ETV Bharat / state

ଦୁଇ ଅଙ୍କକୁ ଖସିଲା ସଂକ୍ରମଣ, ବୌଦ୍ଧବାସୀ ଆଶ୍ବସ୍ତ - ବୌଦ୍ଧ କୋରୋନା ରିପୋର୍ଟ

ବୌଦ୍ଧରେ ଦୁଇ ଅଙ୍କକୁ ଖସିଲା ଦୈନିକ ସଂକ୍ରମଣ । ଏନେଇ ସାଧାରଣରେ ଆଶ୍ବସ୍ତି ପ୍ରକାଶ । ଅଧିକ ପଢନ୍ତୁ...

ବୌଦ୍ଧରେ ଦୁଇ ଅଙ୍କକୁ ଖସିଲା ସଂକ୍ରମଣ, ସାଧାରଣରେ ଆଶ୍ବସ୍ତି

author img

By

Published : Jun 8, 2021, 4:17 PM IST

ବୌଦ୍ଧ: ଜିଲ୍ଲାରେ କ୍ରମାଗତ ଭାବେ ହ୍ରାସ ପାଉଛି କୋରୋନା ସଂକ୍ରମଣ । ବୌଦ୍ଧରେ ଏବେ ଦୈନିକ ସଂକ୍ରମଣ ଦୁଇ ଅଙ୍କକୁ ଖସିଛି । ଆଜି(ମଙ୍ଗଳବାର) ବୌଦ୍ଧର ବିଭିନ୍ନ ସ୍ଥାନରୁ ମାତ୍ର 73 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ସାଧାରଣରେ ଆଶ୍ବସ୍ତି ପ୍ରକାଶ ପାଇଛି ।

ବୌଦ୍ଧରେ ଦୁଇ ଅଙ୍କକୁ ଖସିଲା ସଂକ୍ରମଣ, ସାଧାରଣରେ ଆଶ୍ବସ୍ତି

ଗତ 15 ଦିନ ପୂର୍ବରୁ ଜିଲ୍ଲାରେ ପ୍ରତ୍ୟେକ ଦିନ 300 ରୁ 400 ପର୍ଯ୍ୟନ୍ତ ଆକ୍ରାନ୍ତ ଚିହ୍ନଟ ହେଉଥିଲେ । କିନ୍ତୁ ଗତକିଛି ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା 200 ତଳେ ରହୁଥିବା ବେଳେ ମଙ୍ଗଳବାର ଏହା ଦୁଇ ଅଙ୍କକୁ ଖସିଆସିଛି । ସେପଟେ ବୌଦ୍ଧରେ ଗତକାଲି(ସୋମବାର) ଠାରୁ ଆରମ୍ଭ ହୋଇଥିବା 18 ରୁ 44 ବର୍ଷ ବୟସ୍କଙ୍କ ଟୀକାକରଣରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିବାବେଳେ ଆଜି ସମ୍ପୂର୍ଣ୍ଣ କୋଭିଡ ଗାଇଡଲାଇନ ଅନୁସାରେ ଟୀକାକରଣ ହୋଇଥିବା ଦେଖାଯାଇଛି । ତେବେ ଜିଲ୍ଲାରେ କୋରୋନାର ସ୍ଥିତି ଓ ଆକ୍ରାନ୍ତଙ୍କ ଚିକିତ୍ସା ସମ୍ପର୍କରେ ବୌଦ୍ଧ କୋଭିଡ ସେଣ୍ଟର ଦାୟିତ୍ୱରେ ଥିବା ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଇଟିଭି ଭାରତକୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.