ବୌଦ୍ଧ: କୋରୋନା ବର୍ଷକୁ ବିଦାୟ ଦେଉ ଦେଉ ନୂତନ ବର୍ଷର ପ୍ରଥମ ଦିନରେ ବୌଦ୍ଧ ଥାନା ଅଞ୍ଚଳରେ ଘଟିଛି ଦୁଃଖଦ ଘଟଣା । ସୂଚନା ମୁତାବକ ଗତକାଲି(ଶୁକ୍ରବାର) ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛ ପାର୍ଶ୍ଵରେ ଥିବା ନିର୍ବାଚନ ଭିଭି ପ୍ୟାଟ ଷ୍ଟ୍ରଙ୍ଗ ରୁମ ଦାୟିତ୍ବରେ କେତେକ ପୋଲିସ କର୍ମଚାରୀ ଡ୍ୟୁଟି କରୁଥିଲେ । ରାତି ପ୍ରାୟ ଦୁଇଟା ସମୟରେ ପୋଲିସ ଏପିଆର ପ୍ରକାଶ ଭୋଇ ନାମକ ସୁରକ୍ଷା କର୍ମଚାରୀ ବରଣ୍ଡାରେ ଥିବା ଲୁହାରେକକୁ ଧରି ଉପରକୁ ଉଠିବା ସମୟରେ ଲୁହାରେକଟି ଉକ୍ତ ପୋଲିସ କର୍ମଚାରୀଙ୍କ ଉପରେ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଛି ।
ଏନେଇ ଏସପି ଭି ରଘୁନାଥ ରାଓ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେପଟେ ବୌଦ୍ଧ ଥାନା ଅନ୍ତର୍ଗତ ରାଜନପାଲିର ଅଗସ୍ତି ମହାକୁଳ ନାମକ ବ୍ୟକ୍ତିଙ୍କ ଗତ ତିନି ଦିନ ହେଲା କୌଣସି ପତ୍ତା ମିଳୁ ନାହିଁ । ଫଳରେ ଗତକାଲି ରାତିରେ ପରିବାର ପକ୍ଷରୁ ସନ୍ଦେହ କରି ଥାନାରେ ଏତଲା ଦିଆଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ