Sports Day 2022, ବୌଦ୍ଧରେ ସାଇକ୍ଲୋଥନ କାର୍ଯ୍ୟକ୍ରମ ଆୟୋଜନ - ମେଜର ଧ୍ୟାନଚାନ୍ଦ

ବୌଦ୍ଧରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଲି ଓ ଫୁଟବଲ ଖେଳର ଆୟୋଜନ କରାଯାଇଛି ।

National Sports Day 2022, ବୌଦ୍ଧରେ ସାଇକ୍ଲୋଥନ କାର୍ଯ୍ୟକ୍ରମ ଆୟୋଜନ
National Sports Day 2022, ବୌଦ୍ଧରେ ସାଇକ୍ଲୋଥନ କାNational Sports Day 2022, ବୌଦ୍ଧରେ ସାଇକ୍ଲୋଥନ କାର୍ଯ୍ୟକ୍ରମ ଆୟୋଜନର୍ଯ୍ୟକ୍ରମ ଆୟୋଜନ
author img

By

Published : Aug 29, 2022, 2:42 PM IST

ବୌଦ୍ଧ: ଆଜି 'ଜାତୀୟ କ୍ରୀଡା ଦିବସ'(National Sports Day) । ହକି ଯାଦୁଗର ମେଜର ଧ୍ୟାନଚାନ୍ଦ(Major Dhyan Chand)ଙ୍କ ସ୍ମୃତିରେ ତାଙ୍କ ଜନ୍ମ ତିଥିକୁ 'ଜାତୀୟ କ୍ରୀଡା ଦିବସ' ଭାବେ ପାଳନ କରୁଛି ଦେଶ । ମଣିଷ ଜୀବନରେ ଖେଳର ଗୁରୁତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପଳନ କରାଯାଏ । ତେବେ ସଚେତନ କରାଯିବା ନେଇ ଅନେକ ସ୍ଥାନରେ ବିଭିନ୍ନ କାର୍ଯ୍ୟକେରମର ଆୟୋଜନ ମଧ୍ୟ କରାଯାଇଛି । ଏହି କ୍ରମରେ ବୌଦ୍ଧ ଜିଲ୍ଲାରେ ମଧ୍ୟ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି ।

National Sports Day 2022, ବୌଦ୍ଧରେ ସାଇକ୍ଲୋଥନ କାର୍ଯ୍ୟକ୍ରମ ଆୟୋଜନ

ଜିଲ୍ଲା ମାରଓ୍ବାଡି ଯୁବା ମଞ୍ଚ ପକ୍ଷରୁ ସାଇକ୍ଲୋଥନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସ୍ଥାନୀୟ ଅଗ୍ରୱାଲ ଭବନଠାରୁ ଶତାଧିକ ଛାତ୍ରଛାତ୍ରୀ ସାଇକେଲ ଯୋଗେ ଆଇଆରବି ପଡିଆ ପର୍ଯ୍ୟନ୍ତ ଯାତ୍ରା କରିବା ସହିତ ସ୍ବାସ୍ଥ୍ୟ ହିଁ ସମ୍ପଦର ବାର୍ତ୍ତାକୁ ପ୍ରଚାର କରିଥିଲେ । ଜିଲ୍ଲା ପ୍ରଶାସନ କ୍ରୀଡା ଦିବସରେ ହକି ଯାଦୁକର ଧ୍ୟାନଚାନ୍ଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଲିର ଆୟୋଜନ କରିଥିଲା । ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା, ପିଡି ଅଶ୍ବିନୀ ମେହେର ପ୍ରମୁଖ ଏହି ରାଲିରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ଓ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଆଜି ଫୁଟବଲ ଖେଳର ଆୟୋଜନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଜାତୀୟ କ୍ରୀଡା ଦିବସରେ ମୋଦିଙ୍କ ଫିଟନେସ ମନ୍ତ୍ର, ବଡି ଫିଟ୍‌ ଅଛି ତ ମାଇଣ୍ଡ ହିଟ୍‌ ରହିବ

ଅନ୍ୟପଟେ ଜିଲ୍ଲାରେ କ୍ରୀଡାର ଏକ ବିରାଟ ସମ୍ଭାବନା ରହିଥିଲେ ମଧ୍ୟ କ୍ରୀଡା ବିଭାଗ ସମ୍ପୂର୍ଣ୍ଣ ଉଦାସୀନ ଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଜିଲ୍ଲାର ସଦର ମହକୁମାରେ ଥିବା ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଦୀର୍ଘ ପନ୍ଦର ବର୍ଷରୁ ଉର୍ଦ୍ଧ୍ବ ହେଲା ଚାଲିଥିବାବେଳେ, ଯେ ତାହା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନି । ଫଳରେ କ୍ରୀଡ଼ାର ଉନ୍ନତି ଠିକରେ ହୋଇପାରୁ ନଥିବାରୁ ଖେଳାଳିମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି । ଗ୍ରାମାଞ୍ଚଳରେ ମଧ୍ୟ ଦୁଇ ଚାରୋଟି ଖେଳପଡିଆକୁ ଛାଡିଦେଲେ ଜିଲ୍ଲାର 69 ପଞ୍ଚାୟତରେ ଖେଳପଡିଆ ଉନ୍ନତି କରଣ ନାଁରେ କେବଳ କୋଟି କୋଟି ଟଙ୍କା ଆତ୍ମସାତ ହେଉଥିବା ଚର୍ଚ୍ଚା ହେଉଛି । ତେବେ ଆଜି ଜାତୀୟ କ୍ରୀଡା ଦିବସରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ ବିଭିନ୍ନ ମହଲରେ ଉତ୍ସାହ ପ୍ରକାଶ ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.