ETV Bharat / state

ଇଟିଭି ଭାରତ ସହ ଅନୁଭୂତି ବାଣ୍ଟିଲେ କୋରୋନା ଯୋଦ୍ଧା...

ଜିଲ୍ଲାରେ 200 ପାର ହେଲା ଆକ୍ରାନ୍ତଙ୍କ ସଂଖ୍ୟା । ପୁରୁଣାକଟକ ଥାନାରେ 6 ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ବୌଦ୍ଧ ଥାନାର ଏକମାତ୍ର କୋରୋନା ଯୋଦ୍ଧା ସୁସ୍ଥ ହୋଇ ଫେରିବା ପରେ ଇଟିଭି ଭାରତକୁ ନିଜ ଅନୁଭୂତି ବର୍ଣ୍ଣନା କରିଛନ୍ତି ।

covid yoadh share thoughts with etvbharat
ଇଟିଭି ଭାରତ ସହ ଅନୁଭୂତି ବାଣ୍ଟିଲେ କୋରୋନା ଯୋଦ୍ଧା
author img

By

Published : Aug 8, 2020, 6:28 PM IST

ବୌଦ୍ଧ: ଜିଲ୍ଲାରେ 200 ପାର ହେଲା ଆକ୍ରାନ୍ତଙ୍କ ସଂଖ୍ୟା । ପୁରୁଣାକଟକ ଥାନାରେ 6 ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ବୌଦ୍ଧ ଥାନାର ଏକମାତ୍ର କୋରୋନା ଯୋଦ୍ଧା ସୁସ୍ଥ ହୋଇ ଫେରିବା ପରେ ଇଟିଭି ଭାରତକୁ ନିଜ ଅନୁଭୂତି ବର୍ଣ୍ଣନା କରିଛନ୍ତି ।

ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ସୁଦ୍ଧା ମୋଟ 210 ଜଣରେ ପହଞ୍ଚିଛି । ଏହାସହ ପୁରୁଣାକଟକ ଥାନାରେ 6 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଥାନାକୁ ସିଲ କରାଯାଇଛି । ବାଉଁଶୁଣୀ, ସିମିଳିପଦର,ଖୁଣ୍ଟବନ୍ଧ ପଞ୍ଚାୟତର ସଂକ୍ରମିତ ଅଞ୍ଚଳକୁ ସ୍ଥାନୀୟ ସରପଞ୍ଚ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ବୌଦ୍ଧ ଥାନାରେ କାର୍ଯ୍ୟରତ ହୋମଗାର୍ଡ ଆକ୍ରାନ୍ତ ହୋଇ ଚିକିତ୍ସା ପରେ ଶନିବାର ଥାନାରେ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧନା ଦେଇ ସ୍ବାଗତ କରାଯାଇଥିଲା ।

ଇଟିଭି ଭାରତ ସହ ଅନୁଭୂତି ବାଣ୍ଟିଲେ କୋରୋନା ଯୋଦ୍ଧା

ଏହି ଅବସରରେ କୋରୋନା ଯୋଦ୍ଧା ନିଜର ଅନୁଭୂତି ବର୍ଣ୍ଣନା ସହ ଇଟିଭି ଭାରତ ମାଧ୍ୟମରେ କୋରୋନାକୁ ନେଇ ଆତଙ୍କିତ ନହୋଇ ସଚେତନ ରହିବାକୁ ଆହ୍ବାନ ଦେଇଛନ୍ତି । ସେହିପରି ବୌଦ୍ଧ ଜିଲ୍ଲାପାଳ ଲୋକଙ୍କୁ ସଚେତନ ରହିବାକୁ ଅପିଲ ସହ ଆସନ୍ତା ସୋମବାର ଠାରୁ ଲକଡାଉନ ନିୟମ କୋହଳ କରାଯାଇ ସକାଳ 7 ଟାରୁ ଦିନ 2ଟା ପର୍ଯ୍ୟନ୍ତ ଦୋକାନ ବଜାର ନିୟମ ମୁତାବକ ଖୋଲାଯିବା ସମ୍ପର୍କରେ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.