ETV Bharat / state

'ଫନି' ଦେଇଗଲା ଅସହାୟଙ୍କୁ ଅସରନ୍ତି ଦୁଃଖ - send

ଓଡ଼ିଶାର ବିଭିନ୍ନ ସ୍ଥାନରେ ବାତ୍ୟା 'ଫନି' ତାର ପ୍ରଳୟଙ୍କାରୀ ରୂପ ଦେଖାଇଥିବା ବେଳେ ବୌଦ୍ଧ ଜିଲ୍ଲାର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଏହାର ଆଂଶିକ ପ୍ରଭାବ ପଡିଛି । ବିଶେଷତଃ ହରଭଙ୍ଗା ବ୍ଲକର କେତେକ ଗ୍ରାମରେ ଫନିର ପ୍ରଭାବରେ ଚାରି ପାଞ୍ଚଟି ସ୍ଥାନରେ ମାଟି ଘର ଭାଙ୍ଗି ଯିବାସହ ଚାଳ ଛପର ଉଡିଯାଇଥିଲା । କିନ୍ତୁ ଜଣେ ଅସହାୟ ତଥା ନିଃସଙ୍ଗ ବିଧବା ମହିଳାଙ୍କ ଦୁଃଖ ଦ୍ବିଗୁଣିତ କରିଦେଇଛି 'ଫନି' ।

ଫଟୋ ସୌଜନ୍ଯ : ପ୍ରତିିନିଧି, ବୌଦ୍ଧ
author img

By

Published : May 5, 2019, 12:32 AM IST

ବୌଦ୍ଧ: ଓଡ଼ିଶାର ବିଭିନ୍ନ ସ୍ଥାନରେ ବାତ୍ୟା 'ଫନି' ତାର ପ୍ରଳୟଙ୍କାରୀ ରୂପ ଦେଖାଇଥିବା ବେଳେ ବୌଦ୍ଧ ଜିଲ୍ଲାର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଏହାର ଆଂଶିକ ପ୍ରଭାବ ପଡିଛି । ବିଶେଷତଃ ହରଭଙ୍ଗା ବ୍ଲକର କେତେକ ଗ୍ରାମରେ 'ଫନି'ର ପ୍ରଭାବରେ ଚାରି ପାଞ୍ଚଟି ସ୍ଥାନରେ ମାଟି ଘର ଭାଙ୍ଗି ଯିବା ସହ ଚାଳଛପର ଉଡିଯାଇଥିଲା । କିନ୍ତୁ ଜଣେ ଅସହାୟ ତଥା ନିଃସଙ୍ଗ ବିଧବା ମହିଳାଙ୍କ ଦୁଃଖ ଦ୍ବିଗୁଣିତ କରିଦେଇଛି 'ଫନି' ।

ଭିଡିଓ ସୌଜନ୍ଯ : ପ୍ରତିିନିଧି, ବୌଦ୍ଧ

ପୁରୁଣାକଟକ ପଞ୍ଚାୟତ ଅନ୍ତର୍ଗତ ଯାଜପୁର ଗ୍ରାମରେ ଦେଖିବାକୁ ମିଳିଥିଲା ଏକ ଦୁଃଖଦ ଦୃଶ୍ୟ । ଶନିବାର ଇଟିଭି ଭାରତ ଟିମ ସେଠାରେ ପହଞ୍ଚିଲା ବେଳକୁ ଗ୍ରାମର ଜଣେ ଅସହାୟ ବିଧବା ମହିଳା ଏକ ଭୁଷୁଡି ପଡିଥିବା ମାଟି ଘରୁ ଛଣ ଓ କାଠ ସଂଗ୍ରହରେ ଲାଗିଥିଲେ । ମହିଳାଙ୍କ କୌଣସି ସନ୍ତାନ ସନ୍ତତି କିମ୍ବା ସଂପର୍କୀୟ ନାହାଁନ୍ତି ଯାହା ଫଳରେ ସେ ଏକା ଏକା ଜୀବନ ବିତାଉଛନ୍ତି ।

ଏହି ଅସହାୟ ବୃଦ୍ଧାଙ୍କ ନିମନ୍ତେ ପ୍ରକୃତି ଯେପରି କଠୋର ହୋଇପଡିଛି । ଗୋଟିଏ ମାତ୍ର ମାଟି ଘର ଥିଲା ମୁଣ୍ଡ ଗୁଞ୍ଜିବାକୁ । କିନ୍ତୁ ବାତ୍ୟା 'ଫନି'ର ପ୍ରକୋପରେ ସେତେକ ବି ଭାଙ୍ଗିଯାଇଛି ।ନିଜର ଅକଥନୀୟ କୋହକୁ ଚାପି ଲୁହ ଛଳ ଛଳ ଆଖିରେ ସହାୟତା ନିମନ୍ତେ ନିବେଦନ କରିଥିଲା ବୃଦ୍ଧା ଜଣଙ୍କ । ଏଭଳି ନିଃସହାୟ ମହିଳାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ମଧ୍ୟ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.