ବୌଦ୍ଧ: ଗତବର୍ଷର ଆର୍ଥିକ ବର୍ଷ ବୁଧବାର ଶେଷ ହୋଇଛି । ହେଲେ ଜିଲ୍ଲାର ଜଳ ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ପଞ୍ଚମ ରାଜ୍ୟ ଅର୍ଥ କମିଶନ ଓ ପଞ୍ଚଦଶ କେନ୍ଦ୍ରୀୟ ଅନୁଦାନ ଟଙ୍କାଟିଏ ଖର୍ଚ୍ଚ ହୋଇପାରିନି । ଏଥିଲାଗି ଆର୍ଥିକ ବର୍ଷର ଶେଷ ଦିନରେ 9 ନମ୍ବର ଜିଲ୍ଲା ପରିଷଦ ସଭ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ରାଜ୍ୟ ଓ କେନ୍ଦ୍ରୀୟ ଅନୁଦାନର ଟଙ୍କାଟିଏ ଅର୍ଥ ମଧ୍ୟ ଖର୍ଚ୍ଚ ହୋଇନି । ଏ ସମ୍ପର୍କରେ ଜିଲ୍ଲା ପରିଷଦ ବୌଦ୍ଧ ପିଡି ଡିଆରଡିଏଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ସେ ଆସନ୍ତା ସାତ ତାରିଖରୁ ଡିଆରଡିଏ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।
ତେବେ ଜିଲ୍ଲା ପରିଷଦର ସଭ୍ୟ ଗ୍ରାମ୍ୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କ ଆଡକୁ ଆଙ୍ଗୁଳି ଉଠାଇଥିବା ବେଳେ ବିଭାଗର ଏଥିରେ କୌଣସି ସୂଚନା ନାହିଁ ବୋଲି ବିଭାଗୀୟ ଅଧିକାରୀ ସ୍ପଷ୍ଟୀକରଣ ଦେଇଛନ୍ତି । ଯଦି ଜଳଯୋଗାଣ ବିଭାଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ଅନୁଦାନ ନାହିଁ ତେବେ ଉକ୍ତ ଅନୁଦାନ ଅର୍ଥ ଗଲା କୁଆଡେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ଘଟଣଆ ସମ୍ପର୍କରେ ବିବାଦ ତେଜୁଥିବା ବେଳେ ବର୍ତ୍ତମାନ ଡିଆରଡିଏର ଭୂମିକା ସନ୍ଦେହ ଘେରକୁ ଆସିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ