ETV Bharat / state

4 ବର୍ଷୀୟ ହୃଦରୋଗୀ ଶିଶୁ ଚିକିତ୍ସାରେ ବାଧକ ସାଜିଛି କୋରୋନା କଟକଣା

author img

By

Published : Jan 9, 2022, 10:44 AM IST

ବୌଦ୍ଧ ଜିଲ୍ଲାରେ ଓମିକ୍ରନ ଚିହ୍ନଟ ହେବାପରେ ପୋଲିସ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ ଏପଟେ ପୋଲିସ ବିଭାଗର ଜଣେ କର୍ମଚାରୀ କୋରୋନା କଟକଣା ଯୋଗୁଁ ଚିନ୍ତିତ ହୋଇପଡିଛନ୍ତି । କାରଣ କୋରୋନା କଟକଣା ପାଇଁ ତାଙ୍କର ଏକମାତ୍ର ପୁଅର ହାର୍ଟ ଅପରେସନ ହୋଇପାରୁନାହିଁ । ଅଧିକ ପଢନ୍ତୁ

ଏକମାତ୍ର ପୁଅର ଚିକିତ୍ସାରେ ବାଧକ ସାଜିଛି କୋରୋନା କଟକଣା

ବୌଦ୍ଧ: ପୁଣିଥରେ ଆରମ୍ଭ ହେଲା କୋରୋନା କଟକଣା(Corona guidelines) । ନୂଆ ଭାରିଆଣ୍ଟ ଓମିକ୍ରନକୁ(new variant omicron) ଦୃଷ୍ଟିରେ ରଖି ସରକାର କଟକଣା ଜାରି କରିଛନ୍ତି । ବୌଦ୍ଧ ଜିଲ୍ଲାରେ ମଧ୍ୟ ଓମିକ୍ରନ ଚିହ୍ନଟ ହୋଇଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ ତଥା ସତର୍କ କରାଯାଉଛି । କିନ୍ତୁ ଏପଟେ ସେହି ପୋଲିସ ବିଭାଗର କର୍ମଚାରୀ କୋରୋନା କଟକଣା ଯୋଗୁଁ ଚିନ୍ତିତ ହୋଇପଡିଛନ୍ତି । କାରଣ ତାଙ୍କ ଏକମାତ୍ର ସାଢେ ଚାରି ବର୍ଷର ପୁଅର ହାର୍ଟ ଅପରେସନ କିଭଳି ହେବ ସେନେଇ ସେ ଚିନ୍ତାରେ ।

ପୁଅର ଚିକିତ୍ସା ଦିଲ୍ଲୀ ଏମ୍ସରେ ଚାଲିଥିବା ବେଳେ ହାର୍ଟ ଅପରେସନ ପାଇଁ କୋରୋନା କଟକଣା ଯୋଗୁଁ ଦୀର୍ଘ ଦେଢ ବର୍ଷ ହେଲା ସେ ଅପେକ୍ଷାରେ ରହିଯାଇଛନ୍ତି । ସେପଟେ ଶିଶୁର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ତୁରନ୍ତ ଶିଶୁର ଅପରେସନ କରାନଗଲେ କୌଣସି ଅଘଟଣ ଘଟିପାରେ ବୋଲି ଉଭୟ ବୌଦ୍ଧର ଶିଶୁ ବିଶେଷଜ୍ଞ ଡାକ୍ତର ଓ ଭୁବନେଶ୍ବର ଏମ୍ସର ଡାକ୍ତର ପରିବାରକୁ ସୂଚନା ଦେଇଛନ୍ତି । ଏହା ଶୁଣି କ୍ଷମାନିଧିଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିବା ସହ ସହାୟତା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.