ETV Bharat / state

ଧରାପଡିଲା ବନ ବିଭାଗର ଦୁର୍ନୀତି, ଅନ୍ଧକାରରେ ତଦନ୍ତ - boudh forest department news today

ବୌଦ୍ଧରେ ଧରାପଡିଲା ଜଙ୍ଗଲ ବିଭାଗର ଦୁର୍ନୀତି । ଦନ୍ତାହାତୀ ଶିକାର ଘଟଣାରେ ତଦନ୍ତ ଦିଗହରା ହୋଇଥିବାବେଳେ ଜଙ୍ଗଲ ବିଭାଗର ଡଗ ଆଉଟ ଟ୍ରେଞ୍ଚ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏନଆରଇଜିଏସ କାମକୁ ମେସିନ ମାଧ୍ୟମରେ କରି ଶ୍ରମିକଙ୍କ ଏଟିଏମ କାର୍ଡ ଓ ଜବ କାର୍ଡକୁ ବନ୍ଧକ ରଖାଯାଇଛି । ଅଧିକ ପଢନ୍ତୁ...

ଧରାପଡିଲା ଜଙ୍ଗଲ ବିଭାଗର ଦୁର୍ନୀତି,ଅନ୍ଧକାରରେ ତଦନ୍ତ

author img

By

Published : Sep 7, 2020, 5:50 PM IST

ବୌଦ୍ଧ: ଜଙ୍ଗଲ ବିଭାଗର ଜଙ୍ଗଲୀରାଜ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଦନ୍ତାହାତୀ ଶିକାର ମାମଲାରେ ଅନ୍ଧାରରେ ବାଡି ବୁଲାଉଥିବା ଜଙ୍ଗଲ ବିଭାଗ ଏବେ ଶ୍ରମିକଙ୍କ ଏଟିଏମ କାର୍ଡ ଓ ଜବ କାର୍ଡ ବନ୍ଧା ରଖି ବ୍ୟାପକ ଦୁର୍ନୀତି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଧରାପଡିଲା ଜଙ୍ଗଲ ବିଭାଗର ଦୁର୍ନୀତି,ଅନ୍ଧକାରରେ ତଦନ୍ତ

ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ବିଭିନ୍ନ ସ୍ଥାନରେ ଅବାଧ ବନ୍ୟଜନ୍ତୁ ଶିକାର ଚାଲିଥିବା ଘଟଣା ସବୁଆଡେ ଚର୍ଚ୍ଚାର ବିଷୟ ହୋଇଆସିଛି । ଗତ ଦୁଇ ମାସ ପୂର୍ବରୁ ଦନ୍ତାହାତୀ ଶିକାର ଘଟଣାରେ ଜଙ୍ଗଲ ବିଭାଗ ସ୍ଥାନୀୟ କିଛି ନୀରିହ ଆଦିବାସୀଙ୍କୁ ମୋହରା କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ଏହାର ତଦନ୍ତ ଦିଗହରା ହୋଇଥିବା ଅଭିଯୋଗ ହୋଇଛି । ଠିକ ସେହି ସ୍ଥାନରେ ଅର୍ଥାତ ମାଧପୁର ରେଞ୍ଜ ଅନ୍ତର୍ଗତ ତଳଗାଁ ନିକଟସ୍ଥ ମୁଣ୍ଡେଶ୍ବର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜଙ୍ଗଲ ବିଭାଗ ଡଗ ଆଉଟ ଟ୍ରେଞ୍ଚ କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଇଛି । ଏହି କାମକୁ ଏନଆରଇଜିଏସ ମାଧ୍ୟମରେ ନକରି ରାତି ଅଧିଆ ଜେସିବି ମେସିନ ଦ୍ବାରା କରାଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଜନସାଧାରଣ ଓ ତଳଗାଁ ସରପଞ୍ଚ ଏନେଇ ହରଭଙ୍ଗା ବ୍ଲକରେ ଅଭିଯୋଗ ପରେ ଏହାର ତଦନ୍ତ ପାଇଁ ପହଞ୍ଚିଥିବା ସରକାରୀ ବାବୁ ଏହି ଘଟଣାର ଅନ୍ୟ ଦିଗ ଜାଣିବା ପରେ ତାଙ୍କ ମୁଣ୍ଡ ଘୂରାଇ ଯାଇଥିଲା । କାରଣ ଏହି ଦୁର୍ନୀତି କେବଳ ମେସିନ କାର୍ଯ୍ୟକୁ ନେଇ ହୋଇଥିଲା ତାହା ନୁହେଁ, ଏହା ପଛରେ ଏକ ବଡ ରାକେଟ କାର୍ଯ୍ୟ କରୁଥିବା ଜଣାପଡିଛି ।

ତେବେ ଏତେବଡ ଦୁର୍ନୀତି ବନ ବିଭାଗରେ ଚାଲିଥିଲେ ମଧ୍ୟ ବନଖଣ୍ଡ ଅଧିକାରୀ କିଭଳି ସୂଚନା ପାଇଲେ ନାହିଁ । ଆଉ ଯଦି ଡେରିରେ ପାଇଲେ ତେବେ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଇନାହିଁ ସେ ନେଇ ଉଠିଛି ପ୍ରଶ୍ନବାଚୀ । ଏ ନେଇ ଆମ ରିପୋର୍ଟର ବୌଦ୍ଧ ଡିଏଫଓଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେ କୌଣସି ପ୍ରତିକ୍ରିୟା ଦେଇନାହିଁନ୍ତି । ବନବିଭାଗର ଏହି ଘଟଣାରେ ବୁଦ୍ଧିଜୀବୀ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.