ETV Bharat / state

ପାଲଝାର କୃଷିଫାର୍ମରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ବଳି ପଡିଲେ କିରାଣୀ - boudh latest news

ବୌଦ୍ଧ ଜିଲ୍ଲାର ପାଲଝାର କୃଷିଫାର୍ମରେ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ ହୋଇଛି । ଦୁର୍ନୀତିକୁ ଚପାଇବାକୁ ଯାଇ ଜଣେ କିରାଣୀଙ୍କୁ ନିଲମ୍ବିତ କରି ସମଗ୍ର ଘଟଣା ଉପରେ ପରଦା ପକାଇବାକୁ ଚେଷ୍ଟା କରାଯାଇଛି । ଅଧିକ ପଢନ୍ତୁ...

corruption-in-boudh-paljhar-agricultur-farm
ପାଲଝାର କୃଷିଫାର୍ମରେ ବ୍ୟାପକ ଦୁର୍ନୀତି,ବଳି ପଡିଲେ କିରାଣୀ
author img

By

Published : Jun 6, 2020, 10:10 PM IST

ବୌଦ୍ଧ: ଦୁର୍ନୀତିର ଚରମ ସୀମାରେ ପହଞ୍ଚିଛି ସର୍ବପୁରାତନ ବିହନ ଉତ୍ପାଦନ କେନ୍ଦ୍ର । ଦୁର୍ନୀତିକୁ ଚପାଇବାକୁ ଯାଇ ଜଣେ କିରାଣୀଙ୍କୁ ନିଲମ୍ବିତ କରି ସମଗ୍ର ଘଟଣା ଉପରେ ପରଦା ପକାଇବାକୁ ଚେଷ୍ଟା କରାଯାଇଛି ।

ଜିଲ୍ଲାର ପାଲଝାର କୃଷିଫାର୍ମରେ ଦିନ ଥିଲା ପାଞ୍ଚ ଶହ ଏକରରୁ ଉର୍ଦ୍ଧ୍ବ ସ୍ଥାନରେ ଫଳ ପନିପରିବା ଓ ଉନ୍ନତ ମାନର ଧାନଚାଷ ହେଉଥିଲା । ସମୟକ୍ରମରେ ଏହି ସ୍ଥାନରେ ବିଭିନ୍ନ ବିଭାଗର କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ଅନୁଷ୍ଠାନ ଖୋଲିବାରୁ ଏହାର ପରିସୀମା ବର୍ତ୍ତମାନ 75 ଏକରରେ ସୀମିତ ରହିଛି । ଏଠାରେ ରହିଛି ଜିଲ୍ଲାର ଏକମାତ୍ର ସରକାରୀ ଧାନ ବିହନ ପ୍ରସ୍ତୁତ କେନ୍ଦ୍ର । କିନ୍ତୁ ବିଭାଗୀୟ ଉଦାସୀନତା ତଥା ପ୍ରବଳ ମାତ୍ରାରେ ଦୁର୍ନୀତି ଯୋଗୁଁ ଏବେ ସମ୍ପୂର୍ଣ୍ଣ ଦୟନୀୟ ହୋଇପଡିଛି ଏହି ଅନୁଷ୍ଠାନ । ବର୍ତ୍ତମାନ ଏଠାକୁ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଠିକରେ ଆସୁ ନଥିବାରୁ ଗାଇଗୋରୁଙ୍କ ଚରାଭୂଇଁ ପାଲଟି ଯାଇଛି ।

ପାଲଝାର କୃଷିଫାର୍ମରେ ବ୍ୟାପକ ଦୁର୍ନୀତି,ବଳି ପଡିଲେ କିରାଣୀ

ବ୍ୟାପକ ଦୁର୍ନୀତିର ଗନ୍ତାଘର ପାଲଟିଥିବା ଏହି କୃଷି ଅନୁଷ୍ଠାନର ଅଧିକାରୀଙ୍କୁ ଘଣ୍ଟ ଘୋଡାଇବାକୁ ଯାଇ ଜଣେ କିରାଣୀଙ୍କୁ ନିଲମ୍ବିତ କରାଯାଇଛି । ତେବେ ଏହି ଦୁର୍ନୀତିରେ ବ୍ୟାପକ ଅର୍ଥ ତୋଷାରପାତ ସହିତ ବିଭାଗୀୟ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଆଶଙ୍କା ପ୍ରକାଶ କରି ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରିଛନ୍ତି ନିର୍ବାଚିତ ଜନ ପ୍ରତିନିଧି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.