ETV Bharat / state

ବିଷାକ୍ତ ମଦ ପିଇ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ - Coronavirus latest news

ଦାଦନ ଶ୍ରମିକ କୋରୋନା ପଜିଟିଭ ହେବା ପରେ ବିଷାକ୍ତ ମଦ୍ୟପାନ କରି ମୃତ୍ୟୁ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ:

covid19 positive migrant labour death in boudh
ବିଷାକ୍ତ ମଦ୍ୟପାନ କରି କୋରୋନା ଆକ୍ରାନ୍ତ ଦାଦନ ଶ୍ରମିକଙ୍କ ମୃତ୍ୟୁ
author img

By

Published : May 9, 2021, 9:55 PM IST

ବୌଦ୍ଧ: ଲକଡାଉନ ସମୟରେ ଅଭାବନୀୟ ଘଟଣା । ବିଷାକ୍ତ ମଦ୍ୟପାନ କରି କୋରୋନା ପଜିଟିଭ ହୋଇଥିବା ଦାଦନ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ଭାପୁର ଗ୍ରାମରେ ।

ବିଷାକ୍ତ ମଦ୍ୟପାନ କରି କୋରୋନା ଆକ୍ରାନ୍ତ ଦାଦନ ଶ୍ରମିକଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା କୁଶଙ୍ଗ ପଞ୍ଚାୟତ ଭାପୁର ଗ୍ରାମର ଜୈନକ ଦାଦନ ଶ୍ରମିକ ଲକଡାଉନ ଯୋଗୁଁ ତାମିଲନାଡୁରୁ ଗତ ଦଶ ଦିନ ତଳେ ଘରକୁ ଫେରିଥିଲେ । ସେ ଫେରିବା ପରେ କୋରୋନା ପଜିଟିଭ ହୋଇଥିଲେ ବି ଘରେ ରହି ଚିକିତ୍ସିତ ହେଉଥିଲେ । ତେବେ ସ୍ଥାନୀୟ ଅଞ୍ଚଳରେ ବିକ୍ରି ହେଉଥିବା ଚୋରା ମଦ୍ୟପାନ କରି ସେ ଗୁରୁତର ହୋଇପଡିଥିଲେ । ହରଭଙ୍ଗା ଅବକାରୀ ବିଭାଗର ଉଦାସୀନତା ଯୋଗୁଁ ଏସବୁ ଉପାନ୍ତ ଅଞ୍ଚଳରେ ବ୍ୟାପକ ଚୋରା ମଦ କାରବାର ବେଧଡକ ଚାଲିଛି । ସେପଟେ ଉକ୍ତ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ହରଭଙ୍ଗା ଓ ପରେ ବୌଦ୍ଧ ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ହୋଇଯାଇଥିଲା ।

ତେବେ ତାଙ୍କ ମୃତ୍ୟୁ ବିଷାକ୍ତ ମଦ ଯୋଗୁଁ ହୋଇଥିବା ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି । ସେପଟେ ଧଳପୁର ଅଞ୍ଚଳର ଜଣେ ସ୍ବାମୀ ପରିତ୍ୟକ୍ତା ତଥା ମାନସିକ ଭିନ୍ନକ୍ଷମ ମହିଳା ନିଜ ଛୋଟ ଶିଶୁକୁ ନେଇ ଚାରିଛକ ଅଞ୍ଚଳରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଥିବା ଦେଖାଯାଇଛି । ତୁରନ୍ତ ହରଭଙ୍ଗା ବ୍ଲକ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.