ETV Bharat / state

ଆନ୍ତର୍ଜାତୀୟ ନର୍ସ ଦିବସରେ ବୌଦ୍ଧର କୋରୋନା ଯୋଦ୍ଧା ସମ୍ମାନିତ

author img

By

Published : May 12, 2020, 11:41 PM IST

Updated : May 13, 2020, 11:06 AM IST

ଆନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ବୌଦ୍ଧ କୋଭିଡ-19 ହେଲଥ ସେଣ୍ଟର ଓ କୋଭିଡ-19 କେୟାର ସେଣ୍ଟରରେ କାର୍ଯ୍ୟରତ ନର୍ସ ଓ ଡାକ୍ତରଙ୍କୁ ସମ୍ମାନିତ କରାଯାଇଛି ।

international nurse day, boudh latest news, Corona fighters of boudh felicitated, police and doctor's work in boudh, corona in boudh, ଅନ୍ତର୍ଜାତୀୟ ନର୍ସ ଦିବସ, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, ବୌଦ୍ଧରେ କୋରୋନା ଯୋଦ୍ଧା ସମ୍ମାନୀତ, ବୌଦ୍ଧରେ ଡାକ୍ତର ଓ ପୋଲିସଙ୍କ କାର୍ଯ୍ୟ, ବୌଦ୍ଧରେ କୋରୋନା
ଆନ୍ତର୍ଜାତୀୟ ନର୍ସ ଦିବସରେ ବୌଦ୍ଧର କୋରୋନା ଯୋଦ୍ଧା ସମ୍ମାନିତ

ବୌଦ୍ଧ: ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କ 200ତମ ଜନ୍ମଦିବସରେ କୋରୋନା ଯୋଦ୍ଧାଙ୍କୁ ସମ୍ମାନ । ସ୍ବାସ୍ଥ୍ୟ ସେବାରେ ନିଜକୁ ଉତ୍ସର୍ଗ କରିଥିବା ଡାକ୍ତର ଓ ନର୍ସମାନଙ୍କ ସହିତ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ବିଭାଗର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ । ଏଭଳି ସମୟରେ ବୌଦ୍ଧ ପୋଲିସ ଚଢ଼ାଉ କରି ଲକଡାଉନ ସମୟର ସର୍ବବୃହତ ଦେଶୀ ମଦ ପ୍ରସ୍ତୁତ ସାମଗ୍ରୀକୁ ନଷ୍ଟ କରିଛି ।

ଆନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ବୌଦ୍ଧ କୋଭିଡ-19 ହେଲଥ ସେଣ୍ଟର ଓ କୋଭିଡ-19 କେୟାର ସେଣ୍ଟରରେ କାର୍ଯ୍ୟରତ ନର୍ସ ଓ ଡାକ୍ତରଙ୍କୁ ସମ୍ମାନିତ କରାଯାଇଛି । ଏଥିସହ ପତଞ୍ଜଳୀ ସମିତି ପକ୍ଷରୁ ସ୍ବତନ୍ତ୍ର ଭାବରେ ଏହି କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା । ସେପଟେ ଲକଡାଉନ ସମୟରେ ବୌଦ୍ଧ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ ଓ ପୋଲିସ ବିଭାଗର ଭୂମିକା ସାଉଣ୍ଟିଛି ଢେର ପ୍ରଶଂସା ।

ମଙ୍ଗଳବାର ବୌଦ୍ଧ ପୋଲିସ ଲକଡାଉନ ସମୟର ସର୍ବଧିକ ପରିମାଣର ଦେଶୀ ମଦ ପ୍ରସ୍ତୁତି ସାମଗ୍ରୀକୁ ନଷ୍ଟ କରିଥିବା ସୂଚନା ମିଳିଛି । ବୌଦ୍ଧ ଥାନା ଅନ୍ତର୍ଗତ ମଥୁରା ପଞ୍ଚାୟତର କୋଡାସାହି ନିକଟରେ ଏକ ବିସ୍ତୀର୍ଣ୍ଣ ପରିତ୍ୟକ୍ତ ସ୍ଥାନରେ ଚଢ଼ାଉ କରାଯାଇ 10 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ମହୁଲ ପୋଚ ସହିତ ଅନ୍ୟାନ୍ୟ ସାମଗ୍ରୀକୁ ନଷ୍ଟ କରିଛି ପୋଲିସ । ଉଭୟ ସ୍ବାସ୍ଥ୍ୟ ବିଭାଗ ଓ ପୋଲିସ ବିଭାଗର ଲକଡାଉନ ସମୟର କାର୍ଯ୍ୟ ଏବେ ସ୍ଥାନୀୟ ଲୋକଙ୍କଠାରୁ ସାଉଁଣ୍ଟିଛି ଢେର ପ୍ରଶଂସା ଓ ପାଲଟିଛି ସଭିଙ୍କ ପ୍ରିୟପାତ୍ର ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : May 13, 2020, 11:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.