ETV Bharat / state

ବୌଦ୍ଧରେ ଥମୁନି ସଂକ୍ରମଣ, ଚିକିତ୍ସା ଅବହେଳାରୁ ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ

author img

By

Published : Sep 19, 2020, 4:51 PM IST

Updated : Sep 19, 2020, 6:01 PM IST

କୋରୋନା କବଳରେ କବଳିତ ହେବାରେ ଲାଗିଛି ବୌଦ୍ଧ ଜିଲ୍ଲା । ତେବେ ଜିଲ୍ଲା କୋଭିଡ ହେଲଥ ସେଣ୍ଟରରେ ସ୍ବାସ୍ଥ୍ୟସେବା ଠିକରେ ନ ମିଳିବା ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ ସହ ଏକ ଭିଡିଓ ଭାଇରାଲ ହୋଇଛି ।

ଥମୁନି ସଂକ୍ରମଣ, ବୌଦ୍ଧରେ ଚିକିତ୍ସା ଅବହେଳାରୁ ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ

ବୌଦ୍ଧ: କୋରୋନା କବଳରେ କବଳିତ ହେବାରେ ଲାଗିଛି ବୌଦ୍ଧ ଜିଲ୍ଲା । ତେବେ ଜିଲ୍ଲା କୋଭିଡ ହେଲଥ ସେଣ୍ଟରରେ ସ୍ବାସ୍ଥ୍ୟସେବା ଠିକରେ ନ ମିଳିବା ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ ସହ ଏକ ଭିଡିଓ ଭାଇରାଲ ହୋଇଛି ।

ହୁହୁ ହୋଇ ବଢ଼ିବାରେ ଲାଗିଛି କୋରୋନା ସଂକ୍ରମଣ । ଶନିବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚିହ୍ନଟ ନୂତନ ୫୫ ଆକ୍ରାନ୍ତଙ୍କ ସହ ଜିଲ୍ଲାର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୬୯ରେ ପହଞ୍ଚିଲାଣି ।

ବର୍ତ୍ତମାନ ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣର ଆବଶ୍ୟକତା ରହିଥିବାବେଳେ କୋଭିଡ କଟକଣାକୁ କେହି ମାନୁନଥିବା ଅଭିଯୋଗ ହୋଇଛି । ବୌଦ୍ଧ କୋଭିଡ ହେଲଥ ସେଣ୍ଟର ମଧ୍ୟରେ ଚିକିତ୍ସିତ ରୋଗୀଙ୍କ ମଧ୍ୟରୁ କେତେଜଣ ପ୍ରାଣ ହରାଇ ସାରିଲେଣି, ସେ ନେଇ ସ୍ବାସ୍ଥ୍ୟ ବିଭାଗ କୌଣସି ସ୍ପଷ୍ଟୀକରଣ ଦେଇନାହିଁ ।

ସେପଟେ ଗୋଟିଏ ଦିନ ପୂର୍ବରୁ ସେଣ୍ଟର ମଧ୍ୟରେ ଚିକିତ୍ସା ଅବହେଳାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ସହ ଏନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ବୁଦ୍ଧିଜୀବୀ ଅତ୍ୟନ୍ତ ଦୁଃଖଦ ବିଷୟ ବୋଲି କହିବା ସହ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Sep 19, 2020, 6:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.