ETV Bharat / state

ଗଣତନ୍ତ୍ର ବଞ୍ଚାଅ ନାରା ଦେଇ ବିକ୍ଷୋଭ କଲା ବୌଦ୍ଧ ଜିଲ୍ଲା କଂଗ୍ରେସ

author img

By ETV Bharat Odisha Team

Published : Dec 22, 2023, 7:16 PM IST

Congress protest: ବୌଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କଂଗ୍ରେସ । ଭାରତର ଗଣତନ୍ତ୍ର ବିପଦରେ ଥିବା କଂଗ୍ରେସ ଅଭିଯୋଗ କରିଛି । ଏହାସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି ଦଳ । ଅଧିକ ପଢନ୍ତୁ

ଗଣତନ୍ତ୍ର ବଞ୍ଚାଅ ଆହ୍ଵାନରେ ବୌଦ୍ଧ ଜିଲ୍ଲା କଂଗ୍ରେସର ବିକ୍ଷୋଭ

ବୌଦ୍ଧ: କଂଗ୍ରେସର ଗଣତନ୍ତ୍ର ବଞ୍ଚାଅ ଆନ୍ଦୋଳନ । ବିଜେପିର ମନମୁଖି ଶାସନ ପାଇଁ ବୌଦ୍ଧରେ ଗର୍ଜିଛି କଂଗ୍ରେସ । ସଂସଦରେ ସୁରକ୍ଷା ବ୍ୟବସ୍ଥାରେ ଯେଉଁ ବଳି ବିଭ୍ରାଟ ହୋଇଥିଲା ।ଏହାକୁ ନେଇ ସାରା ଦେଶରେ ଆଜି ଗଣତନ୍ତ୍ର ବଞ୍ଚାଅ ଆନ୍ଦୋଳନ କରିଥିଲା କଂଗ୍ରେସ ।ଏଥିପାଇଁ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣତନ୍ତ୍ର ବଞ୍ଚାଅ ଆନ୍ଦୋଳନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତିଙ୍କ ନେତୃତ୍ବରେ ଆଜି ବହୁ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ଦଳ ।

ତେବେ ଭାରତର ଗଣତନ୍ତ୍ର ବିପଦରେ ଥିବା ଜାତୀୟ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । କେନ୍ଦ୍ରର ବିଜେପି ସରକାର ୧୪୭ ଜଣ ବିରୋଧି ଦଳର ସାଂସଦଙ୍କୁ ଅଗଣତାନ୍ତ୍ରିକ ଭାବରେ ସଂସଦ ପଦ ରଦ୍ଦ କରିଥିବା ନେଇ ଜାତୀୟ କଂଗ୍ରେସ ଅଭିଯୋଗ କରିଛି । ଆଜି ଗଣତନ୍ତ୍ର ବଞ୍ଚାଅ ଆହ୍ଵାନ ଦେଇ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ବରେ ଅନେକ କଂଗ୍ରେସର ନେତା ଓ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଦେଶରେ ଗଣତନ୍ତ୍ର ବିପଦ ଆଡ଼କୁ ଠେଲି ହୋଇଯାଉଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ....ଯୋରନ୍ଦା ପୀଠ ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ: ଖର୍ଚ୍ଚ ହେବ ୧୧୨ କୋଟି

ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ସଭାପତିଙ୍କ ସମେତ କଂଗ୍ରେସ ନେତା ଶାନ୍ତନୁ କୁମାର ମହାପାତ୍ର, ସମରେଶ ମିଶ୍ର, ପ୍ରଶାନ୍ତ ସାହୁ, ପଙ୍କଜ କର୍ଣ୍ଣ, ପ୍ରଭାସିନୀ ମହାପାତ୍ର, ସନ୍ଧ୍ୟାରାଣୀ ସିଂ, ବିଶ୍ଵାମିତ୍ର ପାଢ଼ୀ , ପ୍ରଦୀପ କୁମାର ଦାସ, ରୋହିତ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ସୂଚନା ଯୋଗ୍ୟ ଗତ ୧୩ ତାରିଖ ଦିନ ଦୁଇ ଜଣ ସନ୍ଦିଗ୍ଧ ସଂସଦର ଦର୍ଶକ ଗ୍ୟାଲେରିରୁ ତଳକୁ ଡ଼େଇଁପଡ଼ିଥିଲେ । ଉଭୟଙ୍କୁ ସଂସଦର ସୁରକ୍ଷା କର୍ମୀ କାବୁ କରିଥିଲେ । ହେଲେ ସଂସଦରେ ସୁରକ୍ଷା ବ୍ୟବସ୍ଥାରେ ଏତେ ବଡ଼ ତ୍ରୁଟିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହି ଘଟଣା ପରେ ଦେଶରେ ରାଜନୈତିକ ପାରଦ ବଢ଼ିବାରେ ଲାଗିଥିଲା । ବିରୋଧୀ ସରକାରଙ୍କୁ ଘେରିବା ସହ ସଂସଦରେ ହଟ୍ଟଗୋଳ କରିଥିଲେ । ବିରୋଧୀ ସାଂସଦମାନଙ୍କ ଅଶୋଭନୀୟ ଆଚରଣକୁ ନେଇ ଲୋକସଭା ଏବଂ ରାଜ୍ୟସଭାରୁ ୧୪୦ରୁ ଉର୍ଦ୍ଧ୍ୱ ସାଂସଦକୁ ନିଲମ୍ବିତ କରାଯାଇଥିଲା । ଯାହାଫଳରେ ଅନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.