ETV Bharat / state

ମନରେଗାରେ ଦୁର୍ନୀତି ! କଣ୍ଟାମାଳରେ ମଣିଷ ବଦଳରେ କାମ କରୁଛି ମେସିନ

author img

By

Published : May 25, 2022, 11:13 AM IST

ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ । ଅଧିକ ପଢନ୍ତୁ

ମନରେଗା ଯୋଜନାରେ ଦୁର୍ନୀତି! କଣ୍ଟାମାଳରେ ମଣିଷ ବଦଳରେ କାମ କରୁଛି ମେସିନ

ବୌଦ୍ଧ: ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ । ମିଥ୍ୟା ମଷ୍ଟର ରୋଲ ଠାରୁ ନେଇ ଜବକାର୍ଡ ପର୍ଯ୍ୟନ୍ତ ସବୁଥିରେ ଚଞ୍ଚକତା କରାଯାଉଛି । ବୌଦ୍ଧ ଜିଲ୍ଲାର ଚବିଶ ଗୋଟି ପଞ୍ଚାୟତକୁ ନେଇ ଗଠିତ କଣ୍ଟାମାଳ ବ୍ଲକ ।

ତେବେ କଣ୍ଟାମାଳ ବ୍ଲକରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ବେଳେ ଏହାର ସିଧାସଳଖ ପ୍ରଭାବ ଶ୍ରମିକଙ୍କ ଉପରେ ପଡୁଛି । କାମଧନ୍ଦା ଅଭାବରୁ କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତରୁ ରାଜ୍ୟ ବାହାରକୁ ଶ୍ରମିକମାନେ ଦାଦନ ଖଟିବାକୁ ଯାଉଥିବା ଅଭିଯୋଗ ହୋଇଛି । କଣ୍ଟାମାଳ ସଦର ବ୍ଲକର ପଛ ପାର୍ଶ୍ଵରେ ଥିବା ସର୍ଗିପାଲି ଗ୍ରାମ୍ୟ ରାସ୍ତା କାମରେ ଦୁର୍ନୀତି ଚର୍ଚ୍ଚା ହୋଇଥିବା ବେଳେ ଘଣ୍ଟାପଡା, ନାରାୟଣପ୍ରସାଦ, ଖଟଖଟିଆ, ଲମ୍ବସରୀ, ମନମୁଣ୍ଡା ଭଳି ଅନେକ ପଞ୍ଚାୟତରେ ମନରେଗା ଯୋଜନାର ରାସ୍ତା ଓ ପୋଖରୀ ଖନନରେ ମଣିଷ ବଦଳରେ ଜେସିବି ଓ ଟ୍ରାକ୍ଟର ବ୍ୟବହାର କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି ।

ଏ ସମସ୍ତ ସ୍ଥାନ ଗୁଡିକରେ ଦିନରେ ଏହି କାମ କରାନଯାଇ ରାତିରେ କରାଯାଉଛି । ଏସବୁ ଦୁର୍ନୀତି ପଞ୍ଚାୟତରୁ ନେଇ ବ୍ଲକ ପ୍ରଶାସନର ଜ୍ଞାତସାରରେ ଚାଲିଥିବା ଅଭିଯୋଗ ହୋଇଛି । ତୁରନ୍ତ ଏଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.