ETV Bharat / state

ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ଛତୁଆ ଯୋଗାଣରେ ଦୁର୍ନୀତି ଅଭିଯୋଗ, ଉଠିଲା ତଦନ୍ତ ଦାବି

author img

By ETV Bharat Odisha Team

Published : Sep 4, 2023, 8:02 PM IST

ବୌଦ୍ଧ ଜିଲ୍ଲାର ବହୁ ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ଛତୁଆ ଯୋଗାଣରେ ବ୍ୟାପକ ଅନିୟମିତତା ଅଭିଯୋଗ । ଅଧିକ ପଢନ୍ତୁ

ବୌଦ୍ଧ ଜିଲ୍ଲାରେ ଅଣ୍ଡା, ଛତୁଆ ଯୋଗାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ; ଜିଲ୍ଲାପାଳଙ୍କୁ ଦାବି ପତ୍ର

ବୌଦ୍ଧ: ସରକାର ଲୋକମାନଙ୍କ ଉପକାର ପାଇଁ ବିଭିନ୍ନ ଯୋଜନାମାନ କରୁଛନ୍ତି କିନ୍ତୁ ଲୋକମାନେ ଏହାର ଠିକ୍ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ବୌଦ୍ଧ ଜିଲ୍ଲାର ବହୁ ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ଛତୁଆ ଯୋଗାଣରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ପରେ ଏହାର ତଦନ୍ତ ବର୍ତ୍ତମାନ ଦିଗହରା ହୋଇ ପଡିବା ସହିତ ଅଙ୍ଗନବାଡି କର୍ମୀଙ୍କୁ ମୁହଁ ନଖୋଲିବାକୁ କଡ଼ା ତାଗିତ କରାଯାଇଥିବା ଚର୍ଚ୍ଚା ହେଉଛି । ଏନେଇ ଆଜି ସାମାଜିକ କର୍ମୀ କେଦାରନାଥ ସାହୁ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।

ସୂଚନାଯୋଗ୍ୟ ବୌଦ୍ଧ ଜିଲ୍ଲାର ଦୀର୍ଘ ଦିନ ହେବ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ହୋଇଥିବା ଅଣ୍ଡା ଛତୁଆ ଦୁର୍ନୀତି ଅଭିଯୋଗର ତଦନ୍ତ ଦାବି ଉଠିଛି । ଜିଲ୍ଲାରେ ଶିଶୁ ଓ ଗର୍ଭବତୀଙ୍କ ପାଇଁ ଉଦ୍ଦିଷ୍ଟ ଛତୁଆ ଓ ଅଣ୍ଡା ଯୋଗାଇ ଦେଉଛନ୍ତି ସରକାର । ଏହି ଦାୟିତ୍ବ ନେଇଛି ଜିଲ୍ଲାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର । ବାରମ୍ବାର ଦୁର୍ନୀତି ତଦନ୍ତ ପାଇଁ ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ ଏହାର କିଛି ସୁଫଳ ମିଳି ନାହିଁ । ଏବେ ତଦନ୍ତ ପ୍ରକ୍ରିୟା ମଧ୍ୟ ବର୍ତ୍ତମାନ ଦିଗହରା ହୋଇ ପଡ଼ିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଆଜି ସାମାଜିକ କର୍ମୀ କେଦାରନାଥ ସାହୁ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଏଭଳି ଅଣ୍ଡା, ଛତୁଆ ଯୋଗାଣରେ ବ୍ୟାପକ ଅନିୟମିତତା କାରଣରୁ ଶିଶୁ ଓ ଗର୍ଭବତୀମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏମାନଙ୍କ ପାଇଁ ସରକାର ଯୋଗାଇ ଦେଉଥିବ ପୌଷ୍ଟିକ ଆହର ପହଞ୍ଚି ପାରୁନି । ବୌଦ୍ଧ ଜିଲ୍ଲାର ଏହାର ଏକ ଜ୍ୱଳନ୍ତ ଚିତ୍ର ଦେଖିବାକୁ ମିଳିଛି । ଅଙ୍ଗନବାଡି କେନ୍ଦ୍ରଗୁଡିକରେ ମିଳୁଥିବା ଛତୁଆ ଅତ୍ୟନ୍ତ ନିମ୍ନମାନର ତଥା ଖାଇବା ଉପଯୋଗୀ ହୋଇନଥିବା ବି ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ ...ବୌଦ୍ଧ ପୌରାଞ୍ଚଳରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ପୌର ପରିଷଦ ଘେରିଲା ବିଜେପି

ଏଭଳି ଅନିୟମିତତା ତଥା ଦୁର୍ନୀତି ସମ୍ପର୍କରେ ଗତ କିଛି ଦିନ ତଳେ ବୌଦ୍ଧ ଜିଲ୍ଲାର ସାମାଜିକ କର୍ମୀ କେଦାରନାଥ ସାହୁ ଅଭିଯୋଗ କରିଥିଲେ । ତେବେ ଏହି ଅଭିଯୋଗକୁ ନେଇ ପ୍ରଶାସନିକ ତଦନ୍ତ ବର୍ତ୍ତମାନ ଦିଗହରା ହୋଇ ପଡ଼ିଥିବା ସେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଅଣ୍ଡା, ଛତୁଆ ଯୋଗାଣରେ ବ୍ୟାପକ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ବିଭିନ୍ନ କିଟ୍ ପ୍ରଦାନ ଓ ୧୫୦୦ ଟଙ୍କାରେ ଗର୍ଭବତୀଙ୍କ ପାଇଁ ଉଦ୍ଦିଷ୍ଟ ଔଷଧ ଯୋଗାଣରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ସାମାଜିକ କର୍ମୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବାକୁ ଦାବି କରିଛନ୍ତି ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.