ETV Bharat / state

ନିୟନ୍ତ୍ରଣକୁ ଆସୁନି ସଂକ୍ରମଣ, କଠୋର ପଦକ୍ଷେପ ପାଇଁ ପ୍ରଶାସନକୁ ଦାବି

author img

By

Published : May 11, 2021, 6:21 PM IST

ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ଗ୍ରାଫ । ଜିଲ୍ଲା ପ୍ରଶାସନ କଠୋର ପଦକ୍ଷେପ ନେବାକୁ ଦାବି କଲା ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ....

ନିୟନ୍ତ୍ରଣକୁ ଆସୁନି ସଂକ୍ରମଣ, କଠୋର ପଦକ୍ଷେପ ପାଇଁ ପ୍ରଶାସନକୁ ଦାବି
ନିୟନ୍ତ୍ରଣକୁ ଆସୁନି ସଂକ୍ରମଣ, କଠୋର ପଦକ୍ଷେପ ପାଇଁ ପ୍ରଶାସନକୁ ଦାବି

ବୌଦ୍ଧ: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ଗ୍ରାଫ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଜି ନୂଆ 152 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 5 ହଜାର ଛୁଇଁବାକୁ ବସିଲାଣି ସଂକ୍ରମିତଙ୍କ ସଂଖ୍ୟା । ଜିଲ୍ଲାରେ ପ୍ରତ୍ୟେକ ଦିନ ଦେଢ ଶହରୁ ଊର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ମୃତ୍ୟୁର ହାର ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଏପରି ସମୟରେ ଜିଲ୍ଲା ପ୍ରଶାସନ ଅଧିକ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ।

କରୋନା ଆକ୍ରାନ୍ତ ହୋଇ ଜିଲ୍ଲାର ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଶିକ୍ଷାବିତ, ସମାଜସେବୀ, ପ୍ରଶାସନିକ ଅଧିକାରୀ, ସାମ୍ବାଦିକଙ୍କ ମୃତ୍ୟୁ ଘଟିଲାଣି । ତେବେ ଏନେଇ ଜିଲ୍ଲା ପ୍ରଶାସନ ଅଧିକ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଦାବି କରିଛନ୍ତି । ସେହିପରି ବିଭିନ୍ନ ହାଟ ବଜାର ଓ ଉତ୍ସବ ଓ ଭୋଜିଭାତ ଯୋଗୁଁ ସଂକ୍ରମଣ ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କରୁଛି ।

ହରଭଙ୍ଗା, ଶ୍ୟାମସୁନ୍ଦରପୁର,କାଶଲପୁର ଭଳି ଗ୍ରାମରେ ଉତ୍ସବ ପାଳନ କାରଣରୁ ସଂକ୍ରମଣ ବ୍ୟାପିଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଜିଲ୍ଲାର ବିଭିନ୍ନ ହାଟରେ ଗତକାଲି ପ୍ରବଳ ଭିଡ ହେବାରୁ ଆଜି ବୌଦ୍ଧ ପୌରାଞ୍ଚଳ ସମେତ ବାଉଁଶୁଣୀ, ମନମୁଣ୍ଡା, କଣ୍ଟାମାଳ, ପଲସାଗୋରା, ପୁରୁଣାକଟକ ଭଳି ବିଭିନ୍ନ ବଜାରକୁ ସାମୟିକ ସମୟ ପାଇଁ ଖୋଲା ପଡିଆ ତଥା ରାସ୍ତା କଡରେ ବସି ପନିପରିବା ବ୍ୟବସାୟ କରିବାକୁ ଅନୁମତି ଦେଇଛି ସ୍ଥାନୀୟ ପ୍ରଶାସନ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.