ETV Bharat / state

ବଳିଦାନ ଦିବସରୁ କଂଗ୍ରେସ ଆରମ୍ଭ କଲା ଅସହାୟଙ୍କୁ ସହାୟତା - congress distribution-food to the needy

ଜିଲ୍ଲାରେ ବେକାବୁ କୋରୋନା ସଂକ୍ରମଣ ସମସ୍ତଙ୍କୁ ଚିନ୍ତିତ କରିଛି । ବୌଦ୍ଧ ଜିଲ୍ଲାରେ ଗତକାଲି ଭଳି ଆଜି ମଧ୍ୟ ରେକର୍ଡ କରିଛି କୋରୋନା ସଂକ୍ରମଣ । ତେବେ ଏଭଳି ବିପତ୍ତି ସମୟରେ ଅସହାୟ ତଥା କୋରୋନା ପ୍ରପୀଡ଼ିତ ଲୋକଙ୍କୁ ସହାୟତା ଯୋଗାଇଦେବାକୁ ଆଗେଇ ଆସିଛି ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ...

congress distribution-food to the needy in boudh
ବଳିଦାନ ଦିବସରୁ କଂଗ୍ରେସ ଆରମ୍ଭ କଲା ଅସହାୟଙ୍କୁ ସହାୟତା
author img

By

Published : May 22, 2021, 7:57 AM IST

ବୌଦ୍ଧ: ଜିଲ୍ଲାରେ ବେକାବୁ କୋରୋନା ସଂକ୍ରମଣ ସମସ୍ତଙ୍କୁ ଚିନ୍ତିତ କରିଛି । ବୌଦ୍ଧ ଜିଲ୍ଲାରେ ଗତକାଲି ଭଳି ଆଜି ମଧ୍ୟ ରେକର୍ଡ କରିଛି କୋରୋନା ସଂକ୍ରମଣ । ଆଜି(ଶୁକ୍ରବାର) ଜିଲ୍ଲାର ବିଭିନ୍ନ ସ୍ଥାନରୁ ସର୍ବକାଳୀନ ରେକର୍ଡ ଭାଙ୍ଗି 365 ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ସଂକ୍ରମିତ ରାୟପୁର ଗ୍ରାମରୁ 71 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏଭଳି ବିପତ୍ତି ସମୟରେ ଅସହାୟ ତଥା କୋରୋନା ପ୍ରପୀଡ଼ିତ ଲୋକଙ୍କୁ ସହାୟତା ଯୋଗାଇଦେବାକୁ ଆଗେଇ ଆସିଛି ଜିଲ୍ଲା କଂଗ୍ରେସ ।

ବଳିଦାନ ଦିବସରୁ କଂଗ୍ରେସ ଆରମ୍ଭ କଲା ଅସହାୟଙ୍କୁ ସହାୟତା

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ପବିତ୍ର ବଳିଦାନ ଦିବସରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଆଜି ଠାରୁ କଂଗ୍ରେସର ନେତା ଓ କର୍ମୀମାନେ ତିନୋଟି ବ୍ଲକର ବିଭିନ୍ନ ପ୍ରଭାବିତ ଗାଁ ଓ ବସ୍ତିରେ ପହଞ୍ଚି ଅସହାୟ ଲୋକଙ୍କୁ ରାସନ ଓ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ।

ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକ ଓ ବୌଦ୍ଧ ସହରର ବିଭିନ୍ନ ବସ୍ତିରେ କଂଗ୍ରେସ ନେତା ଓ କର୍ମୀ ପହଞ୍ଚି ଅସହାୟ ଲୋକଙ୍କୁ ରାସନ ସାମଗ୍ରୀ ଓ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.