ETV Bharat / state

ମୌଳିକ ସୁବିଧାରୁ ବଞ୍ଚିତ ମହାନଦୀ ଗର୍ଭସ୍ଥ କୁଦଗାଁ ବାସୀ - boudh

ଏହି ଦୁଇ ଦ୍ବୀପଗ୍ରାମ ମଧ୍ୟରୁ କୁଦଗାଁ ଆଠମଲ୍ଲିକ ଉପଖଣ୍ଡର ମଧ୍ୟ ପଞ୍ଚାୟତ । ଯାହା ମହାନଦୀର ଜଳଘେରା ଦ୍ବୀପରେ ରହିବା କାରଣରୁ ବିକାଶ ଠାରୁ ଏମାନେ ବହୁତ ଦୂରରେ ।

ଫଟୋ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ
author img

By

Published : Apr 24, 2019, 2:39 PM IST

ବୌଦ୍ଧ: ଓଡିଶାର ମଧ୍ୟ ଭାଗ ଦେଇ ପ୍ରବାହିତ ହେଉଛି ଚିରସ୍ରୋତା ମହାନଦୀ । ଏହାରି ଗର୍ଭରେ ରହିଛି ଏକାଧିକ ଦ୍ବୀପ । କେଉଁ ଦ୍ବୀପରେ କେବଳ ଚାଷ ହେଉଛି ତ ଆଉ କେଉଁଠି ପାଲଟିଛି ବାସସ୍ଥାନ । ବୌଦ୍ଧ ଓ ଆଠମଲ୍ଲିକ ଅଞ୍ଚଳର ଏପରି ମଣିଷ ବସବାସ କରୁଥିବା ଦ୍ବୀପଗ୍ରାମ ହେଲା ମର୍ଜାକୁଦ ଓ କୁଦଗାଁ । ଏହି ଦୁଇ ଦ୍ବୀପଗ୍ରାମ ମଧ୍ୟରୁ କୁଦଗାଁ ଆଠମଲ୍ଲିକ ଉପଖଣ୍ଡର ମଧ୍ୟ ପଞ୍ଚାୟତ । ଯାହା ମହାନଦୀର ଜଳଘେରା ଦ୍ବୀପରେ ରହିବା କାରଣରୁ ବିକାଶ ଠାରୁ ଏମାନେ ବହୁତ ଦୂରରେ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

ଏଠାରେ ବିକାଶ ତ ବହୁ ଦୂରର କଥା, ମାତ୍ର ଆଜି ବି ଏଠାରେ ଲୋକେ ଶିକ୍ଷା, ସ୍ବାସ୍ଥ୍ୟ, ସ୍ବଚ୍ଛ ପାନୀୟଜଳ, ବିଦ୍ୟୁତ ଭଳି ମୌଳିକ ସୁବିଧାରୁ ବଞ୍ଚିତ । ଦ୍ବୀପକୁ ସଂଯୋଗ ନିମନ୍ତେ କୌଣସି ସେତୁ ନଥିବାରୁ ଗମନାଗମନ କାହାକୁ କୁହାଯାଏ, ଏଠାକାର ଲୋକେ ଜାଣନ୍ତି ନାହିଁ ।

୧୯୮୨ ମସିହା ମହାନଦୀରେ ପ୍ରଳୟଙ୍କରୀ ବନ୍ୟା ପରେ କୁଦଗାଁବାସୀଙ୍କୁ ବିସ୍ଥାପନ କରିବାକୁ ପ୍ରଶାସନ ଯୋଜନା କଲା । କିନ୍ତୁ ଦ୍ବୀପାଞ୍ଚଳରେ ନିଜର ଭିଟାମାଟି ସହ ଅନେକ ଜମିଭୂମି ରହିଥିବାରୁ ଲୋକେ ପୂନର୍ବାର କୁଦଗାଁକୁ ଯାଇ ବସବାସ କଲେ ।

ପ୍ରଶାସନ ପକ୍ଷରୁ ଦ୍ବୀପରେ ୨ଟି ନଳକୂପର ବ୍ୟବସ୍ଥା କରାଯାଇଛି । କିନ୍ତୁ ସରକାରଙ୍କ ସର୍ବନିମ୍ନ ମୌଳିକ ସୁବିଧା ଏଠାରେ ଫେଲ ମାରିଥିବା ଦେଖାଦେଇଛି । ଦୀର୍ଘ ବର୍ଷ ହେବ ଏମାନଙ୍କୁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳୁଛି । ନିର୍ବାଚନ ଆସିଲେ ନେତା ଗଦା ଗଦା ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଫଳାଫଳ ଶୂନ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

df

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.