ବୌଦ୍ଧ: ସରକାରୀ ଯୋଜନାରେ ବିଭିନ୍ନ ପ୍ରକାର ଦୁର୍ନିତୀ ନେଇ ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖୁଣ୍ଟବନ୍ଧ ପଞ୍ଚାୟତରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପଞ୍ଚାୟତରେ ରାସ୍ତା ନିର୍ମାଣ ନାଁରେ ଠକେଇ ଚାଲିଥିବା ବେଳେ ପୁଣି କେଉଁଠି ମନରେଗା ଏବଂ ଆବାସ ଯୋଜନାରେ ଦୁର୍ନିତୀ ଚାଲିଥିବା ଅଭିଯୋଗ ହୋଇଛି ।
ସରକାରୀ ଯୋଜନାରେ ଦୁର୍ନିତୀ ନେଇ ବାରମ୍ବାର ଖୁଣ୍ଟବନ୍ଧ ପଞ୍ଚାୟତ ଅଭିଯୋଗ କରି ଆସୁଛନ୍ତି । ଜାତୀୟ ରାଜପଥଠାରୁ ମହାନଦୀ ଓ ସାଲୁଙ୍କୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଖୁଣ୍ଟବନ୍ଧ ପଞ୍ଚାୟତର ବ୍ୟାପକ ସରକାରୀ ଅର୍ଥକୁ ହରିଲୁଟ କରିବା ନେଇ ଅଭିଯୋଗ ହୋଇଆସୁଛି । ସେପଟେ ଗରିବ ତଥା ପ୍ରକୃତ ହିତାଧିକାରୀ ସରକାରୀ ଯୋଜନାରୁ ବାଦ ପଡୁଛନ୍ତି ।
ଭତ୍ତା ଓ ରାସନ କାର୍ଡ ପର୍ଯ୍ୟନ୍ତ ସବୁଥିରେ ଅବ୍ୟବସ୍ଥାର ଲମ୍ବା ତାଲିକା ରହିଛି । ଅନ୍ୟପଟେ ମନରେଗା ଯୋଜନାରେ ମଣିଷ ବଦଳରେ ମେସିନ କାମ କରୁଥିବାରୁ ସ୍ଥାନୀୟ ଲୋକେ ହାତବାନ୍ଧି ବସିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।
ଇଟିଭି ଭାରତ, ବୌଦ୍ଧ