ETV Bharat / state

ବୌଦ୍ଧରେ କଂଗ୍ରେସର ଜନ ଜାଗରଣ ଅଭିଯାନ କାର୍ଯ୍ୟକ୍ରମ - ଜନ ଜାଗରଣ ଅଭିଯାନ କାର୍ଯ୍ୟକ୍ରମ

ବୌଦ୍ଧ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଅଭିଯାନ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ଏ ଚେଲ୍ଲା କୁମାର, ରାଜ୍ୟ କଂଗ୍ରେସ ସଭାପତି ଶରତ କୁମାର ପଟ୍ଟନାୟକଙ୍କ ସମେତ ବରିଷ୍ଠ ନେତା ସାମିଲ ହୋଇଥିଲେ । ଅଧିକ ପଢ଼ନ୍ତୁ

congress jan jagran abhiyan
ଜନ ଜାଗରଣ ଅଭିଯାନ
author img

By ETV Bharat Odisha Team

Published : Sep 3, 2023, 6:41 PM IST

ଜନ ଜାଗରଣ ଅଭିଯାନ

ବୌଦ୍ଧ: ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି କଂଗ୍ରେସ । ନିଜ ସ୍ଥିତିକୁ ସୁଦୃଢ଼ କରିବା ଲାଗି ବରିଷ୍ଠ ରାଜନେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାକୁ ଜୋରଦାର ଉଦ୍ୟମ କରିଛି । ଦଳରେ ହେଭିୱେଟ୍‌ ନେତା ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି । ଆଗାମୀ ନିର୍ବାଚନ ପୂର୍ବରୁ ନ' ରୁ ନବେ ମିଶନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରି ବିଭିନ୍ନ ଜିଲ୍ଲାରେ କଂଗ୍ରେସ ଜନ ଜାଗରଣ ଅଭିଯାନ କରୁଛି । ଏହି କ୍ରମରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି ।

ଦୀର୍ଘ ଦିନ ପରେ ବୌଦ୍ଧ ଜିଲ୍ଲା କଂଗ୍ରେସର ବିଶାଳ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ରାଜ୍ୟ କଂଗ୍ରେସର ଆହ୍ବାନ କ୍ରମେ ଜିଲ୍ଲା ଠାରେ ଏହି ଜନ ଜାଗରଣ ଅଭିଯାନର ଆରମ୍ଭ ହୋଇଛି । ଏଥିରେ ରାଜ୍ୟ କଂଗ୍ରେସ ପର୍ଯ୍ୟବେକ୍ଷକ ଏ. ଚେଲ୍ଲା କୁମାର, ରାଜ୍ୟ କଂଗ୍ରେସ ସଭାପତି ଶରତ କୁମାର ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ବିଜୟ କୁମାର ପଟ୍ଟନାୟକ, ସନ୍ତୋଷ ସିଂ ସାଲୁଜାଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଓ ନେତ୍ରୀଙ୍କୁ ଚାରିଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆଣି ସ୍ବାଗତ କରାଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଜନ ଜାଗରଣ ଅଭିଯାନ ସଭାରେ କଂଗ୍ରେସ ନେତା ଉଭୟ ବିଜେପି ଓ ବିଜେଡି ଦଳ ଉପରେ ପ୍ରବଳ ବର୍ଷିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: କୁଆଡ଼େ ଗଲା ମୁଖ୍ୟମନ୍ତ୍ରୀଙ୍କ ୬ଟି ? ସଚିବ ବୁଲିଲେ, ଦେଖା ଦେଲେନି ମନ୍ତ୍ରୀ

ଖାଉଟି ସାମଗ୍ରୀର ଅହେତୁକ ଦର ବୃଦ୍ଧି, ଗ୍ୟାସଦର, ନିଯୁକ୍ତି, ଖଣି ଲୁଟ ଭଳି ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସର ନେତା ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ବିଶେଷ ଭାବରେ ଓଡ଼ିଶା ସରକାରଙ୍କ ଦାୟିତ୍ଵ ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅର୍ପଣ କରିଥିବା ବେଳେ ୫T ନାଁରେ ଜଣେ ସଚିବଙ୍କ ହାତରେ ସାରା ରାଜ୍ୟର ଭାଗ୍ୟକୁ ଟେକିଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ନେତା ମତ ପ୍ରକାଶ କରିଛନ୍ତି । ଏଥିସହ ସିଧାସଳଖ ୫T ସଚିବ ଭି.କେ ପାଣ୍ଡିଆନଙ୍କୁ ସମାଲୋଚନା କରିଥିଲେ । କଂଗ୍ରେସର ଏହି ଜନ ଜାଗରଣ ଅଭିଯାନ ମାଧ୍ୟମରେ କଂଗ୍ରେସ ଆଗାମୀ ନିର୍ବାଚନରେ ନ' ରୁ ନବେ ମିଶନକୁ ପୂରଣ ପାଇଁ ଶତ ଚେଷ୍ଟିତ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.