ETV Bharat / state

ପୋଖରୀରେ ମାଛମରା ଘଟଣା, ବିଡ଼ିଓଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା

author img

By

Published : Jun 11, 2021, 8:33 PM IST

ପୋଖରୀରେ ମାଛମରା ଘଟଣା। କୋଭିଡ ନିୟମ ଉଲ୍ଲଘଂନ ମାମଲାରେ ବିଡ଼ିଓଙ୍କ ମନ୍ତବ୍ୟକୁ ନେଇ ବୌଦ୍ଧ ଜିଲ୍ଲାରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

covid 19 guideline violation
ପୋଖରୀରେ ମାଛମରା ଘଟଣା,ବିଡ଼ିଓଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା

ବୌଦ୍ଧ: କୋରୋନା କଟକଣା ଭାଙ୍ଗି ପୋଖରୀରେ ଶହ ଶହ ଲୋକ ମାଛମରା ଘଟଣାର ତଦନ୍ତ କରିବାକୁ ଯାଇ ସ୍ଥାନୀୟ ବିଡ଼ିଓ କାହାକୁ ନପାଇ ଶେଷରେ ଉକ୍ତ ଘଟଣାର ଭିଡିଓ ଉତ୍ତୋଳନ କରିଥିବା ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ କଥାକୁ ତାତ୍ସଲ୍ୟ କରିଥିବା ଅଭିଯୋଗ ।

କୋରୋନା କଟକଣାକୁ ଉଲ୍ଲଙ୍ଘନ କରି ପୋଖରୀରେ ଶହ ଶହ ଲୋକ ମାଛ ମାରିଲେ । ଆଉ ଏହାର ତଦନ୍ତ କରିବା ନାଁରେ ବିଡ଼ିଓଙ୍କ ସାମ୍ବାଦିକଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପୁଣି ଏକ ଅଡିଓ ଭାଇରାଲ ହୋଇଛି । ଗତ ତିନି ଦିନ ପୂର୍ବରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତ ସଦର ମହକୁମାର ପୋଖରୀରେ କୋଭିଡ କଟକଣାକୁ ଉଲ୍ଲଙ୍ଘନ କରି ଶହ ଶହ ଏକାଠି ହୋଇ ମାଛ ମାରିଥିଲେ । ଯାହାର ଭିଡିଓ ଖୁବ ଭାଇରାଲ ହେବା ସହ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ବୌଦ୍ଧ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେବାପରେ ଉମା ଗ୍ରାମରେ କଣ୍ଟାମାଳ ବିଡ଼ିଓ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଥିଲେ ।

ତେବେ ସେଠାରେ କଣ୍ଟାମାଳ ବିଡ଼ିଓ କୌଣସି ସୁଫଳ ନପାଇବାରୁ ଶେଷରେ ଉକ୍ତ ଘଟଣାର ଭିଡିଓ ଉତ୍ତୋଳନ କରିଥିବା ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋନ ଯୋଗେ ତାତ୍ସଲ୍ୟ କରିଥିବା ଅଭିଯୋଗ ହୋଇଛି । ଯାହାର ଏକ ଅଡିଓ ପୁଣି ଭାଇରାଲ ହେବାରେ ଲାଗିଛି । ଏନେଇ ଜିଲ୍ଲାର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.