ETV Bharat / state

ସାବିତ୍ରୀରେ କୋରୋନା କଟକଣା, ଫିକା ପଡିଲା ଫଳ ବଜାର

author img

By

Published : Jun 10, 2021, 12:13 PM IST

କୋରୋନା ମାଡରେ ଫିକା ପଡିଲା ସାବିତ୍ରୀ ବଜାର । ଜିଲ୍ଲାର ବିଭିନ୍ନ ବଜାରରେ ଫଳ ବ୍ୟବସାୟୀ ଓ ଚାଷୀ ପ୍ରଭାବିତ ହୋଇଛନ୍ତି । ସାବିତ୍ରୀ ପୂର୍ବଦିନ ବଜାରରେ ଭିଡ ପରିଲକ୍ଷିତ ହୋଇଥିବାବେଳେ ଆଜି ବଜାର ସମ୍ପୂର୍ଣ୍ଣ ଖାଲି ପଡିଛି । ଅଧିକ ପଢନ୍ତୁ...

ସାବିତ୍ରୀରେ କୋରୋନା କଟକଣା
ସାବିତ୍ରୀରେ କୋରୋନା କଟକଣା

ବୌଦ୍ଧ: କୋରୋନା ମାଡରେ ଫିକା ପଡିଲା ସାବିତ୍ରୀ ବଜାର । ଜିଲ୍ଲାର ବିଭିନ୍ନ ବଜାରରେ ଫଳ ବ୍ୟବସାୟୀ ଓ ଚାଷୀ ପ୍ରଭାବିତ ହୋଇଛନ୍ତି । ସାବିତ୍ରୀ ପୂର୍ବଦିନ ବଜାରରେ ଭିଡ ପରିଲକ୍ଷିତ ହୋଇଥିବାବେଳେ ଆଜି ବଜାର ସମ୍ପୂର୍ଣ୍ଣ ଖାଲି ପଡିଛି । କୋରୋନା କଟକଣା ମଧ୍ୟରେ ସାବିତ୍ରୀ ବଜାର ଫିକା ପଡିଲା । ଏଥିରେ ବିଶେଷ ପ୍ରଭାବିତ ହୋଇଛନ୍ତି ଫଳ ବ୍ୟବସାୟୀ ଓ ଚାଷୀ ।

ସାବିତ୍ରୀରେ କୋରୋନା କଟକଣା

ବୌଦ୍ଧ ଜିଲ୍ଲାର ବିଭିନ୍ନ ଦେବାଦେବୀ ପୀଠରେ ଆଜି(ଗୁରୁବାର) ସକାଳୁ ମହିଳାମାନେ ନିଜ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ପୂଜାର୍ଚ୍ଚନା କରିଥିଲେ । ବୌଦ୍ଧ ବଜାର ସମେତ ବାଉଁଶୁଣୀ, ସାହାଜପାଲ, ମନମୁଣ୍ଡା, ପଲସାଗୋରା, କଣ୍ଟାମାଳ, ପୁରୁଣାକଟକ, ଚାରିଛକ ଭଳି ବିଭିନ୍ନ ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଫଳ ବ୍ୟବସାୟୀ ଓ ଚାଷୀଙ୍କ ବ୍ୟବସାୟ ଠିକ୍ ରେ ହୋଇପାରି ନଥିବା ସୂଚନା ମିଳିଛି ।

ଏପରିକି କୋଭିଡ କଟକଣା ଯୋଗୁଁ ଶାଢୀ ଦୋକାନ ବନ୍ଦ ଥିବାରୁ କପଡା ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି । ସେପଟେ ବୌଦ୍ଧ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ଥିବା ତରଭୁଜ ଓ ଆମ୍ବ ଚାଷୀ ବ୍ୟାପକ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛନ୍ତି । ସାବିତ୍ରୀ ଅମାବାସ୍ୟା ବଜାରରେ ଆଜି ଆଦୌ ବ୍ୟବସାୟ ହୋଇନଥିବାରୁ ଉଭୟ ଫଳ ଚାଷୀ ଓ ବ୍ୟବସାୟୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.