ETV Bharat / state

ମହାନଦୀରେ କୁମ୍ଭୀର ଆତଙ୍କ, ଭୟରେ ଅଞ୍ଚଳବାସୀ

ବୌଦ୍ଧ ମର୍ଜାକୁଦ ଅଞ୍ଚଳରେ କୁମ୍ଭୀର ଆତଙ୍କ । କୁମ୍ଭୀରଙ୍କ ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 4, 2023, 9:16 PM IST

ମହାନଦୀରେ କୁମ୍ଭୀର ଆତଙ୍କ, ଭୟରେ ଅଞ୍ଚଳବାସୀ
ମହାନଦୀରେ କୁମ୍ଭୀର ଆତଙ୍କ, ଭୟରେ ଅଞ୍ଚଳବାସୀ
ମହାନଦୀରେ କୁମ୍ଭୀର ଆତଙ୍କ, ଭୟରେ ଅଞ୍ଚଳବାସୀ

ବୌଦ୍ଧ: ମହାନଦୀରେ କୁମ୍ଭୀର ଆତଙ୍କ । ବୌଦ୍ଧ ପୌରାଞ୍ଚଳ ନିକଟ ମହାନଦୀ ପଠାରେ କୁମ୍ଭୀରଙ୍କ ଗତିବିଧି ନଜରକୁ ଆସିଛି । ଫଳରେ ଦ୍ବୀପାଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । କୁମ୍ଭୀର ସମ୍ପର୍କରେ ସୂଚନା ପାଇ ବନ ବିଭାଗର କର୍ମଚାରୀମାନେ କୁମ୍ଭୀରଙ୍କ ଗତିବିଧି ଉପରେ ନଜର ରଖିଥିବା ସୂଚନା ମିଳିଛି । ସାତକୋଶିଆ ଗଣ୍ଡରୁ ଏହି ସବୁ କୁମ୍ଭୀର ଚାଲିଆସିଥିବା ଜଣାପଡିଛି । ମହାନଦୀରେ ଜଳସ୍ତର ହ୍ରାସ ପାଇବାପରେ ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଟଳିଛି । କିନ୍ତୁ ବର୍ତ୍ତମାନ ମଧ୍ୟ ଅନେକ ସ୍ଥାନରେ ବନ୍ୟାଜଳ ଯୋଗୁଁ ହଜାର ହଜାର ଏକର ଚାଷଜମି ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

ଏଭଳି ସମୟରେ ମହାନଦୀ କୂଳରେ କୁମ୍ଭୀରଙ୍କ ଚଳପ୍ରଚଳ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବୌଦ୍ଧ ପୌରାଞ୍ଚଳର ମର୍ଜାକୁଦ ଦ୍ବୀପାଞ୍ଚଳର ଉଭୟ ପାର୍ଶ୍ବରେ ମହାନଦୀ ପ୍ରବାହିତ ହେଉଥିବା ବେଳେ ପ୍ରତ୍ୟେକ ବର୍ଷ ମହାନଦୀରେ ବନ୍ୟାଜଳ ଆସିଲେ ତଳ ମୁଣ୍ଡରେ ଥିବା ସାତକୋଶିଆର ଟିକରପଡା କୁମ୍ଭୀର ପ୍ରଜନନ କେନ୍ଦ୍ରରୁ କୁମ୍ଭୀରମାନେ ଉପରକୁ ଉଠି ଆସିଥାନ୍ତି । ଯାହାଫଳରେ ମର୍ଜାକୁଦ ଦ୍ବୀପାଞ୍ଚଳର ମହାନଦୀର ଗୋଟିଏ ପଟରେ ୧୦ ଫୁଟରୁ ଅଧିକ ଲମ୍ବର ଏକ ଘଡିଆଳ କୁମ୍ଭୀର ଦେଖିବାକୁ ମିଳିଥିବା ବେଳେ ଅନ୍ୟ ସ୍ରୋତରେ ଗୋମୁହାଁ କୁମ୍ଭୀର ଥିବା ଜଣାପଡିଛି ।ପରେ ମର୍ଜାକୁଦ ଅଞ୍ଚଶରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଇଛି ।

ଅଧିକ ପଢନ୍ତୁ...କେନ୍ଦ୍ରାପଡାରେ ଥମୁନି କୁମ୍ଭୀର ଆତଙ୍କ, ଘର ପଛପଟୁ ବଉଳା କୁମ୍ଭୀର ଉଦ୍ଧାର

ଅବଶ୍ୟ ଦୀର୍ଘ ଦିନ ହେଲା ମହାନଦୀର କରଡ଼ି ଅଞ୍ଚଳରୁ ନେଇ ବାଉଶୁଣୀ ପର୍ଯ୍ୟନ୍ତ ବିଭିନ୍ନ ନଦୀ କୂଳିଆ ଅଞ୍ଚଳରେ ଏଭଳି କୁମ୍ଭୀର ଅନେକ ସମୟରେ ଦେଖିବାକୁ ମିଳୁଥିବା ବେଳେ ଜନସଚେତନତା ଅଭାବରୁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଗୋମୁହାଁ କୁମ୍ଭୀର ଦୀର୍ଘ ଦିନ ହେଲା ମର୍ଜାକୁଦର ଅପର ପାର୍ଶ୍ଵରେ ପ୍ରବାହିତ ମହାନଦୀରେ ରହିଆସୁଥିବା ବେଳେ ଗତ କିଛି ଦିନ ହେଲା ମର୍ଜାକୁଦ ଓ ସହରର ମଧ୍ୟ ଭାଗରେ ମହାନଦୀରେ ଗୋଟିଏ ବିରାଟକାୟ ଘଡିଆଳ କୁମ୍ଭୀର ଦେଖାଯାଇଛି ।

ଆଜି ମର୍ଜାକୁଦ ନିକଟସ୍ଥ ମହାନଦୀରେ କୁମ୍ଭୀର ଦେଖିବାକୁ ପରେ ସୂଚନା ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରଙ୍କ ଗତିବିଧି ଉପରେ ନଜର ରଖିଥିବା ସୂଚନା ମିଳିଛି । ତେବେ ଏଭଳି କୁମ୍ଭୀର ଦେଖାଯାଉଥିବା ଅଞ୍ଚଳରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି । ପୂର୍ବରୁ ସୋନପୁର ଗଡଜାତ ସହର ପାର୍ଶ୍ୱରେ ପ୍ରବାହିତ ଚିରସ୍ରୋତା ମହାନଦୀରେ କୁମ୍ଭୀର ଆତଙ୍କ ନଜର ଆସିଥିଲା । ମହାନଦୀର ବଢି ପାଣିରେ କୁମ୍ଭୀର ବୁଲୁଥିବାରୁ ଭୟଭୀତରେ ଅଞ୍ଚଳବାସୀ । ବନ ବିଭାଗ ପକ୍ଷରୁ ଲୋକଙ୍କୁ ମହାନଦୀକୁ ନଯିବାକୁ ଅନୁରୋଧ କରିଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.