ETV Bharat / state

ବେଆଇନ ଗଞ୍ଜେଇ ଚାଷ ପାଇଁ ବୌଦ୍ଧରେ ବୃଦ୍ଧି ପାଉଛି ଅପରାଧିକ ମାମଲା

author img

By

Published : Nov 5, 2021, 1:39 PM IST

ବେଆଇନ ଗଞ୍ଜେଇ ଚାଷ ଯୋଗୁଁ ବୌଦ୍ଧରେ ବୃଦ୍ଧି ପାଇବାରେ ଲାଗିଛି ଅପରାଧିକ ମାମଲା । ଏହି ବେଆଇନ ଗଞ୍ଜେଇ ଚାଷ ସହ ବିଭିନ୍ନ ଖାକି ବର୍ଦ୍ଦି କର୍ମଚାରୀଙ୍କ ସମ୍ପୃକ୍ତି ଥିବାରୁ ନିୟମିତ ଭାବରେ କର୍ମଚାରୀଙ୍କ ବଦଳି ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ବେଆଇନ ଗଞ୍ଜେଇ ଚାଷ ଯୋଗୁଁ ଜିଲ୍ଲାରେ ବୃଦ୍ଧିପାଉଛି ଅପରାଧିକ ମାମଲା

ବୌଦ୍ଧ: ବୃଦ୍ଧି ପାଇବାରେ ଲାଗିଛି ବେଆଇନ ଗଞ୍ଜେଇ କାରବାର ସହ ଅପରାଧ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ କପାଚାଷ ନାଁରେ ବେଆଇନ ଗଞ୍ଜେଇ ଚାଷ କରାଯାଉଛି । ତେବେ ବେଆଇନ ଏହି ଗଞ୍ଜେଇ କାରବାରରେ କିଛି ପୋଲିସ, ରାଜସ୍ୱ, ଜଙ୍ଗଲ ଓ ଅବକାରୀ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ମଧ୍ୟ ଅଭିଯୋଗ ହୋଇଛି ।

ବର୍ତ୍ତମାନ ଜିଲ୍ଲାରେ ଗଞ୍ଜେଇ ଚାଷ ଜୋରସୋରରେ ଚାଲିଥିବା ବେଳେ ଅବକାରୀ ବିଭାଗ କିନ୍ତୁ ନିଘୋଡ଼ ନିଦ୍ରାରେ ଶୋଇ ରହିଛି । ଯାହାକୁ ନେଇ ଅବକାରୀ ବିଭାଗର ପାରିବାପଣିଆ ଉପରେ ଏବେ ଆଙ୍ଗୁଠି ଉଠିଛି । ଜିଲ୍ଲାର ବାଉଁଶୁଣୀ, ମନମୁଣ୍ଡା ଓ କଣ୍ଟାମାଳ ଥାନା ଅଞ୍ଚଳରେ ଏହି ଗଞ୍ଜେଇ ବେପାରକୁ ନେଇ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଥିବା ବେଳେ ଅପରାଧୀ ମାନେ ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେବା ସହ ପୋଲିସ କବଜାରୁ ଅନାୟାସରେ ଖସି ଯାଉଛନ୍ତି ।

ସେପଟେ ଏସବୁ ଅଞ୍ଚଳରେ ଅପରାଧିକ କାର୍ଯ୍ୟକୁ ରୋକିବାକୁ ପୋଲିସ ପାଟ୍ରୋଲିଂ ଓ ନିୟମିତ ଭାବରେ ବିଭିନ୍ନ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କ ବଦଳି କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.