ETV Bharat / state

କୋରୋନାକୁ ସମୂଳେ ଧ୍ବଂସ ପାଇଁ ମହାମାରୀ ନାଶନ ପୂଜା - corona virus

କୋରୋନା ମହାମାରୀ ସମୂଳେ ଧ୍ବଂସ ପାଇଁ ବୈଶାଖ ମଙ୍ଗଳବାରରେ ସ୍ବତନ୍ତ୍ର ମହାମାରୀ ନାଶନ ପୂଜାର୍ଚ୍ଚନା ସହ ପଣାପାଣି ଅର୍ପଣ କରାଯାଇଛି। ଅଧିକ ପଢନ୍ତୁ...

କୋରୋନାକୁ ସମୂଳେ ଧ୍ବଂସ ପାଇଁ ମହାମାରୀ ନାଶନ ପୂଜା

author img

By

Published : May 18, 2021, 10:52 PM IST

ବୌଦ୍ଧ: ଜିଲ୍ଲାରେ ବେକାବୁ କୋରୋନା ସଂକ୍ରମଣ । ତେବେ କୋରୋନାର ଦ୍ବିତୀୟ ସଂକ୍ରମଣ ଜିଲ୍ଲାରେ ଅନେକ ଲୋକଙ୍କ ମୁଣ୍ଡ ନେଇ ସାରିଲାଣି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଜି ନୂତନ 250 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୋରୋନା ଜନିତ ମୃତ୍ୟୁ ସାଧାରଣ ଲୋକଙ୍କୁ ଚିନ୍ତିତ କରିଛି । ଏନେଇ ଆଜି (ମଙ୍ଗଳବାର) ବୌଦ୍ଧ ଜିଲ୍ଲାର ଛତରଙ୍ଗ ପଞ୍ଚାୟତ ଭାଲିଆଗୋରା ଗ୍ରାମରୁ ସର୍ବାଧିକ 45 ଜଣ ଆକ୍ରାନ୍ତ ଚିହ୍ନଟ ହେବା ଗୋଷ୍ଠୀସଂକ୍ରମଣର ସୂଚନା ମିଳୁଛି ।

ସେପଟେ ଏହି କୋରୋନା ମହାମାରୀ ସମୂଳେ ଧ୍ବଂସ ପାଇଁ ବୈଶାଖ ମଙ୍ଗଳବାରରେ ସ୍ବତନ୍ତ୍ର ମହାମାରୀ ନାଶନ ପୂଜାର୍ଚ୍ଚନା ସର୍ବସାଧାରଣ ରାସ୍ତାରେ ଆୟୋଜନ କରାଯାଇଥିଲା । ପ୍ରାଚୀନ କାଳରେ ଏଭଳି ମହାମାରୀ ସମୟରେ ମହାମାରୀ ନାଶନ ପୂଜାର୍ଚ୍ଚନା ହେଉଥିବାବେଳେ ବର୍ତ୍ତମାନ ମଧ୍ୟ ଏହାର ଆବଶ୍ୟକତା ଥିବାରୁ ବୌଦ୍ଧ ଠାରେ ଏଭଳି ପୂଜାର୍ଚ୍ଚନା କରାଯାଇ ପଣାପାଣି ବିଭିନ୍ନ ଦେବାଦେବୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.