ETV Bharat / state

ଦିନକ ପରେ ଗଣପର୍ବ ନୂଆଖାଇ, ମାନ୍ଦା ପାର୍ବଣ ବଜାର

author img

By

Published : Sep 10, 2021, 7:53 AM IST

ଆଉ ଦିନକ ପରେ ଗଣପର୍ବ ନୂଆଖାଇ । କୋରୋନା ସାଙ୍ଗକୁ ଦରଦାମ ବୃଦ୍ଧି ପ୍ରଭାବରେ ପାର୍ବଣ ବଜାର ମାନ୍ଦା । ଲୋକଙ୍କ ମନରେ ଦେଖିବାକୁ ମିଳୁନି ଉତ୍ସାହ । ଅଧିକ ପଢନ୍ତୁ....

ଦିନକ ପରେ ଗଣପର୍ବ ନୂଆଖାଇ, ହେଲେ ମନରେ ନାହିଁ ଉତ୍ସାହ

ବୌଦ୍ଧ: ଆଉ କିଛି ଘଣ୍ଟା ପରେ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ଆଉ ଏଥିପାଇଁ ଗାଁ ଠାରୁ ସହରର ବିଭିନ୍ନ ବଜାର ଚଳଚଞ୍ଚଳ ରହିବା ସମୟ । ଚଳିତବର୍ଷ କିନ୍ତୁ ଏଥିରେ ବ୍ୟତକ୍ରମ ପରିଲିକ୍ଷିତ ହୋଇଛି । କୌଣସି ବଜାରର ଭିଡ ଦେଖିବାକୁ ମିଳି ନ ଥିବାବେଳେ ଲୋକଙ୍କ ମନରେ ମଧ୍ୟ ଏତେଟା ଉତ୍ସାହ ପରିଲକ୍ଷିତ ହେଉନାହିଁ ।

ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତରେ ମରୁଡି ସମସ୍ୟା ସାଙ୍ଗକୁ କୋରୋନା ମହାମାରୀ ବୌଦ୍ଧ ଜିଲ୍ଲାରେ ନୂଆଁଖାଇର ମାହୋଲକୁ ପୁରା ଫିକା କରିଦେଇଛି । ଜିଲ୍ଲାର ବିଭିନ୍ନ ସ୍ଥାନ ବାନ୍ଧଶାଢୀ ପାଇଁ ପ୍ରସିଦ୍ଧି ଲଭା କରିଥିବାବେଳେ ନୂଆଁଖାଇ ସମୟରେ ଏହି ଶାଢ଼ୀର ବିଶେଷ ଚାହିଦା ରହିଥାଏ । କିନ୍ତୁ ଚଳିତବର୍ଷ ଏହି ବ୍ୟବସାୟ ମାନ୍ଦା ପଡିଛି । ଜିଲ୍ଲାର ବାଉଁଶୁଣୀ,ଗବଯୋର, ସାହାଜପାଲ,ବୁଟୁପାଲି, ନାରାୟଣନଗର, ଚମ୍ପାପୁର ଭଳି ଗ୍ରାମର ବାନ୍ଧଶିଳ୍ପୀମାନେ ହାତବାନ୍ଧି ବସିଛନ୍ତି ।

ଜିଲ୍ଲାର ବିଭିନ୍ନ ହାଟ ବଜାରରେ ନୂଆଁଖାଇ ପାଇଁ ନୂଆଧାନ,ଖଲିଦନା,ନୂଆ ମାଟିପାତ୍ର ଭଳି କେତେକ ସାମଗ୍ରୀ ବିକ୍ରି ଆରମ୍ଭ ହୋଇ ସାରିଲାଣି । ଏହାଛଡା ଅନେକ ଗ୍ରାମଦେବତୀ ଓ ଧାର୍ମିକ ପୀଠ ଗୁଡିକ ସହ ଘରଦ୍ବାର ଲିପାପୋଛା କାମ ଆରମ୍ଭ ହୋଇ ଗଲାଣି । କେବଳ ପରମ୍ପରାକୁ ବଜାୟ ରଖି ଔପଚାରିକତା ପାଳନ କରାଯାଉଥିଲେ ମଧ୍ୟ ଲୋକଙ୍କ ମନରେ ଉତ୍ସାହ ଏତେଟା ପରିଲକ୍ଷିତ ହେଉନାହିଁ । ସେପଟେ ବଜାରରେ ବିଭିନ୍ନ ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ମଧ୍ୟ ନୂଆଁଖାଇକୁ ଆହୁରି ପ୍ରଭାବିତ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.