ବୌଦ୍ଧ: ଦିନର ଗୋଟାଏ ସମୟରେ ଟାଏଁ ଟାଏଁ ଖରାରେ ଚାଲିଛି ଉନ୍ନୟନ କାର୍ଯ୍ୟ । ତାହା ମଧ୍ୟ ବିନା ସୂଚନା ଫଳକରେ ଚାଲିଛି । ଏଭଳି କାର୍ଯ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଠୋ ଠୋ ଖରାରେ ଚାଲିଛି ଉନ୍ନୟନ କାର୍ଯ୍ୟ । ତେବେ କିଏ ଏହି କାର୍ଯ୍ୟ କରୁଛି, କେତେ ଟଙ୍କାରେ କରୁଛି ତଥା କେଉଁ ଶୈଳୀରେ କାମ କରୁଛି ସେନେଇ କୌଣସି ସୂଚନା ନାହିଁ । କେବଳ ଗତ ଜାନୁଆରୀ ଦୁଇ ତାରିଖରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଏକ ଫଳକ ରହିଛି । ଯେଉଁ ଥିରେ ଏଠାରେ ଏକ ମଳ କର୍ଦମ ଉପଚାର କେନ୍ଦ୍ର ବୋଲି ଉଲ୍ଲେଖ ରହିଛି । ଦୃଶ୍ୟ ହେଉଛି ମନ୍ଦିର ମାଳିନୀ ବୌଦ୍ଧ ଜିଲ୍ଲା ସଦର ମହକୁମାର ଶଶ୍ମାନ ଘାଟ ନିକଟରେ ମହାନଦୀ କୂଳର । ଏଠାରେ ଏହି ମଳ କେନ୍ଦ୍ର ସ୍ଥାପନକୁ ବିରୋଧ କରାଯାଉଥିଲେ ମଧ୍ୟ ଅତ୍ୟନ୍ତ ତରବରିଆ ଭାବରେ ଦିନ ଦ୍ବିପହରର ପ୍ରଚଣ୍ଡ ଖରାରେ ଜଣେ ଠିକାଦାର ଏଭଳି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି ।
ତେବେ ସହରର ମହାନଦୀ ଉପର ମୁଣ୍ଡରେ ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ତୀବ୍ର ବିରୋଧ କରିଛନ୍ତି ।ତେବେ ଏହା କେଉଁ ବିଭାଗର ଦାୟିତ୍ଵ ରେ କାର୍ଯ୍ୟ କରାଯାଉଛି, ସମ୍ପୃକ୍ତ ଯନ୍ତ୍ରୀ ଙ୍କ ବୀନା ଉପସ୍ଥିତିରେ ଠିକାଦାରଙ୍କ ମର୍ଜିରେ ଦିନ ତମାମ କାମ କରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି ।
ବୌଦ୍ଧକୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ